ବର୍ଷା ଦିନ କାହିଁକି ହୁଏ ପେଟରେ ଯନ୍ତ୍ରଣା

Stomach Infections: ମୌସୁମୀର ଆଗମନରେ ଧରାପୃଷ୍ଠ ରଙ୍ଗୀନ ହୋଇଥାଏ । ସବୁ ଆଡେ ସବୁଜିମା ଦେଖିବା ପାଇଁ ମିଳିଥାଏ । ହେଲେ ଏହି ସମୟରେ ଅନେକ ରୋଗର ସମ୍ମୁଖୀନ ହେବାକୁ ମଧ୍ୟ ପଡିଥାଏ । ଥଣ୍ତା ଜ୍ୱର ସହ ଅନେକ ପ୍ରକାରର ପ୍ଲୁ ଏବଂ ଅଧିକ ପେଟ ସଂକ୍ରମଣର ଭୟ ରହିଥାଏ । ଯଦିଓ ପେଟ ସଂକ୍ରମଣ ସାଧାରଣ, ହେଲେ ଏହାକୁ ଅଣଦେଖା କରାଯିବା ଉଚିତ ନୁହେଁ କାରଣ ଏହା ଅପରିଷ୍କାର ଜଳ ଏବଂ ଖାଦ୍ୟ ଦ୍ୱାରା ହୋଇଥାଏ । ଏହି ସମସ୍ୟା ଯେକୌଣସି ବୟସର ଲୋକଙ୍କୁ ପାଖରେ ଦେଖାଦେଇଥାଏ । ବିଶେଷ କରି ଏହି ଋତୁରେ ପିଲାମାନେ ବହୁତ ସତର୍କ ରହିବା ଉଚିଚ ।

ପେଟ ସଂକ୍ରମଣର ଲକ୍ଷଣ ତୁରନ୍ତ ଦେଖାଯାଏ । ଯେପରିକି ବାନ୍ତି, ଜ୍ୱର, ଝାଡ଼ା, ପେଟରେ ଯନ୍ତ୍ରଣା ହେବା । ଏହା ବ୍ୟତୀତ ରୋଗୀଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ପେଟରେ ସଂକ୍ରମଣ ପ୍ରାୟତଃ ସେହିମାନଙ୍କଠାରେ ଅଧିକ ଦେଖାଯାଏ ଯାହାର ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ । ପେଟ ସଂକ୍ରମଣ ପାଇଁ କିଛି ଘରୋଇ ଉପଚାର ଅଛି ଯାହାକୁ ଆପଣ ବ୍ୟବହାର କରିପାରିବେ ।

stomach infections

ବର୍ଷା ଦିନରେ ପାଣି ଫୁଟାଇ ପିଅନ୍ତୁ । କାରଣ ଏହି ସମୟରେ ପାଣିରେ ଜୀବାଣୁ ସୃଷ୍ଟି ହୋଇଥାନ୍ତି । ଦୁଷିତ ପାଣି ପିଇବା ଦ୍ୱାରା ପେଟ ସମସ୍ୟା ଦେଖାଦେଇଥାଏ । ଏପରିକି ଜୀବାଣୁ ଦ୍ରୁତ ଗତିରେ ବ୍ୟାପିଥାଏ । ତେଣୁ ଭଲ ଭାବରେ ପାଣି ଫୁଟାଇବା ପରେ ପିଅନ୍ତୁ । ଏପରି କରିବା ଦ୍ୱାରା ଜଳରେ ଥିବା ଜୀବାଣୁ ମରିଯାଆନ୍ତି । ଫୁଟିବା ପରେ ପାଣି ଖୋଲା ରଖନ୍ତୁ ନାହିଁ । ଥଣ୍ତା ହେବା ପରେ ପାଣି ଛାଣି ପିଅନ୍ତୁ ।

ନଷ୍ଟ ହୋଇଥିବା ବା ଖରାପ ହୋଇଯାଇଥିବା ଖାଦ୍ୟ ଖାଇବା ଦ୍ୱାରା ପେଟ ସଂକ୍ରମଣ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ । ଦୁଷିତ ପାଣି ପିଇବା ଦ୍ୱାରା ପେଟ ସଂକ୍ରମଣ ହୋଇଥାଏ ଷ୍ଟ୍ରିଟ୍ ଫୁଡ୍ ବର୍ଷା ଦିନରେ ଖାଇବା ଅନୁଚିତ । ଷ୍ଟ୍ରିଟ୍ ଫୁଡ୍ ଖାଇବା ଶରୀର ପାଇଁ ବିପଦଜନକ ପ୍ରମାଣିତ ହୋଇପାରେ ।

ବର୍ଷା ଦିନରେ ମଧ୍ୟ ଅଧିକ ପାଣି ପିଅନ୍ତୁ । ଇଲେକ୍ଟ୍ରୋଲାଇଟ୍ ପାଣି କିମ୍ବା ଅଦା ପାଣି ନିଶ୍ଚିତ ପିଅନ୍ତୁ । ବାରମ୍ବାର ଅଳ୍ପ ପରିମାଣର ପାଣି ପିଅନ୍ତୁ । ସେହିପରି ପେଟ ଖରାପ ଥିଲେ କ୍ଷୀର, କଦଳୀ ଏବଂ ପନିର ପରି ଦୁଗ୍ଧଜାତ ଦ୍ରବ୍ୟ ସହିତ କଫିନ୍ ଏବଂ ମଦ୍ୟପାନ କରନ୍ତୁ ନାହିଁ । ସେହିପରି ବର୍ଷା ଦିନରେ ବାରମ୍ବାର ହାତ ଧୋଇବା ଉଚିତ । ବାହାରେ ଖାଦ୍ୟ ଖାଆନ୍ତୁ ନାହିଁ । ଗରମ ରନ୍ଧା ଖାଦ୍ୟ ଖାଆନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+