କୁମାର ପୂର୍ଣ୍ଣିମାରେ କାହିଁକି ଚନ୍ଦ୍ର ପୂଜା କରାଯାଏ ? କୁମାର ପୂର୍ଣ୍ଣିମାର ମହତ୍ଵ ଜାଣନ୍ତୁ ?
ବନ୍ଧୁଗଣ ଆମ ଓଡିଶାରେ ୧୨ ମାସରେ ତେର ପର୍ବ ପାଳନ କରାଯାଏ । ଏଥି ମଧ୍ୟରୁ କୁମାର ପୂର୍ଣ୍ଣିମା ଅନ୍ୟତମ ଅଟେ । ଆଶ୍ଵିନ ମାସରେ ପଡୁଥିବା ପୂର୍ଣ୍ଣିମାକୁ କୁମାର ପୂର୍ଣ୍ଣିମା ବୋଲି କୁହାଯାଏ । ଏହା ଶରତ ଋତୁରେ ପଡୁଥିବାରୁ ଏହାକୁ ଶରତ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ତେବେ କୁମାର ପୂର୍ଣ୍ଣିମା ତ ଓଡିଶାର ଘରେ ଘରେ ପାଳିତ ହୋଇଥାଏ । ହେଲେ ଏହି ଓଷା କାହିଁକି ପାଳନ କରାଯାଏ ଓ ଏହାର ମହତ୍ଵ କ'ଣ ରହିଛି ? ଏହିସବୁ ବିଷୟରେ ଆଜି ଆମେ ଆପଣ ମାନଙ୍କୁ ବିସ୍ତାର ରୂପେ କହିବାକୁ ଯାଉଛୁ ।
ଏହି ଦିନ ଝିଅ ମାନେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସ୍ନାନ କରି ସୂର୍ଯ୍ୟଙ୍କୁ ଆଞ୍ଜୁଳି ଟେକିଥାନ୍ତି । ଯଦି କେହି ମାନସିକ କରିଥାନ୍ତି, ତେବେ ଚଉରା ସାମ୍ନାରେ ଅରୁଆ ଚାଉଳ ଦେଇ ଗୁଆ ବସାଇଥାନ୍ତି । ସନ୍ଧ୍ୟା ସମୟରେ ଝିଅ ମାନେ ନୂଆ ବସ୍ତ୍ର ପରିଧାନ କରି ଚନ୍ଦ୍ରମା ଓ ଚଉରା ପୂଜା କରିଥାନ୍ତି । ଚଉରା ଆଗରେ ମୁରୁଜ ପକାଇ ଫୁଲ, ସିନ୍ଦୁର ଅର୍ପଣ କରାଯାଏ । ଏହି ପୂଜାର ମୁଖ୍ୟ ଫୁଲ ହେଉଛି କଇଁ ଫୁଲ ।

ପୁରାଣରେ ବର୍ଣ୍ଣିତ ଅଛି ଯେ ତୁଳସୀ ଦେବୀ ପତୀବ୍ରତା ନାରୀ ଥିଲେ । ତାଙ୍କର ସତୀତ୍ଵ କାରଣରୁ ତାଙ୍କୁ ତୁଳସୀ ରୂପରେ ପୂଜା ପାଇବା ପାଇଁ ବର ମିଳିଥିଲା । ଯୁଗେ ଯୁଗେ କୁମାରୀ ଝିଅ ମାନେ ଭଲ ବର ପାଇବା ପାଇଁ ଏବଂ ବିବାହିତା ନାରୀ ମାନେ ନିଜ ସ୍ଵାମୀଙ୍କ ସୁଖ ସମୃଦ୍ଧି ପାଇଁ ଚଉରା ପୂଜା କରିଥାନ୍ତି । ତେଣୁ କୁମାର ପୂର୍ଣ୍ଣିମା ଦିନ ମଧ୍ୟ ଚଉରା ପୂଜା କରିବାର ବିଶେଷ ମହତ୍ତ୍ଵ ରହିଛି ।
