ଓଜନ ନିୟନ୍ତ୍ରଣ ପାଇଁ ଜରୁରୀ ପାଣି

ଓଜନ ବୃଦ୍ଧି ବ୍ୟକ୍ତିତ୍ୱ ସାଙ୍ଗକୁ ସ୍ୱାସ୍ଥ୍ୟ ଉପରେ ବି ଖରାପ ପ୍ରଭାବ ପକାଇଥାଏ । ଏମିତିରେ ତ ଓଜନ ହ୍ରାସ ପାଇଁ ଲୋକେ ବ୍ୟାୟାମ୍‌, ପ୍ରାଣାୟାମ୍‌, ଜିମ୍‌ଠୁ ନେଇ ଡାଏଟ୍ କଣ୍ଟ୍ରୋଲ୍ ମଧ୍ୟ କରିଥାନ୍ତି । ଏହାସତ୍ତ୍ୱେ ସଠିକ୍ ଭାବେ ଓଜନ ହ୍ରାସ ହୋଇନଥାଏ । ଏପରିସ୍ଥିତିରେ ପ୍ରଚୁର ପାଣି ପିଇବା ଦ୍ୱାରା ସହଜରେ ଓଜନ ହ୍ରାସ କରିପାରିବେ ।

କାହିଁକି ଜରୁରୀ ପାଣି ?

ସୁସ୍ଥ ରହିବାକୁ ଦିନକୁ ଅତିକମ୍‌ରେ ୧୦-୧୨ ଗ୍ଲାସ୍ ପାଣି ପିଇବା ଜରୁରୀ ହୋଇଥାଏ । କିନ୍ତୁ ଓଜନ ହ୍ରାସ କରିବାକୁ ପାଣି ପିଇବା ତା'ଠୁ ଅଧିକ ଜରୁରୀ । ପାଣିରେ କ୍ୟାଲୋରୀ ମାତ୍ରା ଆଦୌ ନଥାଏ; ଯଦ୍ୱାରା ଆପଣ ଅଧିକ କ୍ୟାଲୋରୀ ଗ୍ରହଣରୁ ବର୍ଷିପାରିବେ । ଏହାସହ ଅଧିକ ମାତ୍ରାରେ ପାଣି ପିଇଲେ କ୍ୟାଲୋରୀ ବର୍ଷ ହୋଇଥାଏ । ଭୋକ ନିୟନ୍ତ୍ରଣ ରହିଥାଏ ଏବଂ କୋଲେଷ୍ଟୋରଲ୍ ହ୍ରାସ ହୋଇଥାଏ । ନିଜକୁ ରଖନ୍ତୁ ହାଇଡ୍ରେଟେଡ୍ ପାଣି କ୍ୟାଲେରୀ ବର୍ଣ୍ଣ କରିବା ସହ ଶରୀରକୁ ଡିଟକ୍ଟ ମଧ୍‌ଯ କରିଥାଏ ।

ପ୍ରଚୁର ପାଣି ପିଇବା ଦ୍ୱାରା ଶରୀରରୁ ବିଷାକ୍ତ ଟକ୍ସିସ୍ ପରିସ୍ରା ରାସ୍ତା ଦେଇ ବାହାରିଯାଏ । ଏହାଦ୍ୱାରା ପାଚନ କ୍ରିୟା ଏବଂ ମାଂସପେଶୀ ସଠିକ୍ ଢଙ୍ଗରେ କାମ କରିଥାଏ । ଯଦିଓ ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ଲୋକଙ୍କ ପାଇଁ ଏହା କଷ୍ଟକର ହୋଇଥାଏ; ତଥାପି ଅଭ୍ୟାସ ଜାରି ରଖୁଲେ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ । ପାଣିର ବିକଳ୍ପ ଅଧୁକ କ୍ୟାଲୋରୀଯୁକ୍ତ ସଫ୍ଟ କିମ୍ବା କୋଲ୍ଡ ଡ୍ରିଙ୍କସ୍ ପରିବର୍ତ୍ତେ ପାଣି ପିଇବା ଜରୁରୀ । କାରଣ ଏହାଦ୍ୱାରା ଓଜନ ବଢ଼ିନଥାଏ ।

