Winter Food: ଜାଣନ୍ତୁ ଶୀତ ଦିନେ କଣ ଖାଇବେ ଏବଂ କଣ ନଖାଇବେ ?

ଶୀତ ଦିନ ଆରମ୍ଭ ହେବାକୁ ବସିଲାଣି । ଶୀତ ଦିନେ ଅତ୍ୟଧିକ ଥଣ୍ଡା କାରଣରୁ ଅଧିକାଂଶ ସମୟରେ ସର୍ଦ୍ଦି-ଥଣ୍ଡା ପରି ସମସ୍ୟା ଲାଗି ରହିବା ଅତି ସାଧାରଣ କଥା । ତେଣୁ ଏହି ସମୟରେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ । କିନ୍ତୁ ଏହି ଦିନ ମାନଙ୍କରେ କଣ ଖାଇବା ଉଚିତ କଣ ନୁହେଁ ସେ ପ୍ରତି ଅନେକକଙ୍କର ଧାରଣା ନଥାଏ । ଆପଣଙ୍କୁ ଏବାବଦରେ ସଜାଗ କରିବା ପାଇଁ କିଛି ଟିପ୍ସ ନେଇ ଆସିଛୁ । ତେବେ ଜାଣି ରଖନ୍ତୁ କେଉଁ କେଉଁ ଖାଦ୍ୟ ଠାରୁ ଦୁରେଇ ରହିବେ ଓ କେଉଁ ଗୁଡିକୁ ଅଧିକ ସେବନ କରିବେ ।

ଦୁଗ୍ଧ ଜାତୀୟ ଖାଦ୍ୟପେୟ:
ଶୀତ ଦିନେ ଦୁଗ୍ଧ ଜାତୀୟ ଖାଦ୍ୟ ପଦାର୍ଥ ଠାରୁ ଦୁରେଇ ରହିବା ଉଚିତ । ନଚେତ ଥଣ୍ଡା -ଜ୍ୱର ପରି ସମସ୍ୟା ଲାଗି ରହିପାରେ । କ୍ଷୀର କଫ କାରକ ହୋଇଥିବା ବେଳେ ଦହି ଖାଇବା ଦ୍ୱାରା ତଂଟି ଦରଜ ପରି ସମସ୍ୟା ଦେଖାଦେଇପାରେ ।

Winter Food

କେଫିନ ଯୁକ୍ତ ପାନୀୟ:
ସାଧାରଣତଃ ଆମେ ଶୀତ ଦାଉରୁ ରକ୍ଷା ପାଇଁ ଚାହା, କଫି ଆଦିର ସେବନ ଅଧିକ କରିଥାଉ । କିନ୍ତୁ ଜାଣନ୍ତିକି କେଫିନ ଯୁକ୍ତ ପାନୀୟ ଦ୍ୱାରା ବି ଥଣ୍ଡା- ସର୍ଦ୍ଦି ପରି ସମସ୍ୟା ଲାଗିରହେ । ତେଣୁ ଏହି ସମୟରେ ସୁସ୍ଥ ରହିବା ପାଇଁ କେଫିନ ଯୁକ୍ତ ପାନୀୟ କମ କରିବା ଉଚିତ ।

ଛଣାଛଣି ଖାଦ୍ୟ କମ ଖାଆନ୍ତୁ:
ଥଣ୍ଡା କାରଣରୁ ଏହି ଦିନ ଗରମ ଗରମ ଛଣାଛଣି ଖାଦ୍ୟ ଖାଇବାକୁ ବେଶୀ ଇଚ୍ଛା ହୁଏ । ଏହି କାରଣରୁ ପେଟ ଗରମ ପରି ସମସ୍ୟା ଲାଗିରହେ । ଆଉ ପେଟ ଗରମ ହେଲେ କାଶ ଲାଗି ରୁହେ ।

ମିଠା ଖାଦ୍ୟ;

ମିଠା ଖାଦ୍ୟ ମଧ୍ୟ କଫ କାରକ । ତେଣୁ ଏଗୁଡିକର ସେବନ ବି ସୀମିତ ମାତ୍ରାରେ କରିବା ଉଚିତ । ଅଧିକ ମିଠା ଖାଇବା ଫଳରେ ଶରୀରର ରୋଗ ପ୍ରତିରୋଧ କ୍ଷମତା କମିଯାଏ ।

ମାଦକ ଦ୍ରବ୍ୟ ପିଇବା:
ଏମିତିରେ ମଦ ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । କିନ୍ତୁ ଶୀତ ଋତୁରେ ଏହା ଅଧିକ କୁପ୍ରଭାବ ପକାଇଥାଏ । ବହୁଳ ମାତ୍ରାରେ ମଦ ପିଇବା ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା କମିଯାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+