ପଛ ପକେଟରେ ପର୍ସ ରଖୁଥିଲେ ସାବଧାନ, ଆସିପାରେ...
ଯଦି ଆପଣ ପ୍ୟାଣ୍ଟର ପଛ ପକେଟରେ ପର୍ସ ରଖୁଛନ୍ତି, ତା'ହେଲେ ତୁରନ୍ତ ସେ ଅଭ୍ୟାସ ବଦଳାଇ ଦିଅନ୍ତୁ। କାରଣ ଏଥିପାଇଁ ଆପଣଙ୍କୁ ଜଟିଳ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ପ୍ୟାଣ୍ଟର ପଛ ପକେଟରେ ପର୍ସ ରଖିବା ଅର୍ଥ ଏକାଧିକ ରୋଗକୁ ଆମନ୍ତ୍ରଣ। ତେଣୁ ବେଳ ଥାଉ ଥାଉ ସତର୍କ ହୋଇଯାଆନ୍ତୁ ଓ ଜାଣନ୍ତୁ ପଛ ପକେଟରେ ପର୍ସ ରଖିଲେ କେଉଁ ସମସ୍ୟାର ସମ୍ମୁଖୀନ ହେବେ।
ଅନେକ ସମୟ ଧରି ପର୍ସକୁ ପଛ ପକେଟରେ ରଖି ବସିଲେ ପାୟରୀ ଫୋର୍ମିସ ନାମକ ଏକ ମାଂସପେଶୀ ସହିତ ସାଇଏଟିକ ନାମକ ଏକ ଶିର ଦବି ଯାଏ। ଏହା ଅଣ୍ଟା ଠାରୁ ଗୋଡ଼ ପର୍ଯ୍ୟନ୍ତ ହେଉଥିବା ମୁଭ୍ମେଣ୍ଟକୁ ପ୍ରଭାବିତ କରେ।

ପାୟରୀ ଫୋର୍ମିସ ନାମକ ମାଂସପେଶୀ ସହିତ ସାଇଏଟିକ ନାମକ ଶିର ଦବି ବା ଚାପି ହୋଇ ରହିଲେ ଗୋଡ଼ରେ ଅସହ୍ୟ ଯନ୍ତ୍ରଣା ହୁଏ। ବେଳେ ବେଳେ ଗୋଡ଼ ନିସ୍ତେଜ ହୋଇଯାଏ। ଚାଲିବା ମୁସ୍କିଲ ହୋଇଯାଏ। ଆଜିକାଲି ଯୁବକଯୁବତୀମାନେ ଅଧିକାଂଶ ସମୟ ବସି କାମ କରୁଥିବାରୁ ଏହି ସମସ୍ୟାରେ ଅଧିକ ପୀଡ଼ିତ ହେଉଛନ୍ତି।
ଥରେ ପାୟରୀ ଫୋର୍ମିସ୍ ସିଣ୍ଡ୍ରୋମ ନାମକ ଏହି ରୋଗର ଶିକାର ହେଲେ ଆପଣଙ୍କୁ ଫିଜିଓଥେରାପିର ସାହାଯ୍ୟ ନେବାକୁ ପଡ଼ିବ। ଅବସ୍ଥା ଅଧିକ ଗୁରୁତର ହେଲେ ଅପରେସନ୍ର ଆବଶ୍ୟକତା ପଡ଼ିଥାଏ।












Click it and Unblock the Notifications