water

କୋଲଡ଼୍ରିଙ୍କ୍ସରେ ଶର୍କରା ଏବଂ ଅନ୍ୟ ହାନିକାରକ ପଦାର୍ଥ ଥାଏ, ଯାହା ଓଜନ ବୃଦ୍ଧି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ଯଦି ପାଣି ପିଇବାକୁ ପସନ୍ଦ ନଥାଏ, ତେବେ ଏହାର ବିକଳ୍ପ ଭାବେ କ୍ୟାଲେରୀ ଫ୍ରି ଫ୍ଲେଭର୍ଡ ୱାର୍ଟ ଟ୍ରାଏ କରିପାରିବେ । ଚାହିଁଲେ ଲେମ୍ବୁ ପାଣି, ଖଟା ଫଳ କିମ୍ବା ପୁଦିନା ମିଶାଇ ମଧ୍ୟ ପିଇପାରିବେ । ଏହାବ୍ୟତୀତ ପଇଡ଼ ପାଣି, ନଡ଼ିଆ ପାଣି, ଭେଜେଟେବଲ୍ ଜୁସ୍‌, ଡିଟକ୍ସ ଡ୍ରିଙ୍କ୍ ମଧ୍ୟ ଡାଏଟ୍‌ରେ ସାମିଲ କରିପାରିବେ । ପାଣିର ଅଭାବ ପୂରା କରିବ ଆହାର ଯଦି ଆପଣ ପର୍ଯାପ୍ତ ପାଣି ପିଇପାରୁ ନାହାନ୍ତି; ତେବେ ଏହାର ଅଭାବକୁ ଆହାର ଜରିଆରେ ପୂରା କରିପାରିବେ ।

ଡାଏଟ୍‌ରେ ଏଭଳି ଖାଦ୍ୟପଦାର୍ଥ ସାମିଲ କରନ୍ତୁ, ଯେଉଁଥୁରେ ପାଣିର ମାତ୍ରା ଅଧିକ ରହିଥିବ । ସାଲାଡ୍‌ରେ ୯୫% ଜଳୀୟ ଅଂଶ ଥାଏ । ଏହାକୁ ପ୍ରଚୁର ମାତ୍ରାରେ ସେବନ କରିବା ଉଚିତ୍ । ଏହାବ୍ୟତୀତ ପାଳଙ୍ଗ, ଲେମ୍ବୁ, ଚା', କଫି, ଟମାଟର, ଷ୍ଟ୍ରବେରୀ ଏବଂ ଅଙ୍ଗୁରରେ ମଧ୍‌ଯ ଭରପୂର୍ ପାଣି ଥାଏ । ଶୋଇବା ପୂର୍ବରୁ ପାଣି ପିଅନ୍ତୁ ଗବେଷଣା ଅନୁସାରେ, ପ୍ରତ୍ୟେକ ବ୍ୟକ୍ତି ଭୋଜନର ଅଧ ଘଣ୍ଟା ପୂର୍ବରୁ ଅତିକମ୍‌ରେ ୨ ଗ୍ଲାସ୍ ପାଣି ପିଇବା ଉଚିତ୍ । ୩ ମାସ ପର୍ଯ୍ୟନ୍ତ ଏଭଳି କରିବା ଦ୍ୱାରା ୨ କିଲୋ ଓଜନ ହ୍ରାସ ହୋଇଥାଏ । ସେହିପରି ଭୋଜନର ଅଧଘଣ୍ଟା ପରେ ପାଣି ପିଇଲେ ହଜମ ଶକ୍ତି ବୃଦ୍ଧି ପାଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+