ଘର ପୋଛିବା ବେଳେ ପାଣିରେ ଏହି ଜିନିଷ ମିଶାଇ ଦିଅନ୍ତୁ ପଶିବେନି ମଶା !

ଘରକୁ ସଫା ରଖିବା ବେଶି କଷ୍ଟକର ନୁହେଁ । ଯଦି ଆପଣ ଆପଣଙ୍କ ଘରକୁ ସଫା ରଖିବା ପାଇଁ ପ୍ରତ୍ୟେକ ଦିନ ପୋଛା ଲଗାଉଛନ୍ତି, ତେବେ ଆପଣ ଘର ପୋଛିବା ସମୟରେ ପାଣିରେ ୩ଟି ଜିନିଷ ମିଶାଇଲବା ଉଚିତ ।

ଏଭଳି କଲେ ଘରେ କୀଟପତଙ୍ଗ ସହିତ ମଶାମାଛି ପ୍ରବେଶ କରନ୍ତି ନାହିଁ । ଘର ପୋଛିବା ବେଳେ ପାଣିରେ ଭିନେଗାର ମିଶାଇ ଦିଅନ୍ତୁ । ଏହାପରେ ପୋଛାକୁ ବୁଡ଼ାଇ ଏଥିରେ ଫ୍ଲୋର୍‌ ସଫା କରନ୍ତୁ ।

ଏହାଦ୍ୱାରା ଆପଣ ଦୁଇଟି ଲାଭ ପାଇ ପାରିବେ । ଗୋଟିଏ ହେଉଛି ଭିନେଗାର ମିଶା ପାଣି ଯୋଗୁଁ ଆପଣଙ୍କ ଚଟାଣ ଉଜ୍ଜ୍ୱଳ ରହିବ । ଦ୍ୱିତୀୟଟି ହେଉଛି ଏହାଦ୍ୱାରା ଆପଣଙ୍କ ଘର ଭିତରେ ମଶା ଓ ମାଛି ପ୍ରବେଶ କରିବେ ନାହିଁ ।

ଭନେଗାର ମିଶ୍ରିତ ପାଣିରେ ପୋଛା ମାରିବା ଯୋଗୁଁ ଘର ଭିତରେ ଜିବାଣୁ କିଟାଣୁଙ୍କ ପ୍ରାଦୁର୍ଭାବ ନଥାଏ । ଫ୍ଲୋର୍‌କୁ ଚମକଦାର କରିବା ପାଇଁ ଭିନେଗାର ଏକ ରାମବାଣ ଭଳି କାମ କରେ ଏଣୁ, ଏହାକୁ ଆପଣ ଆପଣଙ୍କ ଘରେ ଟ୍ରାଏ କରି ପାରିବେ ।

ଭିନେଗାର ଛଡ଼ା ଅନ୍ୟ ଉପାୟରେ ମଧ୍ୟ ଆପଣ ମଶା ଦାଉରୁ ମୁକ୍ତି ପାଇ ପାରିବେ । କିଛି ତେଲ ମିଶାଇ ଆପଣ ମଶା ଦାଉରୁ ମୁକ୍ତି ପାଇ ପାରିବେ । ଆପଣ ଚାହିଁଲେ ପାଣିରେ ଲେଭେଣ୍ଡର ତେଲ କିମ୍ବା ଆଲମଣ୍ଡ ତେଲକୁ ପାଣିରେ ମିଶାଇ ପାରିବେ ।

ଏହି ପାଣିରେ ପୋଛା ବୁଡ଼ାଇ ଘର ପୋଛି ପାରିବେ । ଏହାଦ୍ୱାରା ଆପଣଙ୍କ ଫ୍ଲୋର୍‌ ଚମକଦାର ହେବା ସହ ଆପଣଙ୍କ ଚଟାଣ ଅତି ସହଜରେ ସଫା ହୋଇଯାଇ ଥାଏ । ଆହୁରି ମଧ୍ୟ, ଘରେ କୀଟ ଏବଂ ମଶା ଭଳି କୌଣସି ଅସୁବିଧା ନାହିଁ । ଖାଲି ସେତିକି ନୁହେଁ ଡାଲ୍‌ଚିନି ଓ ଚିନା ବାଦାମକୁ ନେଇ ମଧ୍ୟ ଆପଣ ଘର ପୋଛିବା ପାଇଁ ପାଣି ତିଆରି କରି ପାରିବେ ।

mosquitoes will not enter

ଏଥିପାଇଁ ସର୍ବପ୍ରଥମେ ଆପଣଙ୍କୁ ଚିନାବାଦାମ ଏବଂ ଡାଲଚିନିକୁ ମିଶାଇ ପାଣି ଫୁଟାଇବାକୁ ପଡ଼ିବ । ଏହାପରେ ଏହି ମିଶ୍ରଣକୁ ଘର ପୋଛିବାକୁ ଥିବା ପାଣିରେ ମିଶାଇ ଦିଅନ୍ତୁ । ବର୍ତ୍ତମାନ ଏହି ମିଶ୍ରଣରେ ପୋଛା ବୁଡ଼ାଇ ପୁରା ଘରେ ପୋଛା ଲଗାଇ ପାରିବେ । ଚଟାଣରେ ଜମି ରହିଥିବା ମଇଳାକୁ ଉଷୁମ ପାଣିରେ ସଫା କରାଯାଇପାରିବ । ଯଦି ଆପଣ ଏହି ମିଶ୍ରଣ ସହିତ ଚଟାଣକୁ ସଫା କରନ୍ତି, ତେବେ ଆପଣଙ୍କ ଘରେ ମଶାମାଛିଙ୍କ ସମସ୍ୟା ମଧ୍ୟ ହ୍ରାସ ପାଇବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+