ନାକରୁ ପଡ଼ୁଛି କି ରକ୍ତ , ଏହି ସବୁ ଉପାୟରେ ହେବ ଠିକ୍!
ପାଣିପାଗ ପରିବର୍ତ୍ତନ ବେଳେ ଥଣ୍ଡା, କାଶ ଓ ଜ୍ୱର ହେବା ଏକ ସାଧାରଣ ଘଟଣା। ଅତ୍ୟଧିକ ଥଣ୍ଡା ହୋଇଥିଲେ ନାକରୁ ରକ୍ତ ପଡିଥାଏ। ହେଲେ ଖରାଦିନେ କୌଣସି କାରଣ ନ ଥାଇ ନାକରୁ ରକ୍ତ ପଡ଼ିବା ବହୁତ କଷ୍ଟ ଦାୟକ। କେବଳ ଥଣ୍ଡା ଜ୍ୱର ହେଲେ ନାକରୁ ରକ୍ତ ପଡି ନ ଥାଏ। ଅଧିକ ଗରମ ହେବା ଓ ଖରାରେ ଅଧିକ ସମୟ ବୁଲିବା ଯୋଗୁଁ ମଧ୍ୟ ଏପରି ସମସ୍ୟା ଦେଖାଯାଇଥାଏ। ଯେଉଁଥି ପାଇଁ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡିଥାଏ। ତେବେ ଏହି ସମସ୍ୟାର ସମାଧାନ ବିନା ଖର୍ଚ୍ଚରେ ଘରେ ହୋଇ ପାରିବ। ଆସନ୍ତୁ ଜାଣିବା ନାକରୁ ରକ୍ତ ପଡିବା ସମସ୍ୟାର ଘରୋଇ ଉପଚାର।
୧- ନାକରୁ ରକ୍ତ ପଡ଼ିଲେ ଥଣ୍ଡା ପାଣିରେ ତୁଳା ଭିଜାଇ ନାକ ଉପରେ ରଖନ୍ତୁ। ଏହା କଲେ ଆପଣଙ୍କ ଶୀଘ୍ର ଲାଭ ମିଳିବ।
୨- ରାତିରେ ମୁଲତାନି ମାଟିକୁ ପାଣିରେ ଭିଜାଇ ରଖନ୍ତୁ। ସକାଳେ ପାଣି ନିଗାଡି ଦିଅନ୍ତୁ। ଏହି ପାଣିକୁ ଦିନେ ଦୁଇ ଦିନ ପିଇଲେ ନାକରୁ ରକ୍ତ ପଡିବା ବନ୍ଦ ହୋଇଯିବ।

୩- ଅଁଳା, କିସ୍ମିସ୍, ନଡ଼ିଆ ଓ ହରଡ଼ ଡାଲି ପ୍ରତିଦିନ ଖାଆନ୍ତୁ। ଏହା ନାକରୁ ରକ୍ତ ପଡ଼ିବା ସମସ୍ୟା ଦୂର କରିବ।
୪- ଅଁଳାକୁ ସିଝାଇ ଦେଶୀ ଘିଅରେ ମିଶାଇ ନାକ ଶିର ଉପରେ ଲଗାନ୍ତୁ। ରୋଗ ଉପସମରେ ଏହା ସହାୟକ ହେବ।
୫- ଲେମ୍ବୁ ରସର କିଛି ବୁନ୍ଦା ନାକରେ ପକାଇଲେ ରକ୍ତ ପଡ଼ିବା ବନ୍ଦ ହୋଇଯିବ।












Click it and Unblock the Notifications