Get Updates
Get notified of breaking news, exclusive insights, and must-see stories!

ମୃତ୍ୟୁ ପରେ ଶବକୁ କଣ ପାଇଁ ଏକୁଟିଆ ଛଡା ଯାଏନି,ଜାଣନ୍ତୁ ଗରୁଡ ପୁରାଣ କଣ କହେ !

ବନ୍ଧୁଗଣ ଯେମିତି ଦିନ ପରେ ରାତି ହେବା ନିଶ୍ଚିତ ଅଟେ ଠିକ ସେମିତି ହିଁ ଯିଏ ବି ଏହି ମୃ-ତ୍ୟୁ ଲୋକରେ ଜନ୍ମ ନେଇଥାନ୍ତି ତାଙ୍କୁ ଦିନେ ନା ଦିନେ ମୃ-ତ୍ୟୁ ବରଣ କରିବା ଅବଶ୍ୟ ଅଟେ। ଅର୍ଥାତ ପୃଥିବୀ ଲୋକରେ କେଉଁ ବା ବଡ଼ ଶକ୍ତି ଅଛି ତାହା ହେଉଛି ପ୍ରାଣୀର ମୃତ୍ୟୁ। ତଥାପି କିଛି ଲୋକବି ଏମିତି ହୋଇଥାନ୍ତି ଯିଏ କି ଏହି ସତ୍ୟକୁ ସ୍ୟୁକାର କରିବାକୁ ଚାହିଁନଥାନ୍ତି।

ଆପଣ ସମସ୍ତେ ଦେଖିଥିବେ ହିନ୍ଦୁ ଧର୍ମରେ ମୃତ୍ୟୁ ପରେ ଶବକୁ ଜଳା ଯାଇଥାଏ। ତାହା ସହିତ ଆପଣ ଏହା ବି ଦେଖିଥିବେ କି ଯଦି କାହାର ମୃତ୍ୟୁ ସୂର୍ଯ୍ୟାସ୍ତ ପରେ ହୋଇଥାଏ ତ ତାହାର ଦାହ ସଂସ୍କାର ତା ପର ଦିନ କରାଯାଇଥାଏ ରାତିରେ ନୁହେଁ।

ଏମତିରେ ଲକ୍ଷ କରିଥିବେ କୌଣସି ପରିବାରରେ ଯଦି କାହାର ମୃତ୍ୟୁ ସନ୍ଧ୍ୟା ପରେ ହୋଇଥାଏ ତ ତାର ଶବକୁ ଏକୁଟିଆ ଛଡା ଯାଇନଥାଏ। ପରନ୍ତୁ କଣ ଆପଣ ଜାଣିଛନ୍ତି କି ଶବକୁ କଣ ପାଇଁ ରାତିରେ ଏକୁଟିଆ ଛଡା ଯାଏନାହିଁ। ତେବେ ଆସନ୍ତୁ ଜାଣିବେ। ଏହାର ବିଷୟରେ ଗରୁଡ଼ ପୁରାଣରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି ।

Find out what the Garuda Purana says

ବନ୍ଧୁଗଣ ଆମର ଧର୍ମରେ ମୃତ୍ୟୁ ପରେ ଶବକୁ ଏକୁଟିଆ କଣ ପାଇଁ ଛଡା ଯାଇନଥାଏ। ଆଉ ଏହା ମଧ୍ୟ ଜାଣି ରଖନ୍ତୁ ଯେ କେବେ କେବେ ଅଥବା କେଉଁ ପରିସ୍ଥିତିରେ ଶବର ଅନ୍ତିମ ସଂସ୍କାର କରାଯାଇନଥାଏ କିମ୍ବା କିଛି ସମୟ ପାଇଁ ରହିଯାଇଥାନ୍ତି। ବନ୍ଧୁଗଣ ଆପଣଙ୍କୁ ସବୁଠାରୁ ପ୍ରଥମେ ଜଣେଇ ଦେଉଛୁ କି ହିନ୍ଦୁ ଧର୍ମରେ ଯଦି କାହାର ମୃତ୍ୟୁ ସୂର୍ଯ୍ୟାସ୍ତ ପରେ ହୋଇଥାଏ ତ ତାର ସବୁକୁ ରାତି ସାରା ଘରେ ହିଁ ରଖାଯାଇଥାଏ ଏବଂ ପର ଦିନ ତାହାର ଦାହ ସଂସ୍କାର କରାଯାଇଥାଏ। ଏବଂ ଏହା ପରେ ଯଦି କାହାର ମୃତ୍ୟୁ ପଞ୍ଚୁକ ସମୟରେ ହୋଇଥାଏ ତ ତାହାର ଶବକୁ ବି କିଛି ସମୟ ପାଇଁ ଘରେ ରଖାଯାଇଥାଏ ଏବଂ ଯେବେ ପଞ୍ଚୁକ ସମୟ ସମାପ୍ତ ହୋଇଥାଏ ତ ତାପରେ ତାହାର ଦାହ ସଂସ୍କାର କରାଯାଇଥାଏ।

