Ganesh Chaturthi 2023: ଗଣେଶ ପୂଜା କେବେ ? ଜାଣନ୍ତୁ ମୂର୍ତ୍ତି ସ୍ଥାପନର ନିୟମ, ହେବ ଧନର ବର୍ଷା
Ganesh Chaturthi 2023: ଭଗବାନ ଗଣେଶଙ୍କ ଜନ୍ମ ଉତ୍ସବ ବା ଗଣେଶ ପୂଜା ପୁରା ଦେଶରେ ଅତି ଉତ୍ସାହର ସହ ପାଳନ କରାଯାଏ । ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ସାରା ଭାରତରେ ଗଣେଶ ପୂଜା ପାଳନ କରାଯାଏ । ମୁଖ୍ୟତଃ ମହାରାଷ୍ଟ୍ରରେ ଏହି ଦିନକୁ ବେଶ୍ ଧୂମଧାମରେ ପାଳନ କରାଯାଏ ସେହିପରି ଦେଶର ଅନ୍ୟାନ୍ୟ ପ୍ରଦେଶରେ ମଧ୍ୟ ବଡ଼ ଉତ୍ସାହ ସହ ଗଣେଶ ପୂଜା ପାଳନ କରାଯାଏ । ଏଥର ସେପ୍ଟେମ୍ବରରେ ୧୯ ତାରିଖରେ ଗଜାନନଙ୍କ ପୂଜାର୍ଚ୍ଚନା କରାଯିବ । ଗଣେଶ ପ୍ରଥମ ପୂଜ୍ୟ ଦେବତା ହୋଇଥିବାରୁ ହିନ୍ଦୁ ଧର୍ମରେ ପ୍ରତ୍ୟେକ ଶୁଭକାର୍ଯ୍ୟର ଆରମ୍ଭ ଗଣେଶଙ୍କ ପୂଜାଠୁ ଆରମ୍ଭ ହୋଇଥାଏ ।
କେତେ ଦିନ କରାଯାଏ ଗଣେଶଙ୍କ ପୂଜା
ଗଣେଶ ପୂଜା ଅବସରରେ ବିଭିନ୍ନ ସ୍ଥାନରେ ପାଣ୍ଡାଲ୍ ସ୍ଥାପିତ ହୋଇଥିବାବେଳେ ଅନ୍ୟ ପଟେ ଅନେକ ଲୋକ ଭଗବାନ ଗଣେଶଙ୍କୁ ମଧ୍ୟ ନିଜ ଘରକୁ ଆଣିଥାନ୍ତି । କିଏ ଗୋଟିଏ ଦିନ ତ କିଏ ଦୁଇ, ପାଞ୍ଚ, ସାତ ବା ଦଶ ଦିନ ଘରେ ରଖି ପୂଜାର୍ଚ୍ଚନା କରିଥାନ୍ତି । ଏବଂ ଶେଷରେ ବପ୍ପାଙ୍କର ବିଜର୍ଜନ କରିଥାନ୍ତି ।

ଯଦି ଆପଣ ବାପ୍ପାଙ୍କୁ ନିଜ ଘରକୁ ଆମନ୍ତ୍ରଣ କରୁଛନ୍ତି କେବେ କିଛି ଖାସ କାଥ ଉପରେ ଗୁରୁତ୍ୱ ଦେବା ପାଇଁ ପଡିବ । କାରଣ ଅନେକ ସମୟରେ ସୂଚନା ଅଭାବରୁ ଲୋକମାନେ ଭୁଲ ପୂଜାପାଠ ମଧ୍ୟ କରିଥାନ୍ତି । ହେଲେ ଏପରି ବା ଭୁଲ୍ ଢଙ୍କରେ ଗଣେଶଙ୍କ ପୂଜାର୍ଚ୍ଚନା କରିବା ଉଚିତ୍ ନୁହେଁ । ତେଣୁ ଗଜାନନଙ୍କୁ ଘରକୁ ଆଣିବା ପୂର୍ବରୁ କିଛି ଖାସ ଜିନିଷ ଧ୍ୟାନରେ ରଖନ୍ତ ।
ଗଜାନନଙ୍କ ପୂଜାର ଶୁଭ ସମୟ
ଯଦି ଆପଣ ଭଗବାନ ଗଣେଶଙ୍କୁ ଆପଣଙ୍କ ଘରକୁ ଆଣୁଛନ୍ତି, ତେବେ ତାଙ୍କର ପ୍ରତିଷ୍ଠା ଏକ ଶୁଭ ସମୟରେ କରାଯିବା ଉଚିତ, ତେଣୁ ଗଣପତିଙ୍କ ଆଗମନ ପୂର୍ବରୁ ଆପଣଙ୍କୁ ଶୁଭ ସମୟ ବିଷୟରେ ଜାଣିବା ଉଚିତ୍ ।
କେଉଁଠି ସ୍ଥାନ ରଖିବେ ଗଣେଶଙ୍କ ମୂର୍ତ୍ତି
