ଜାଣନ୍ତୁ ରାତିରେ କାହିଁକିକ ଖାଆନ୍ତି ନାହିଁ ଦହି
Which time is best for eating curd: ଦହି ସ୍ୱାସ୍ଥ୍ୟପ୍ରତି ହିତକର । ହେଲେ ଆୟୁର୍ବେଦ ଓ ବିଶେଷଜ୍ଞଙ୍କ ମତରେ ରାତିରେ ଦହି ଖାଇବା ଅନୁଚିତ । ଏପରିକି ହିନ୍ଦୁ ଧର୍ମରେ ମଧ୍ୟ ରାତିରେ ଦହି ସେବନ ନ କରିବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ରାତ୍ରି ଭୋଜନରେ ଦହି ଖାଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ରାତିରେ ଦହି ଖାଇଲେ ଶରୀରର ଉଷ୍ପତା ବୃଦ୍ଧିବା ସହ ଦ୍ୱାରା ଏସିଡିଟି ସମସ୍ୟା ହୋଇଥାଏ ।
ସେହିପରି ରାତିରେ ଦହି ଖାଇଲେ କାସ କଫ ଓ ଥଣ୍ତା ହେବାର ଭୟ ରହିଥାଏ । ଏପରିକି ଦୀର୍ଘ ଦିନ ପର୍ଯ୍ୟନ୍ତ କଫ ଜମିଯିବାର ଭୟ ମଧ୍ୟ ରହିଥାଏ । ଅନ୍ୟପକ୍ଷରେ ଦିନ ଖାଦ୍ୟରେ ଦହି ସାମିଲ କରିବା ଦ୍ୱାରା ଶରୀରକୁ ସଠିକ୍ ପରିମାଣରେ ପୋଷକତତ୍ତ୍ୱ ମିଳିଥାଏ ଏପିରିକ ଖାଦ୍ୟ ମଧ୍ୟ ସହଜରେ ହଜମ ହୋଇଥାଏ ଏବଂ ହଜମ କ୍ରିୟା ସଠିକ୍ ଭାବେ ହୋଇଥାଏ ।

କୁହାଯାଏ ଖରା କିମ୍ବା ବର୍ଷା ଦିନରେ ଦହି ଖାଇବା ଦ୍ୱାରା ଆମ ଶରୀର ଶକ୍ତିଶାଳୀ, ଫୁର୍ତ୍ତି ହୋଇଥାଏ । ଦହିରେ ପୁଷ୍ଟିକର, ଖାଦ୍ୟସାର, ଲବଣ ଜାତୀୟ ପଦାର୍ଥ ଭରି ରହିଠି। ଯାହା ହଜମରେ ସାହାଯ୍ୟ କରିଥାଏ ଏବଂ ଶରୀରକୁ ଆବଶ୍ୟକୀୟ ମିନେରାଲ ଯୋଗାଇଥାଏ ।












Click it and Unblock the Notifications