ଭଗବାନଙ୍କ ମଧ୍ୟରେ କାର୍ତ୍ତିକଙ୍କୁ ସବୁଠୁ ସୁନ୍ଦର ବୋଲି ମାନାଯାଇଥାଏ । ଏହି ପୂଜାରେ ଚନ୍ଦ୍ରଙ୍କ ଆରାଧନା କରାଯାଏ । ଓଡିଶାରେ କୁମାର ପୂର୍ଣ୍ଣିମାକୁ କୁମାରୀ ମାନଙ୍କର ପର୍ବ ଭାବେ ପାଳନ କରାଯାଇଥାଏ । ଏହି ଦିନ କୁମାରୀ ମାନେ ଭଲ ବର ପାଇବା ପାଇଁ କାର୍ତ୍ତିକଙ୍କୁ ପୂଜା କରିଥାନ୍ତି । ଚନ୍ଦ୍ରମାଙ୍କୁ ଏହି ଦିନ ପୂଜା କରିବା ସହ ତୁଳସୀ ଚଉରା ଆଗରେ ବନ୍ଦାପନା ମଧ୍ୟ କରନ୍ତି । ଭଗବାନ କାର୍ତ୍ତିକ ଏହି ଦିନ ତାରକାସୁରକୁ ବଦ୍ଧ କରିଥିବାରୁ ସୁଯୋଗ୍ୟ ଭାବେ ବିବେଚିତ ହୋଇଥିଲେ ।
ଏହି ପୂଜାରେ ଚନ୍ଦ୍ରଙ୍କୁ ଆକାଶରେ ବନ୍ଦାପନା କରାଯାଇଥାଏ । ଓଡିଆରେ କେତେ ଜାଗାରେ ଆଞ୍ଜୁଳି ଟେକା ହୋଇ ନଥାଏ । ହେଲେ ଯେଉଁ ସବୁ ସ୍ଥାନରେ ଆଞ୍ଜୁଳି ଟେକା ହୋଇଥାଏ । ସେମାନେ ଆଞ୍ଜୁଳି ଟେକା ପରେ କୁମାରୀ ମାନେ ଉପାସନା କରି ଚନ୍ଦ୍ର ପୂଜା କରିବା ପରେ ଉପାସନା ଭାଙ୍ଗିଥାନ୍ତି । ତେବେ ଏହା ଥିଲା କୁମାର ପୂର୍ଣ୍ଣିମା ବିଷୟରେ କିଛି ମହତ୍ଵ ପୂର୍ଣ୍ଣ କଥା ।
ଓଡ଼ିଶାରେ ଏହି ପର୍ବ ସାଧାରଣତଃ କୁମାରୀ କନ୍ୟାମାନେ କାର୍ତ୍ତିକେୟଙ୍କ ଭଳି ସୁନ୍ଦର ଜୀବନସାଥୀ ପାଇବା ପାଇଁ କରିଥାନ୍ତି । ତେବେ ମହାରାଷ୍ଟ୍ର, ପଶ୍ଚିମ ବଙ୍ଗ, ଗୁଜରାଟ ଭଳି ଭାରତର ଅନ୍ୟାନ୍ୟ ରାଜ୍ୟରେ ସ୍ତ୍ରୀ ପୁରୁଷ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ପାଳନ କରିଥାନ୍ତି । ଏହି ଦିନ ଚନ୍ଦ୍ର ପୃଥିବୀର ନିକଟତମ ସ୍ଥିତିରେ ଥାଏ ଏବଂ ଚନ୍ଦ୍ର କିରଣ ମଣିଷର ସ୍ୱାସ୍ଥ୍ୟ ଓ ଚିନ୍ତାଧାରା ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଏହି ଦିନଟିକୁ ଭାରତର ବିଭିନ୍ନ ପ୍ରାନ୍ତରେ ଖୁବ୍ ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ ।[












Click it and Unblock the Notifications