ଫ୍ରିଜ୍ରେ ଆଳୁ ରଖୁଥିଲେ ସାବଧାନ....
ଆଳୁର ସେବନ ସଭିଙ୍କୁ ପସନ୍ଦ । ଅଧିକାଂଶ ବ୍ୟଞ୍ଜନରେ ଏହାର ବ୍ୟବହାର କରାଯାଇଥାଏ। କିନ୍ତୁ କିଛି ଲୋକ ଏହାକୁ ଫ୍ରିଜ୍ରେ ରଖିଦିଅନ୍ତି; ଯାହା ସାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନିକାରକ । କାରଣ ଆଳୁ ଫ୍ରିଜ୍ରେ ରହିବା ପରେ କମ୍ ତାପମାତ୍ରା ଯୋଗୁ ଏଥିରେ ମହଜୁଦ୍ ଷ୍ଟାର୍ଚ ସୁର୍ଗାରେ ପରିବର୍ତ୍ତିତ ହୋଇଥାଏ। ପରେ ଯେତେବେଳେ ଏହାକୁ ରୋଷେଇରେ ବ୍ୟବହାର କରାଯାଏ, ସେତେବେଳେ ସୁଗାର୍ ଆମିନୋ ଏସିଡ୍ରେ ମିଶି ଏକ୍ରିଲାମାଇଡ୍ ନାମକ ରସାୟନର ଉତ୍ପାଦନ କରିଥାଏ।

ଏହି କାରଣରୁ ଅନେକ ପ୍ରକାରର କ୍ୟାନସର୍ ହୋଇଥାଏ। ଏକ୍ରିଲାମାଇଡ୍ ଏଭଳି ଏକ ରାସାୟନିକ ଉତ୍ପାଦ, ଯାହାର ବ୍ୟବହାର କାଗଜ, ଟାଏ ଏବଂ ପ୍ଲାଷ୍ଟିକ୍ ତିଆରିରେ ରଖାଯାଏ। ଏହାସହ ପାଣିକୁ ପରିଷ୍କାର କରିବାରେ ମଧ୍ୟ ଏହି ଏସିଡ୍କୁ ବ୍ୟବହାର କରାଯାଏ ଆଳୁକୁ ଏହି ବିଷାକ୍ତ ରସାୟନଠୁ ଦୂରରେ ରଖୁବାକୁ ଚାହୁଁଥିଲେ, ତାକୁ ସବୁବେଳେ ଶୁଷ୍କ ସ୍ଥାନରେ ରଖିବା ଦରକାର ।












Click it and Unblock the Notifications