ବାସ୍ତୁ ଅନୁସାରେ ଘରେ ରଖନ୍ତୁ ଏଭଳି ହାତୀ ମୂର୍ତ୍ତି
ବାସ୍ତୁଶାସ୍ତ୍ର ଅନୁସାରେ ଘରେ ହାତୀଙ୍କ ମୂର୍ତ୍ତି କିମ୍ବା ଫଟୋ ରଖିଲେ କ'ଣ ସବୁ ଉପକାର ହୋଇଥାଏ ଆସନ୍ତୁ ଜାଣିବା ସେ ସମ୍ପର୍କରେ...
* ଶୟନକକ୍ଷରେ ଯୋଡ଼ା ହାତୀଙ୍କ ମୂର୍ତ୍ତି କିମ୍ବା ଫଟୋ ରଖିଲେ ପତ୍ନୀପତିଙ୍କ ମଧ୍ୟରେ ଭଲପାଇବା ବୃଦ୍ଧି ପାଇବା ସହ ପରସ୍ପର ପ୍ରତି ସମ୍ମାନ ବଢିଥାଏ।
* ଆଲମାରୀର କବାଟରେ ଶୁଣ୍ଢ ଉପରକୁ ଉଠାଇଥିବା ଦୁଇଟି ହାତୀଙ୍କ ମଝିରେ ମା' ଲକ୍ଷ୍ମୀ ବସିଥିବାର ଫଟୋ ଲଗାଇଲେ କିମ୍ବା ଆଲମାରୀରେ ଏପରି ମୂର୍ତ୍ତି ରଖିଲେ ପରିବାରରେ ସୁଖସମୃଦ୍ଧି ବଢିବା ସହ ଆର୍ଥିକସ୍ଥିତି ମଜଭୁତ୍ ହୋଇଥାଏ।

*ସ୍ମରଣ ଶକ୍ତି ବୃଦ୍ଧି କରିବାକୁ ଚାହୁଁଥିଲେ, ହାତୀ ରହୁଥିବା ସ୍ଥାନରୁ କିଛି ମାଟି ଆଣି ସେଥିରେ ଘିଅ ଓ ପାଣି ମିଶାଇ ୬ଟି ଗୋଲି ତିଆରି କରି ସେଥିରେ ସିନ୍ଦୁର ଲଗାଇ ଗୋଟିଏ ଡବାରେ ଲୁଚାଇ ତାହାକୁ ଘରର ଦକ୍ଷିଣ-ପଶ୍ଚିମ ଦିଗରେ ରଖିଦେଲେ ସୁଫଳ ମିଳିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।












Click it and Unblock the Notifications