Health Tips: ଶୀତ ଦିନେ ସକାଳେ କେତେବେଳେ ଉଠିବା ଆବଶ୍ୟକ ? ଜାଣନ୍ତୁ ଠିକ ସମୟ
ଶୀତ ଦିନରେ ସାଧାରଣରେ ଲୋକମାନଙ୍କୁ ସକାଳୁ ଉଠିବାକୁ ସମସ୍ୟା ହୋଇଥାଏ । ରାତିରେ ଜଲଦି ନିଦ ଆସି ନଥାଏ ଏବଂ ସକାଳୁ ଶିଘ୍ର ଉଠି ପାରନ୍ତି ନାହିଁ । ସକାଳୁ ଉଠିବାକୁ ଇଚ୍ଛା ହୋଇ ନଥାଏ । ସକାଳୁ ଡେରିରେ ଉଠିବା ଦିନ ସାରା କାର୍ଯ୍ୟକଳାପକୁ ପ୍ରଭାବିତ କରିଥାଏ । ତେବେ ଶୀତ ଦିନେ ସକାଳୁ ଶିଘ୍ର ଉଠିବାର ସମୟ ଜାଣନ୍ତୁ । ଯଦି ଆପଣ ସକାଳୁ ଶିଘ୍ର ଉଠୁଛନ୍ତି ତେବେ ଆପଣଙ୍କର ଦିନ ସାରା ଠିକରେ ଚାଲିଥାଏ । ଆପଣଙ୍କୁ ଖୁସି ମଧ୍ୟ ଲାଗିଥାଏ । ଠିକ ସମୟରେ ଜଳଖିଆ କରିବା ଦ୍ୱାରା ଆପଣଙ୍କୁ ଦିନସାରା ଆପଣଙ୍କ ଥକାପଣ ଅନୁଭବ କରନ୍ତି ନାହିଁ । ତେବେ ଅସନ୍ତୁ ଜାଣିବା ଶିତ ଦିନରେ କେତେବେଳେ ଉଠିବା ଆବଶ୍ୟକ ।
Circadian rhythm ଏକ ଶବ୍ଧ ଯାହା ଉପଯୋଗ ଯାହା ଆପଣଙ୍କ ମତିଷ୍କକୁ ପ୍ରାକୃତିକ ନିଦ ଏବଂ ଉଠିବା ସେଟିଙ୍ଗ ପାଇଁ କରାଯାଇଥାଏ । ଏହା ଅନୁସାରେ ପ୍ରତ୍ୟେକ ଲୋକଙ୍କୁ ୨୪ ଘଣ୍ଟାରେ ଦୁଇଟି ସମୟରେ ନିଦ ଆସିଥାଏ । ୧ ଟା ବେଳେ ଏବଂ ୩ଟା ବେଳେ । ରାତି ୨ ଟାରୁ ସକାଳ ୪ ଟା ମଧ୍ୟରେ । ଏହି ଭିତିରେ ବ୍ୟକ୍ତି ସବୁଠାରୁ ଅଧିକ ଗଭୀର ନିଦରେ ଶୋଇଥାନ୍ତି । ତେବେ ୪ ଟା ୫ ଟାରେ ଉଠିବା ସବୁଠାରୁ ମୁସକିଲ ହୋଇଥାଏ । ତେବେ ଏତେ ଥଣ୍ଡା ପଡିନି । ସକାଳୁ ୫ : ୩୦ ରୁ ୬.୧୫ ମଧ୍ୟରେ ଉଠିଯିବା ଠିକ ସମୟ ।

ସୂର୍ଯ୍ୟ ଉଦୟ ସହିତ ଆପଣ ଉଠିବା ଦ୍ୱାରା ଏହା ଆପଣଙ୍କ ବ୍ରେନକୁ ଠିକ ଭାବରେ ଆକ୍ଟିଭ କରିବା ସହିତ ମନକୁ ଶାନ୍ତି ଦେଇଥାଏ । କେବଳ ଏତିକି ନୁହେଁ, ଏହା ଆପଣଙ୍କ ପ୍ରଡକ୍ଟିଭିଟି ବୃଦ୍ଧି କରିଥାଏ ଏବଂ ଆପଣଙ୍କ ଦୈନିକ କାର୍ଯ୍ୟକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ | ଏହା ବ୍ୟତୀତ ଶରୀର ସକାଳର ପ୍ରଥମ କିରଣ ସହିତ ଭିଟାମିନ୍ ଡି ପାଇଥାଏ, ଯାହା ଭଲ ହରମୋନ୍ ସ୍ୱାସ୍ଥ୍ୟ ବଜାୟ ରଖେ ଏବଂ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ | ଏହା ବ୍ୟତୀତ, ଶୀତଦିନେ ସକାଳୁ ଉଠିବା ଦ୍ୱାରା ଆପଣ ମଧ୍ୟ ଖୁସି ହେବେ ଏବଂ ଆପଣଙ୍କ ଦିନର କାମ ସହଜରେ ସମାପ୍ତ ହେବ | ଏହିପରି, ଶୀତଦିନେ ସକାଳୁ ଉଠିବା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ |












Click it and Unblock the Notifications