କାହିଁକିନା ଗରୁଡ଼ ପୁରାଣରେ କୁହାଯାଇଛି ଯେ ଯଦି ସୂର୍ଯ୍ୟସ୍ତ ପରେ ଅଥବା ପଞ୍ଚୁକ ସମୟରେ ଯଦି କୌଣସି ମୃତ ଶରୀରର ଦାହ ସଂସ୍କାର କରାଯାଇଥାଏ ତ ତାକୁ ମୋକ୍ଷ ପ୍ରାପ୍ତି ହୋଇନଥାଏ। ଏଥିପାଇଁ ଯଦି କେହି ରାତିରେ ମରିଯାଇଥାଏ ତ ତାର ଶରୀରକୁ ନେଇ ସ୍ମଶାନକୁ ଯାଇନଥାନ୍ତି ବରଂ ଶବକୁ ଘରେ ହିଁ ରଖା ଯାଇଥାଏ ସକାଳ ହେବାର ଅପେକ୍ଷା କରାଯାଇଥାଏ ଏବଂ ଏମିତିରେ ମୃତ ଶରୀରକୁ ବି ଗୋଟେ ମୁହୂର୍ତ୍ତ ପାଇଁ ବି ଏକୁଟିଆ ଛଡା ଯାଇନଥାଏ ଏବଂ କେହି ନାଁ କେହି ବ୍ୟକ୍ତି ଶବ ପାଖରେ ଜଗୁଆଳି ଭାବରେ ଜଗିକି ରହିଥାଏ।

ମୃତ ଶରୀରକୁ ଏକୁଟିଆ ନ ଛାଡିବାର ସବୁଠାରୁ ବଡ଼ କାରଣ ଏହା ଅଟେ କି ଯଦି ଶବକୁ ଏକୁଟିଆ ଛଡା ଯାଏ ତ ଏହା ହୋଇପାରେ କୁକୁର ବିଲେଇ ଯେମିତି ସବୁ ପଶୁ ଖାଇଯିବେ ଏବଂ ଗରୁଡ଼ ପୁରାଣ ଅନୁସାରେ ଏମିତି ହେଲେ ମୃତ ଆତ୍ମାକୁ ଯମ ଲୋକର ମାର୍ଗରେ ବହୁତ କଷ୍ଟ ସହିବାକୁ ପଡିଥାଏ। ତାହା ସହିତ ଏମିତି ମାନାଯାଇଥାଏ କି ଯଦି ଶବକୁ ଏକୁଟିଆ ଛାଡିଦିଆଯାଏ ତେବେ ସେଥିରୁ ଗନ୍ଧ ଆସିବାକୁ ଲାଗିଥାଏ।

ସେଥିପାଇଁ ଏହା ଜରୁରୀ ହୋଇଥାଏ କି ସେଠାରେ କେହି ନାଁ କେହି ବ୍ୟକ୍ତି ବସି ରହିଥାଏ ଏବଂ ଧୂପକୁ ଶବର ଚାରିପଟେ ଜଳେଇ ରଖିଥାଏ। ଯାହା ଦ୍ୱାରା ଶବର ଆସୁଥିବା ଦୁର୍ଗନ୍ଧ ଚାରି ଆଡକୁ ନ ବ୍ୟାପୁ। ଗରୁଡ଼ ପୁରାଣ ଅନୁସାରେ ଭଗବାନ ବିଷ୍ଣୁ ଗରୁଡ଼ ପଚାରି ବାରୁ କହିଥିଲେ ଯେ ହେ ପକ୍ଷୀରାଜ ଏହା ସବୁ ପରେ ଯଦି କାହାର ମୃତ୍ୟୁ ହୋଇଯାଇଥାଏ ଏବଂ ତାଙ୍କର କେହିବି ସନ୍ତାନ ନଥାନ୍ତି ଏମିତି ସମୟରେ ବି ଶବକୁ ରଖାଯାଇପାରେ।

