ଅଫିସରେ ମଧ୍ୟାହ୍ନ ଭୋଜନ ପରେ କାହିଁକି ଆସେ ନିଦ, ଜାଣନ୍ତୁ ଏଥିରୁ କେମିତି ପାଇବେ ମୁକ୍ତି

ଅଫିସରେ ମଧ୍ୟାହ୍ନ ଭୋଜନ କରିବା ପରେ ନିଦ ଲାଗିଥାଏ । ଯେଉଁମାନେ ବି ଚାକିରୀ କରିଛନ୍ତି ପ୍ରାୟ ସମସ୍ତଙ୍କ କ୍ଷେତ୍ରରେ ଏପରି ହୋଇଥାଏ । ତେବେ କାହିଁକି ଏପରି ହୋଇଥାଏ ତାର କାରଣ ଏବେ ସାମ୍ନାକୁ ଆସିଛି । ଆମେରିକାର ଏକ ଅନୁଷ୍ଠାନ ନିକଟରେ ଏହା ଉପରେ ଏକ ଅଧ୍ୟୟନ କରିଛି । ଯାହା ଫଳରେ ଜଣା ପଡିଛି ନିଦ ପଛର କାରଣ ।

lunch

ଅଧ୍ୟୟନ ଅନୁସାରେ ଚିନି ଏବଂ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଏଥିପାଇଁ ଦାୟୀ । ଯେପରି ପନୀର, ଡାଲି, ସି - ଫୁଡ୍, ନମକିନ୍ ଏବଂ ମିଠା ଯୁକ୍ତ ଖାଦ୍ୟ ଏଥିପାଇଁ ଦାୟୀ । ଏପରି ଖାଦ୍ୟକୁ ସ୍ଲିପର୍ସ ମଧ୍ୟ କୁହାଯାଏ ଯାହାକୁ ଖାଇବା ପରେ ନିଦ ଆସେ ।

ଏପରି ହେବାର କାରଣ
* ଏହି ଖାଦ୍ୟ ସବୁ ଖାଇଲେ ହଜମ କ୍ରିୟା ଆରମ୍ଭ ହୋଇଯାଏ । ଆଉ ଏହି ପାଚନ କ୍ରିୟା ପାଇଁ ପର୍ଯ୍ୟାପ୍ତ ପରିମାଣର ରକ୍ତ ଆବଶ୍ୟକ ହୋଇଥାଏ । ଯାହାକୁ ପୂରଣ କରିଥାଏ ଆମ ମସ୍ତିସ୍କ ।

* ଏହା ଦ୍ୱାରା ମସ୍ତିସ୍କରେ ରକ୍ତର ପରିମାଣ କମିଥାଏ ଏବଂ ଧୀରେ ଧୀରେ ଏହାର କ୍ରିୟାଶୀଳତା ଶିଥିଳ ହୋଇଥାଏ । ଫଳରେ ନିଦ ଲାଗିବା ଆରମ୍ଭ ହୋଇଥାଏ । ପ୍ରୋଟିନଯୁକ୍ତ ଖାଦ୍ୟ ଖାଇଲେ ବେଶୀ ନିଦ ଲାଗିଥାଏ । କାରଣ ପ୍ରୋଟିନକୁ ହଜମ କରିବା ପାଇଁ ଅଧିକ ସମୟ ଲାଗିଥାଏ ।

କଣ କରିବେ :

* ଅଫିସରେ ଲଂଚ୍ ପାଇଁ ଭାତ ସ୍ଥାନରେ ରୁଟି ଖାଆନ୍ତୁ । କାରଣ ଭାତ ଖାଇଲେ ଅଧିକ ନିଦ ଲାଗିଥାଏ ।

* ସେହିପରି ଆଳୁ ଖାଆନ୍ତୁ ନାହିଁ । କାରଣ ଆଳୁ ଶରୀରରେ ବ୍ଲଡ୍ ସୁଗାରର ସ୍ତର ବଢାଇ ଦିଏ । ଫଳରେ ନିଦ ଆସିଥାଏ ।

* ବିସ୍କୁଟ୍ , କ୍ଷୀର ଏବଂ ଅନ୍ୟାନ୍ୟ ମିଠା ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ ।

* ସକାଳେ ଅଧିକ ଖାଇ ଅଫିସ୍ ଯାଆନ୍ତୁ । ଫଳରେ ଦ୍ୱିପହରରେ ଅଳ୍ପ ଭୋକ ଲାଗିବ ଏବଂ ଖାଇବା ପରେ ନିଦ ଲାଗିବ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+