କାହିଁକି ଆମେ କହୁ " ଟା-ଟା" ? କେଉଁଠୁ ଆସିଲା ଏହି ଶବ୍ଦ ?

ଯେତେବେଳେ ବି ଆମେ କାହାଠୁ ବିଦାୟ ନେଉ ହାତ ହଲାଇ ତାକୁ 'ଟା-ଟା' କହିଥାଉ । ପିଲାବେଳେ ଆମେ ଯେତେବେଳେ କୁଣିଆ ଘରୁ ଯାଉ, ଆସିଲା ବେଳେ 'ଟା-ଟା' କହିଥାଉ । ଘରୁ କୁଆଡେ ଗଲା ବେଳେ ହାତ ହଲାଇ 'ଟା-ଟା' କରୁ । ଆଉ ପିଲାଙ୍କୁ ଶିଖାଉ ବି ଟା-ଟା କରିବାକୁ । ଘରକୁ ଯିଏ ଆସିଲେ ଗଲାବେଳେ ନମସ୍କାର କରିବା ସହ ସେ ଗଲା ବେଳେକୁ ହାତ ହଲାଇ "ଟା-ଟା" କରିଥାଉ ।

ତେବେ ଆପଣ କେବେ ଚିନ୍ତା କରିଛନ୍ତି କି ଲୋକମାନେ ବିଦାୟ ଦେଲାବେଳେ କାହିଁକି 'ଟା-ଟା' କୁହନ୍ତି ? ଏହି ଶବ୍ଦ କେଉଁଠୁ ଆସିଲା ? ଏହା ପଛରେ କାହାଣୀ କ'ଣ ? ତେବେ ଚାଲନ୍ତୁ ଜାଣିବା ଏହା ଆମେ କାହିଁକି କହିଥାଉ ?

ଏପରିକି କୁହାଯାଏ ଯେ ବ୍ରିଟିଶ ମହିଳାମାନେ ଏହି ଶବ୍ଦକୁ ଭାରତୀୟ ମହିଳା ଓ ସେମାନଙ୍କ ପିଲାମାନଙ୍କୁ ଡାକିବା ପାଇଁ ବ୍ୟବହାର କରିଥିଲେ । ତଥାପି, ଏହାର କିଛି ସଠିକତା ନାହିଁ । କିଛି ଜଣେ କୁହନ୍ତି, ଯେ "ଟା-ଟା" ଶବ୍ଦ ଉର୍ଦ୍ଦୁ ଭାଷାରୁ ଉତ୍ପନ୍ନ ହୋଇଛି ଯାହାର ଅର୍ଥ ହେଉଛି "ତୁମକୁ ପୁଣି ଦେଖିବା" କିମ୍ବା "ବିଦାୟ" ।

taa_taa

ସୋସିଆଲ ମିଡିଆରେ ଜଣେ ବ୍ୟକ୍ତି ଲେଖିଛନ୍ତି, ଏହି ଶବ୍ଦଟି କେବଳ ଭାରତ ଓ ପାକିସ୍ତାନରେ ବ୍ୟବହାର ହୁଏ । ଏହା ଦୁନିଆର ଅନ୍ୟ କୌଣସି ଦେଶରେ ବ୍ୟବହୃତ ହୁଏ ନାହିଁ । ବ୍ରିଟିଶମାନେ ମଧ୍ୟ ଏହା କୁହନ୍ତି ନାହିଁ । ଅନେକ ଅଭିଧାନରେ ଏହା କୁହାଯାଇଛି ଯେ ବ୍ରିଟିଶ ଇଂରାଜୀ ଅନୁଯାୟୀ 'ଟା-ଟା' ଶବ୍ଦର ଅର୍ଥ ହେଉଛି ବିଦାୟ । ତେବେ ବ୍ରିଟିଶମାନେ ଏହାକୁ କାହିଁକି ବ୍ୟବହାର କରନ୍ତି ନାହିଁ ?

କେବେ ବ୍ୟବହାର ଆରମ୍ଭ ହୋଇଥିଲା ?

କିଛି ତଥ୍ୟ ଅନୁଯାୟୀ, ୧୮୨୩ ମସିହାରେ ଏହି ଶବ୍ଦ ପ୍ରଥମେ ଇଂରାଜୀରେ ବ୍ୟବହୃତ ହୋଇଥିଲା । ନ୍ୟୁୟର୍କ ଟାଇମ୍ସ ଏହାକୁ ୧୮୮୯ରେ ଏକ ଫେୟାରଫାଇଲ୍ ଶବ୍ଦ ଭାବରେ ବ୍ୟବହାର କରିଥିଲେ । ପରେ ଏହି ଶବ୍ଦଟି ବହୁତ ଲୋକପ୍ରିୟ ହେଲା । ସେହି ସମୟରେ TTFN ପାଇଁ 'ଟା-ଟା' ଶବ୍ଦ ବ୍ୟବହୃତ ହେଉଥିଲା । ଏହି ଶବ୍ଦଟି ସେହି ସମୟର ରେଡିଓ ଶୋ'ରେ ବ୍ୟବହୃତ ହୋଇଥିଲା ।

ଯେତେବେଳେ ବି ଆମେ କାହାକୁ ବିଦାୟ ଦେଉ ଆମେ 'ଟା-ଟା' କହିଥାଉ । ଏପରିକି ଆମେ ଆମର ପରିବାର ସଦସ୍ୟ ଓ ସାଙ୍ଗମାନଙ୍କ ପାଇଁ ଏହି ଶବ୍ଦଗୁଡିକ ବ୍ୟବହାର କରୁ । ଭାରତର ସମସ୍ତ କ୍ଷେତ୍ରରେ ବହୁଳ ଭାବରେ ବ୍ୟବହୃତ ହୁଏ । ଯାନବାହାନରେ ମଧ୍ୟ ଲୋକମାନେ ଏହାକୁ ପଛରେ ଲେଖିଥାନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+