Get Updates
Get notified of breaking news, exclusive insights, and must-see stories!

Heart Attack In Winter: ଶୀତ ଦିନରେ ରୁହନ୍ତୁ ସତର୍କ, ଅତ୍ୟଧିକ ଥଣ୍ତା ହୋଇପାରେ ହୃଦଘାତର କାରଣ

Heart Attack In Winter: ଶୀତ ଦିନରେ ରୁହନ୍ତୁ ସତର୍କ, ଅତ୍ୟଧିକ ଥଣ୍ତା ହୋଇପାରେ ହୃଦଘାତର କାରଣ

Heart Attack In Winter: ସମଗ୍ର ଉତ୍ତର ଭାରତରେ ଶୀତର ପ୍ରକୋପ ଜାରି ରହିଛି । ଏହି ଶୀତ ବର୍ତ୍ତମାନ ଲୋକଙ୍କ ପାଇଁ ବିପଦ ସାଜିଛି । ଉତ୍ତରପ୍ରଦେଶର କାନପୁରରେ ହୃଦଘାତ ଯୋଗୁଁ ମୃତ୍ୟୁ ସଂଖ୍ୟା ସାରା ଦେଶକୁ ଆଶ୍ଚର୍ଯ୍ୟ କରି ଦେଇଛି । ୨୪ ଘଣ୍ଟା ମଧ୍ୟରେ ସହରର ଏସପିଏସ୍ ହାର୍ଟ ଇନଷ୍ଟିଚ୍ୟୁଟରେ ୧୪ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଆଶ୍ଚର୍ଯ୍ୟଜନକ କଥା ହେଉ ଯେ ପ୍ରବଳ ଥଣ୍ଡା ଯୋଗୁଁ ଗୋଟିଏ ସପ୍ତାହରେ ସହରରେ ହୃଦଘାତ ଏବଂ ବ୍ରେନ୍ ଷ୍ଟ୍ରୋକ ପାଇଁ ୯୮ ଜଣଙ୍କର ମୃତ୍ୟୁ ହୋଇଛି । LPS ଇନଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଓଲୋଜି ପକ୍ଷରୁ ଏହି ସୂଚନା ଜାରି କରାଯାଇଛି ।

Heart Attack

ଖବର ଅନୁଯାୟୀ, ଜାନୁଆରୀ ୫, ଗୁରୁବାର ଦିନ ୭୨୩ ରୋଗୀ ସେମାନଙ୍କ ଚିକିତ୍ସା ପାଇଁ କାନପୁର ଜିଲ୍ଲାର ହାର୍ଟ ଇନଷ୍ଟିଚ୍ୟୁଟରେ ପହଞ୍ଚିଥିଲେ । ଏଥିମଧ୍ୟରୁ ୪୦ ରୁ ଅଧିକ ରୋଗୀଙ୍କ ଅବସ୍ଥା ଗମ୍ଭୀର ଥିବା ଜଣାପଡିଛି । ସତର୍କତାମୂଳକ ପଦକ୍ଷେପ ଭାବରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହାର୍ଟ ଇନଷ୍ଟିଚ୍ୟୁଟର ଡାକ୍ତରମାନେ କହିଛନ୍ତି ଯେ ୭୨୩ ରୋଗୀଙ୍କ ମଧ୍ୟରୁ ୩୯ ଜଣଙ୍କୁ ଅପରେସନ୍ କରିବାକୁ ପଡିଥିଲା । ଜଣେ ରୋଗୀଙ୍କର ଏଞ୍ଜିଓଗ୍ରାଫି ମଧ୍ୟ କରାଯାଇଥିଲା । ଚିକିତ୍ସା ସମୟରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିମଧ୍ୟରୁ ୧୮ ଜଣ ହୃଦୟ ରୋଗୀ ଥିଲେ ।

ହୃଦ୍‌ରୋଗ ବିଶେଷଜ୍ଞଙ୍କ ଅନୁଯାୟୀ, ଶୀତରେ ହଠାତ୍ ରକ୍ତଚାପ ବୃଦ୍ଧି ପାଇବା ଦ୍ୱାରା ଶିରାରେ ରକ୍ତ ଜମାଟ ବାନ୍ଧି ହୃଦଘାତ ଏବଂ ବ୍ରେନ୍ ଷ୍ଟ୍ରୋକ୍ ହୋଇଥାଏ । ଅତ୍ୟଧିକ ଥଣ୍ଡା ଉଭୟ ହୃଦୟ ଏବଂ ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ । ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଉଛନ୍ତି ହୃଦ୍‌ରୋଗ ବିଶେଷଜ୍ଞ । ତେବେ ହୃଦଘାତର ଘଟଣା କେବଳ ବୃଦ୍ଧମାନଙ୍କ ମଧ୍ୟରେ ନୁହେଁ ବରଂ ଯୁବକମାନଙ୍କ କ୍ଷେତ୍ରରେ ମଧ୍ୟ ଦେଖିବା ପାଇଁ ମିଳୁଛି ।

