ହୋଟେଲ ରୁମରେ ପଡିଥିବା ବେଡସିଟର ରଙ୍ଗ ସବୁବେଳେ ଧଳା କାହିଁକି କିଛି ଅନ୍ୟ କାହିଁକି ନୁହେଁ?

ଯେତେବେଳେ ବି ଆମେ ନିଜ ଘର ଛାଡି ଦୂରକୁ କୁଆଡେ ଯାଆନ୍ତି, ସେତେବେଳେ କିଛି ଦିନ ପାଇଁ ହୋଟେଲ ଆମ ଘର ହୋଇଯାଏ ତେବେ ତେଣିକି ହୋଟେଲ ରୁମ ଶସ୍ତା ହେଉ ଅବା ମହଙ୍ଗା କିନ୍ତୁ ବେଡ ଉପରେ ପଡିଥିବା ଚାଦର ସବୁବେଳେ ଧଳା ହିଁ ପଡିଥାଏ । ଆପଣ କେବେ ଭାବିଛନ୍ତି ଯେ କାହିଁକି ସବୁ ହୋଟେଲ ରୁମର ବେଡରୁମରେ ଧଳା ଚାଦର ପଡିଥାଏ, ଅନ୍ୟକିଛି କାହିଁକି ନୁହେଁ । ଦୁନିଆରେ ଏତେ ସାରା ରଙ୍ଗ ରହିଛି, ତଥାପି ହୋଟେଲ ବେଡରୁମରେ ଧଳା ରଙ୍ଗର ବେଡସିଟ୍‌ କାହିଁକି ପଡିଥାଏ ।

ଆପଣ କୌଣସି ବି ହୋଟେଲ ରୁମରେ ରୁହନ୍ତୁ ନା କାହିଁକି ଗୋଟେ କଥା ନିହାତି ନୋଟିସ୍‌ କରିଥିବେ ଯେ ଇଣ୍ଟେରିୟର ଏବଂ କାନ୍ଥର ରଙ୍ଗ ଯାହା ବି ହେଇଥାଉ ନା କାହିଁକି କିନ୍ତୁ ବେଡସିଟ୍‌ ସବୁବେଳେ ଧଳା ରଙ୍ଗର ହିଁ ଥାଏ । କଣ ଆପଣ କେବେ ଭାବିଛନ୍ତି ଯେ କାହିଁକି ଅନ୍ୟ କେଉଁ ରଙ୍ଗର ଚାଦର ବ୍ୟବହାର କରାଯାଏନାହିଁ । ଆଜି ଆମେ ଆପଣଙ୍କୁ ଏହା ପଛର ଥିବା କାରଣ ବତାଇବୁ ଯାହା ବହୁତ ରୋଚକପୂର୍ଣ୍ଣ ।

hotel rooms always white and not some other colour

ହୋଟେଲରେ ପଡିଥିବା ବେଡସିଟକୁ ସଫା କରିବା ବହୁତ ବଡ କାମ ହୋଇଥାଏ । ଏମିତିରେ ବେଡସିଟର ରଙ୍ଗ ଧଳା ହେବା କାରଣରୁ ଏହା ସହଜ ହୋଇଥାଏ ଯେ କେଉଁଠି ମଇଳା ଅଛି। ହୋଟେଲରେ ପଡିଥିବା ବେଡସିଟକୁ ଏକାସାଥିରେ ବ୍ଲିଚରେ ପକାଇ ସଫା କରାଯାଇଥାଏ । ରଙ୍ଗୀନ ଚାଦର ରଙ୍ଗ ଛାଡିଥାଏ ସେହିପରି ଧଳା ରଙ୍ଗ ହେଲେ କଲର ଛାଡିବାର କୌଣସି ଟେନସନ୍‌ ନଥାଏ । ଏହା ଜଲଦି ସଫା ବି ହୋଇଯାଏ । କ୍ୟାମିକାଲରେ ସଫା ହୋଇ ଧଳା ଚାଦର ସ୍ମେଲ ଫ୍ରି ହୋଇଯାଇଥାଏ। ଯଦି ଇଣ୍ଟେରିୟର ବିଷୟରେ କହିବା ତ ଧଳା ରଙ୍ଗ ଏମିତି ବି ରୟାଲ ଏବଂ ଲଗଜୁରୀ ଲୁକ୍‌ ଦେଇଥାଏ । ଏହାକୁ କିଣିବାକୁ ବି ଅଧିକ ଟଙ୍କା ଲାଗେନାହିଁ। କଷ୍ଟମର ଏହାର ଲୁକରୁ ଇମ୍ପ୍ରେସ ହୋଇଯାନ୍ତି ଆଉ ମାଲିକଙ୍କୁ ଅଧିକ ଟଙ୍କା ଖର୍ଚ୍ଚ ବି କରିବାକୁ ପଡିନଥାଏ ।

ତେବେ ଆପଣଙ୍କୁ କହିବାକୁ ଚାହିଁବୁ ଯେ ୯୦ ଦଶକ ପର୍ଯ୍ୟନ୍ତ ଏମିତି ନଥିଲା ଯେ ହୋଟେଲରେ କେବଳ ଧଳା ରଙ୍ଗର ଚାଦର ବିଛା ଯାଉଥିଲା । ଚାଦରରେ ଲାଗିଥିବା ମଇଳାକୁ ଲୁଚାଇବା ପାଇଁ ରଙ୍ଗୀନ ଚାଦରର ବ୍ୟବହାର କରାଯାଉଥିଲା କିନ୍ତୁ ୧୯୯୦ ମସିହା ପରେ ଏଥିରେ ପରିବର୍ତ୍ତନ ହୋଇଗଲା। ହୋଟେଲର ଇଣ୍ଟେରିୟର ଡିଜାଇନର୍ସ ରୟାଲ ଏବଂ ରିଚ୍‌ ଲୁକ୍‌ ଦେବା ପାଇଁ ଧଳା ରଙ୍ଗର ଚାଦର ବ୍ୟବହାର କଲେ ଏବଂ ଏହା ଧୀରେ ଧୀରେ ପ୍ରଚଳନ ହୋଇ ଚାଲିଲା । ଏହି ରଙ୍ଗକୁ ଦେଖି କଷ୍ଟମରଙ୍କୁ ବି ରୁମ୍‌ ସଫା ସୁତୁରା ଅଛି ଭାବି ମନକୁ ଶାନ୍ତି ମିଳିଥାଏ ସେହିପରି ଏହି ରଙ୍ଗ ସୁଖ ଏବଂ ଶାନ୍ତି ନିଦ ବି ଦେଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+