ଭଗବାନ ଗଣେଶଙ୍କୁ ଏକ ପରିଷ୍କାର ସ୍ଥାନରେ ସ୍ଥାପନ କରାଯିବା ଉଚିତ, ତେଣୁ ପ୍ରଭୁଙ୍କୁ ଘରକୁ ଆଣିବା ପୂର୍ବରୁ ତାଙ୍କୁ କେଉଁଠାରେ ସ୍ଥାପନ କରିବେ ତାହା ସ୍ଥିର କରନ୍ତୁ । ତା'ପରେ ସେହି ସ୍ଥାନକୁ ସଫା କରନ୍ତୁ ଏବଂ ଏହାକୁ ଫୁଲ ଏବଂ ରଙ୍ଗୋଲିରେ ସଜାଇ ଦିଅନ୍ତୁ ।
ଗଣେଶଙ୍କର କେତୋଟି ପ୍ରତିମା ରଖିବା ଉଚିତ୍
ଭଗବାନ ଗଣେଶଙ୍କ ଯେଉଁ ପ୍ରତିମା ଆପଣ ଘରକୁ ଆଣୁଛନ୍ତି ତାଙ୍କ ହାତରେ ମୁଶକ ଏବଂ ମୋଦକ ରହିଥିବା ଆବଶ୍ୟକ । ଏହାସହିତ ତାଙ୍କ ପ୍ରତିମାର ବାସ ପାର୍ଶ୍ୱରେ ଶୁଣ୍ଢ ରହିବା ଉଚିତ୍ । ଗଜାନନଙ୍କର ଏହି ପ୍ରତିମାକୁ ଅଧିକ ଶୁଭ ବୋଲି ବିବେଚନା କରାଯାଏ । ତେବେ ଭଗବାନ ଗଣେଶଙ୍କର ପ୍ରତିମା ରଖିବା ସ୍ଥାନକୁ ଭଲ କରି ସଫା କରି ନିଅନ୍ତୁ । ଏହା ପରେ ଏକ ଲାଲ କପଡା ବିଛାଇ ଦିଅନ୍ତୁ । କାରଣ ଲାଲ୍ ଆସନ ସୁଖ ଏବଂ ସମୃଦ୍ଧିର ଏକ କାରଣ । ଭଗବାନ ଗଣେଶଙ୍କ ପ୍ରତିମାକୁ ଲାଲ ରଙ୍ଗର କପଡା ଉପରେ ରଖନ୍ତୁ । ତେବେ ଘରକୁ କେବଳ ଗୋଟିଏ ଗଣେଶଙ୍କର ପ୍ରତିମା ଆଣନ୍ତୁ ।
ଗଜାନନଙ୍କୁ ପୂର୍ଣ୍ଣ ଭକ୍ତିରେ ପୂଜା କରନ୍ତୁ
ନିଜ ପସନ୍ଦର ପ୍ରସାଦ ପ୍ରଦାନ କରନ୍ତୁ । ଘରର ପରିବେଶକୁ ଶୁଦ୍ଧ ଏବଂ ପରିସ୍କାର ରଖନ୍ତୁ । କାହାର ସମାଲୋଚନା କରନ୍ତୁ ନାହିଁ କିମ୍ବା କାହା ସହିତ ଝଗଡା କରନ୍ତୁ ନାହିଁ । ଖୁସି ମନରେ ବାପ୍ପାଙ୍କ ପୂଜାର୍ଚ୍ଚନା କରନ୍ତୁ ।
-
୩୧ ରାଜ୍ୟସଭା ସାଂସଦ କୋଟିପତି -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ହଠାତ୍ ଆମେରିକାର ଚିନ୍ତା ବଢାଇ ଦେଲା ଇରାନ, ଡିଏଗୋ ଗାର୍ସିଆ' ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
ବନ୍ଦ ହେବ ଇରାନ ଆମେରିକା ଯୁଦ୍ଧ, ସଙ୍କେତ ଦେଲେ ଆମେରିକା ରାଷ୍ଟ୍ରପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଚିଠି ଗୋଟେ ଅଫିସରୁ ବସି ଟାଇପ୍ ହୋଇଛି, ଏମାନେ ଦସ୍ତଖତ କରିଛନ୍ତି ; ପ୍ରମିଳା ମଲ୍ଲିକ -
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା










Click it and Unblock the Notifications