କାରଣ
.ଅତ୍ୟଧିକ ଥଣ୍ଡା ଯୋଗୁଁ ଶିରା ସଙ୍କୁଚିତ ହୁଏ । କୋଲେଷ୍ଟ୍ରଲ ପାଇଁ ଅନେକ ଲୋକଙ୍କ ଶିରାରେ ପୂର୍ବରୁ ହିଁ ରକ୍ତ ଯମାଟ ବାନ୍ଧି ରହିଥାଏ । ଶୀତଦିନେ ଏହା ସଂକୁଚିତ ହୋଇଥାଏ, ଏହି ଅବରୋଧ ୪୦% ରୁ ୮୦% କୁ ବୃଦ୍ଧି ପାଇଥାଏ । ହୃଦଘାତ ଏବଂ ରକ୍ତଚାପ ବୃଦ୍ଧିର ଏହା ହେଉଛି ମୁଖ୍ୟ ଏବଂ ସବୁଠାରୁ ବଡ କାରଣ ।

.ଅତ୍ୟଧିକ ଥଣ୍ତା ପାଇଁ ଶରୀରରେ ରକ୍ତ ସଞ୍ଚାଳନ ଗତି ହ୍ରାସ ପାଇଥାଏ । ଯାହା ପରବର୍ତ୍ତି ସମୟରେ ରକ୍ତଚାପକୁ ବଢାଇ ଥାଏ ଏହଂ ହୃଦଘାତ ଏବଂ ବ୍ରେନ୍ ଷ୍ଟ୍ରୋକର ଆଶଙ୍କା ମଧ୍ୟ ବଢାଇଥାଏ ।

.ଶୀତ ଦିନରେ ଶରୀରରେ ଭିଟାମିନ୍ ଡି'ର ଅଭାବ ଦେଖାଦେଇଥାଏ । ଯାହା ହୃଦଘାତର ଆଉ ଏକ ମୁଖ୍ୟ କାରଣ ।

ଥଣ୍ଡାରୁ ନିଜକୁ ରକ୍ଷା କରନ୍ତୁ
.ହାଡଭଙ୍ଗା ଶୀତ ଲୋକଙ୍କ ହୃଦୟ ଏବଂ ମସ୍ତିଷ୍କକୁ ପ୍ରଭାବିତ କରୁଛି । ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡାକ୍ତର ମନୋଜ କୁମାର କହିଛନ୍ତି, ରୋଗୀମାନେ ପ୍ରବଳ ଥଣ୍ଡାରୁ ନିଜକୁ ରକ୍ଷା କରିବା ଉଚିତ୍ । ଆବଶ୍ୟକ ସ୍ଥଳେ ଲୋକଙ୍କୁ ଘରୁ ବାହାରିବା ଉଚିତ୍ । ସେ ଏହା ମଧ୍ୟ କହିଛନ୍ତି ଯେ, କାନ, ନାକ ଏବଂ ମୁଣ୍ଡକୁ ଗରମ ପୋଷାକରେ ଆଚ୍ଛାଦିତ କରନ୍ତୁ ।

.ଶୀତ ସମୟରେ ୬୦ ବର୍ଷରୁ ଅଧିକ ଲୋକଙ୍କୁ ବାହାରକୁ ନ ବାହାରିବାକୁ ଡାକ୍ତର ପରାମର୍ଶ ଦେଉଛନ୍ତି ।

.ଥଣ୍ତା ପବନରୁ ନିଜ ଶରୀରକୁ ରକ୍ଷା କରନ୍ତୁ । ସୂର୍ଯ୍ୟାଦୟ ପୂର୍ବରୁ ଘରୁ ବାହାରନ୍ତୁ ନାହିଁ ।
.ଶରୀରକୁ ସମ୍ପୁର୍ଣ୍ଣ ଭାବେ ଢାଙ୍କି ହୋଇଥିବା ଭଳି ପୋଷାକ ପିନ୍ଧିବା ଉଚିତ୍ ।
.ବାହାରକୁ ବାହାରିବା ସମୟରେ ନିଜ ମୁଣ୍ତକିୁ ସଠିକ୍ ଭାବରେ ଖୋଡାଇବା ଅତ୍ୟନ୍ତ ଜରୁରୀ ।
.ଯୋଗ କରନ୍ତୁ । ଗରମ ଖାଦ୍ୟ ଖାଇବା ଉଚିତ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+