ଏହି ୫ କାରଣ ପାଇଁ ବଢିଥାଏ ମହିଳାଙ୍କ ଓଜନ , ଜାଣନ୍ତୁ କଣ ଏହି କାରଣ ?

ବିଶେଷ କରି ମହିଳା ମାନେ ଶୀଘ୍ର ମୋଟାପଣର ଶିକାର ହୋଇ ଥାଆନ୍ତି । ବର୍ତ୍ତମାନ ସମୟରେ ଅଧିକାଂଶ ମହିଳାଙ୍କର ଶୀଘ୍ର ବୃଦ୍ଧି ପାଉଥିବା ଓଜନ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଅନେକ ସମୟରେ ସେମାନେ ଜାଣି ପାରନ୍ତି ନାହିଁ ଓଜନ ବୃଦ୍ଧିର କାରଣ କ'ଣ । ବିଶେଷଜ୍ଞଙ୍କ ମତାନୁସାରେ, ମହିଳାଙ୍କର ବଢୁଥିବା ଓଜନ ପଛରେ କିଛି ସ୍ୱତନ୍ତ୍ର କାରଣ ରହିଛି । ଜାଣନ୍ତୁ..

Women s weight increases

ଅସ୍ୱାସ୍ଥ୍ୟକର ଭୋଜନ..
ଓଜନ ବୃଦ୍ଧିର ସବୁଠାରୁ ମୁଖ୍ୟ କାରଣ ହେଉଛି, ଭୁଲ୍‌ ଖାଦ୍ୟପେୟ । ପରିବାର ଯତ୍ନ ନେଉଥିବା ମହିଳା ଅଧିକାଂଶ ସମୟରେ ନିଜ ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ଭୁଲ୍‌ ସମୟରେ ଖାଦ୍ୟ ସେବନ ଦ୍ୱାରା ଓଜନ ବୃଦ୍ଧିର ସାମ୍ନା କରିବାକୁ ପଡିଥାଏ । ବିଶେଷ କରି ରାତିରେ ତେଲ ମସଲା ଯୁକ୍ତ ଖାଦ୍ୟ, ଛଣାଛଣି ପାଚନ ତନ୍ତ୍ର ଉପରେ ଅନେକ ପ୍ରଭାବ ପକାଇଥାଏ । ଏହାଦ୍ୱାରା ମୋଟାପଣ ସହ ଅନ୍ୟ ଶାରିରୀକ ସମସ୍ୟା ଦେଖା ଦେଇଥାଏ ।

ଅଧିକ ଚିନ୍ତାଗ୍ରସ୍ତ ରହିବା..
ଅଫିସ ହେଉ ଅଥବା ଘରେ, ମହିଳାଙ୍କ ଉପରେ ବିଭିନ୍ନ ପ୍ରକାର ଚାପ ଥାଏ । ଅନେକ ଦାୟିତ୍ୱ ମଧ୍ୟ ଥାଏ । ଫଳରେ ଚିନ୍ତା ଲାଗି ରହିଥାଏ । ମାନସିକ ଦୁଃଶ୍ଚିନ୍ତାରେ ରହିଲେ ଓଜନ ବୃଦ୍ଧି ହୋଇଥାଏ ।

ଓଜନ ବଢିବା ଦ୍ୱାରା ଶାରିରୀକ ପରିଶ୍ରମ କରି ହୋଇନଥାଏ । ଦିନଯାକ ବସି ରହିବା କିମ୍ବା ଶୋଇ ରହିବା ଦ୍ୱାରା ଓଜନ ଅଧିକ ବୃଦ୍ଧି ହୋଇଥାଏ । ସମୟ ଅଭାବରୁ ନିୟମିତ ବ୍ୟାୟାମ ମଧ୍ୟ କରି ନଥାଆନ୍ତି । ତେଣୁ ସମୟ ବାହାର କରି ନିୟମିତ କିଛି ସମୟ ବ୍ୟାୟାମ କରିବା ଉଚିତ୍‌ । ଯୋଗ କିମ୍ବା କିଛି ସମୟ ଚାଲନ୍ତୁ ।

ଓଜନ ବୃଦ୍ଧିର ଅନ୍ୟ ଏକ ମୁଖ୍ୟ କାରଣ କମ୍‌ ପରିମାଣରେ ଶୋଇବା । ସଠିକ୍‌ ସମୟ ପର୍ଯ୍ୟନ୍ତ ନଶୋଇବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ । ନିଦ ପୂରଣ ନହେଲେ ଶରୀରରେ ଏକ ପ୍ରକାର ହରମୋନ ଅସନ୍ତୁଳନ ହୋଇଥାଏ । ଫଳରେ ଅଧିକ ଭୋକ ଲାଗିବା ସହ ଅଧିକ ପରିମାଣରେ ଖାଦ୍ୟ ଖାଇବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ ।

ହଠାତ୍‌ ଓଜନ ବୃଦ୍ଧିର ଅନ୍ୟ ଏକ କାରଣ ଶାରୀରିକ ସମସ୍ୟା । ଥାଇରଏଡ, ହରମୋନ ଅସନ୍ତୁଳନ ହେବା । ତେଣୁ ହଠାତ୍‌ ଅଧିକ ଓଜନ ବୃଦ୍ଧି ହେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+