ଯେଉଁ ପର୍ଯ୍ୟନ୍ତ ତାଙ୍କର ପୁତ୍ର କିମ୍ବା ପୁତ୍ରୀ ନ ଆସିଯାଏ। କାହିଁକିନା ଯେବେ ନିଜର ସନ୍ତାନ ମୃତ ଶରୀରକୁ ମୁଖାଗ୍ନି ନଦିଏ ତ ତାକୁ କେତେ ବର୍ଷ ପର୍ଯ୍ୟନ୍ତ ଏହି ମୃତ୍ୟୁ ଲୋକରେ ଭ୍ରମଣ କରିବାକୁ ପଡିଥାଏ। ଏହା ପରେ ଭଗବାନ ବିଷ୍ଣୁ କୁହନ୍ତି କି ସୂର୍ଯ୍ୟାସ୍ତ ପରେ ଯଦି କାହାର ମୃତ ଶରୀରକୁ ଜଳାଇ ଦିଆଯାଏ ଅର୍ଥାତ ତାର ଅନ୍ତିମ ସଂସ୍କାର କରି ଦିଆଯାଏ ତ ସେ ପ୍ରେତ ଆତ୍ମା ଅସୁର ଦାନବ ଅଥବା ସେ ପିଶାଚର ଜନିରେ ଜନ୍ମ ନେଇଥାଏ।

ଯେଉଁଠାକୁ ତାକୁ କେତେକ କଷ୍ଟ ସହିବାକୁ ପଡିଥାଏ। ଏଥିପାଇଁ ହିନ୍ଦୁ ଧର୍ମରେ ରାତିରେ ଅନ୍ତିମ ସଂସ୍କାର କରିବା ପାଇଁ ମନା କରାଯାଇଛି। ଏହା ପରେ ଭଗବାନ ବିଷ୍ଣୁ କୁହନ୍ତି କି ରାତିରେ ମୃତ ଶରୀରକୁ ଏକୁଟିଆ ଛାଡିଦିଆଯାଏ ତ ତାର ଶରୀରରେ ଆଖପାଖରେ ଭ୍ରମଣ କରୁଥିବା ଦୁରର୍ତ୍ମା ବି ପ୍ରବେଶ କରିଯାଇଥାନ୍ତି।

ଯାହା ଦ୍ୱାରା ମୃତ ବ୍ୟକ୍ତି ସହିତ ବି ତାର ପରିଜନଙ୍କୁ ବି କେତେ ପ୍ରକାରର କଷ୍ଟ ଭୋଗିବାକୁ ପଡିଥାଏ। ତା ସହିତ ଏମିତି ବି କୁହାଯାଇଛି ଯେ ଶବକୁ ଏକୁଟିଆ ଏଥିପାଇଁ ଛଡାଯାଇନଥାଏ କାହିଁକିନା ମରି ଯାଇଥିବା ଲୋକର ଆତ୍ମା ସେହି ଜାଗାରେ ଭ୍ରମଣ କରୁଥାଏ। ଏବଂ ନିଜର ପରିଜନ ମାନଙ୍କୁ ଦେଖୁଥାଏ। କୁହାଯାଏ କି ମନୁଷ୍ୟର ମୃତ୍ୟୁ ପରେ ଶରୀର ଆତ୍ମାରୁ ଖୋଲି ଯାଇଥାଏ। ଏହି କାରଣରୁ ସେହି ମୃତ ଶରୀରରେ କେବେବି ଖରାପ ଆତ୍ମା ପ୍ରବେଶ କରିପାରେ। ସେଥିପାଇଁ ରାତିରେ ଶବକୁ ଏକୁଟିଆ ଛଡା ଯାଇନଥାଏ ଏବଂ କେହି ନାଁ କେହି ଶବ ପାଖରେ ଜଗିକି ବସିଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+