ଔଷଧର କାହିଁକି ରହିଥାଏ ଭିନ୍ନ ଭିନ୍ନ ରଙ୍ଗ, ଏହା ପଛରେ ରହିଛି ଏହି ବୈଜ୍ଞାନିକ କାରଣ

ଔଷଧ ଖାଇବା ବେଳେ ଆପଣ ଦେଖିଥିବେ, ଏହା ବିଭିନ୍ନ ରଙ୍ଗରେ ଆସିଥାଏ । କିଛି ଔଷଧ ଧଳା, ଲାଲ, ନୀଳ, ସବୁଜ, ହଳଦିଆ ଏଭଳି ଭିନ୍ନ ଭିନ୍ନ ରଙ୍ଗର । ଏପରିକି କଳା ରଙ୍ଗର ମଧ୍ୟ ଔଷଧ ରହିଛି । ଆପଣଙ୍କ ମନରେ କେବେ ନା କେବେ ପ୍ରଶ୍ନ ଆସିଥିବ ଯେ, ଏ ଔଷଧଗୁଡ଼ିକ କାହିଁକି ବିଭିନ୍ନ ରଙ୍ଗର ? ଏହା ପଛର କାରଣ କ'ଣ ଆସନ୍ତୁ ଜାଣିବା ।

behind

ଔଷଧର ଏହି ରଙ୍ଗଗୁଡ଼ିକ କେବଳ ଆକର୍ଷଣ ପାଇଁ ନୁହେଁ; ଏହା ପଛରେ ରହିଛି ଅନେକ ବୈଜ୍ଞାନିକ ଏବଂ ମନସ୍ତାତ୍ତ୍ୱିକ କାରଣ । ବିଭିନ୍ନ ଔଷଧ ଖାଉଥିବା ରୋଗୀଙ୍କ ପାଇଁ ରଙ୍ଗ ବିଶେଷ ଭାବରେ ସହାୟକ ହୋଇଥାଏ । ଯଦି ସବୁ ଔଷଧ ଧଳା ହୋଇଥାନ୍ତା, ତେବେ ସକାଳେ କେଉଁ ଔଷଧ ଏବଂ ରାତିରେ କେଉଁଟି ଖାଇବା ଉଚିତ୍ ତାହା ମନେ ରଖିବା କଷ୍ଟକର ହୋଇଥାନ୍ତା ।

ଯେଉଁମାନେ ଔଷଧର ନାଁ ପଢ଼ିପାରନ୍ତି ନାହିଁ, ବୟସ୍କ ରୋଗୀ କିମ୍ୱା ଦୃଷ୍ଟିଶକ୍ତି ଦୁର୍ବଳ ଥିବା ରୋଗୀଙ୍କ ପାଇଁ ରଙ୍ଗ ବିଶେଷ ଭାବରେ ସହାୟକ ହୋଇଥାଏ । ଡାକ୍ତର ଏବଂ ଚିକିତ୍ସା କର୍ମଚାରୀମାନେ ରଙ୍ଗ ଦ୍ୱାରା ଔଷଧଗୁଡ଼ିକୁ ଶୀଘ୍ର ଚିହ୍ନଟ କରିପାରିବେ । ଏହା ରୋଗୀଙ୍କୁ ଠିକ୍ ଔଷଧ ଚିହ୍ନିବାରେ ସାହାର୍ଯ୍ୟ କରେ । ଔଷଧ କମ୍ପାନୀଗୁଡ଼ିକ ସତର୍କତାର ସହିତ ସେମାନଙ୍କର ଔଷଧର ରଙ୍ଗ ଚୟନ କରନ୍ତି । ନୀଳ ରଙ୍ଗ ଶାନ୍ତିର ପ୍ରତୀକ, ତେଣୁ ଏହାକୁ ପ୍ରାୟତଃ ନିଦ ଆଣିବା କିମ୍ବା ବିପି ମେଡିସିନ୍‌ରେ ବ୍ୟବହୃତ ହୁଏ । ଲାଲ୍ କିମ୍ବା କମଳା ରଙ୍ଗ ଆବେଗ ଏବଂ ଶକ୍ତିକୁ ସୂଚିତ କରେ, ତେଣୁ ଏଗୁଡ଼ିକୁ ଶରୀରର ଶକ୍ତି ପାଇଁ କିମ୍ବା ଯନ୍ତ୍ରଣା ନିବାରକରେ ବ୍ୟବହାର କରାଯାଏ ।

ସବୁଜ ରଙ୍ଗ ସତେଜତା ଏବଂ ପ୍ରକୃତିର ପ୍ରତୀକ, ଯାହା ପାଚନ ଔଷଧରେ ବ୍ୟବହାର ହୁଏ । କଳା କିମ୍ବା ଗାଢ଼ ବାଦାମୀ ରଙ୍ଗର ବଟିକା ପ୍ରାୟତଃ ଆଇରନ୍ ଏବଂ ଭିଟାମିନ୍ ପରିପୂରକ ହୋଇଥାଏ । କିଛି ଔଷଧ ସୂର୍ଯ୍ୟକିରଣ ଦ୍ୱାରା ସହଜରେ କ୍ଷତିଗ୍ରସ୍ତ ହୁଏ । ତେଣୁ, ଅଧିକ ସମୟ ଧରି ସେଲଫ୍ ଲାଇଫ୍ ଠିକ୍ ରଖିବା ପାଇଁ ସେଗୁଡ଼ିକୁ ଗାଢ଼ ରଙ୍ଗରେ ଆବରଣ କରାଯାଏ । ଏହା ସେମାନଙ୍କର ଗୁଣବତ୍ତା ଏବଂ ପ୍ରଭାବ ସଠିକ୍ ଭାବରେ ରଖିଥାଏ । ସବୁବେଳେ ଚ୍ୟାଲେଞ୍ଜିଂ ହୋଇଥାଏ ପିଲାମାନଙ୍କୁ ଔଷଧ ଖୁଆଇବା । ସେଥିପାଇଁ ପିଲାମାନଙ୍କ ପାଇଁ ଷ୍ଟ୍ରବେରୀ, ଚକୋଲେଟ୍ କିମ୍ବା କମଳା ସ୍ୱାଦ ସହିତ ରଙ୍ଗୀନ ସିରପ୍ ଏବଂ ଟାବଲେଟ୍ ତିଆରି କରାଯାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+