କାହିଁକି ମା' ନିଜ ମସ୍ତକ ଛେଦନ କରିଥିଲେ ? ପୂଜାମଣ୍ଡପରେ କାହିଁକି ପୂଜା ପାଆନ୍ତି ଛିନ୍ନମସ୍ତା କାଳୀ ?
କାଳୀ ପୂଜା ପାଇଁ ଉତ୍ସବମୁଖର ଗାଁଠୁ ସହର । ବାଉନ ବଜାର ତେପନ ଗଳିର ସହର କଟକ କାଳିପୂଜା ଆଉ ଦୀପାବଳି ପାଇଁ ସଜେଇ ହୋଇଛି । ସକାଳୁ ସକାଳୁ ଆରମ୍ଭ ହୋଇ ଯାଇଛି ପ୍ରସ୍ତୁତି । କଟକର ବାଖରାବାଦରେ ଆଜି ପୂଜା ପାଇବେ ମା' ଛିନ୍ନକାଳୀ । ଏହି ପୀଠରେ ମା' ଛିନ୍ନକାଳୀଙ୍କ ପୂଜାର ଏକ ସ୍ୱାତନ୍ତ୍ର୍ୟ ରହିଛି ।
କାହିଁକି ହେଲେ ଛିନ୍ନମସ୍ତା
ବାଖରାବାଦରେ ଥିବା ଏହି ମଣ୍ଡପରେ ଛିନ୍ନକାଳୀ ପୂଜା ପାଇଥାନ୍ତି । ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ଅନ୍ୟ ମଣ୍ଡପଠାରୁ ପୁରା ଭିନ୍ନ । ଏହି ମଣ୍ଡପର ପରମ୍ପରା ବି ଅନନ୍ୟ । ଏହାକୁ ନେଇ ଏକ ପୌରାଣିକ କାହାଣୀ ରହିଛି । ସୃଷ୍ଟିର ନିର୍ମାଣ କାର୍ଯ୍ୟରେ ମା' ପାର୍ବତୀ ବ୍ୟସ୍ତ ଥିଲେ । ମା ଗଙ୍ଗାକୁ ସ୍ଥାନ କରିବାକୁ ଯାଇଥିଲେ । ଏହି ସମୟରେ ତାଙ୍କ ସାଙ୍ଗରେ ଦୁଇ ଜଣ ସହଚରୀ ଜୟା ଏବଂ ବିଜୟା ସାଥିରେ ଥିଲେ । ତାଙ୍କୁ ପ୍ରବଳ ଭୋକ ଲାଗିବାରୁ ମାଙ୍କୁ ଭୋଜନ ପାଇଁ କହିଥିଲେ । ହେଲେ ଭୋଜନ ପାଇଁ କିଛି ନଥିବାରୁ ମା ନିଜର ମସ୍ତକ ଛେଦନ କରିଥିଲେ । ସେହି ମସ୍ତକରୁ ରକ୍ତର ତିନିଟା ଧାରା ବାହାରି ଥିଲା । ଗୋଟିଏ ଜୟା, ଆଉ ଗୋଟିଏ ବିଜୟା ଏବଂ ଶେଷଟିକୁ ମା ନିଜେ ପାନ କରିଥିଲେ । ସେହି ଦିନଠାରୁ ମାଙ୍କୁ ଛିନ୍ନ ମସ୍ତା ରୂପେ ପୂଜା କରାଯାଉଛି ।

କେବେଠୁ ଆରମ୍ଭ ହୋଇଛି ପୂଜା ?
ଆଉ ଏକ କାହାଣୀ ବି ଶୁଣିବାକୁ ମିଳେ । ଜଣେ ସ୍ବାଧୀନତା ସଂଗ୍ରାମୀ ଥିଲେ । ତାଙ୍କର ନାଁ ଭରତ ସିଂହ । ପରବର୍ତ୍ତୀ ସମୟରେ ସେ କାଉନସିଲର ମଧ୍ୟ ହୋଇଥିଲେ। ସେ ଅପ୍ରୁତିକ ଥିଲେ । ତାଙ୍କୁ ଜଣେ ସାଧୁ ମା ଛିନ୍ନମସ୍ତାଙ୍କ ପାଖରେ ମାନସିକ କରିବାକୁ କହିଥିଲେ । ତାଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥିଲା । ଏହା ପରେ ଭରତ ସିଂହ ସାହିରେ ସାମୂହିକ ପୂଜା ଆୟୋଜନ ପାଇଁ ନିଷ୍ପତି ନେଇଥିଲେ । ସେବେଠାରୁ ଅର୍ଥାତ 1962 ମସିହାରୁ ବଖରାବାଦରେ ମାଙ୍କ ପୂଜା ଆୟୋଜନ କରାଯାଉଛି ।
କାଳିପୂଜାରେ ରାତି 11ରୁ ମାଙ୍କ ପୂଜା ଆରମ୍ଭ ହୋଇଥାଏ । ଏହି ପୂଜା ପ୍ରାୟ ସକାଳ 6 ଟା ପର୍ଯ୍ୟନ୍ତ ଚାଲେ । ବୈଦିକ ରୀତିନୀତିରେ ମାଙ୍କ ପୂଜା କରାଯାଏ । ଚଣ୍ଡିପାଠ ବି କରାଯାଏ । ବିଶ୍ଵାସ ରହିଛି କି ମାଙ୍କ ପାଖରେ ଯିଏ ମାନସିକ ରଖେ ତାର ମନସ୍କାମନା ପୂରଣ ହୋଇଥାଏ ।
ସୋମବାର ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ପୟାଶ୍ରାଦ୍ଧ ଅବସରରେ ବଡ଼ବଡ଼ିଆ ପର୍ବ ପାଳନ କରିବେ ହଜାର ହଜାର ଶ୍ରଦ୍ଧାଳୁ । ଏହି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସିଂହଦ୍ଵାର ନିକଟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ହେବା ଆଶଙ୍କାକୁ ଦୃଷ୍ଟିରେ ରଖି ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ଫୋର୍ସ ମୁତୟନ ରହିବେ । ମୋଟ ୨୮ ପ୍ଲାଟୁନ୍ ପୋଲିସ ଫୋର୍ସଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ଦାୟିତ୍ଵରେ ରହିବେ ।












Click it and Unblock the Notifications