Whatsapp: ହ୍ୱାଟ୍ସଅପ ଆଣିଲା ଏ ଦମଦାର ପିଚର, ୟୁଜର୍ସଙ୍କୁ ମିଳିବ ଏସବୁ ମଜାଦାର ସୁବିଧା
Whatsapp: ସାରା ଦୁନିଆରେ ପ୍ରାୟ ୩.୫ ବିଲିୟନରୁ ଅଧିକ ଲୋକେ ନିଜ ଫୋନରେ Whatsappର ବ୍ୟବହାର କରୁଛନ୍ତି । ଇନଷ୍ଟାଣ୍ଟ ମେସେଜିଂ ଆପ୍ଲିକେସନ ହ୍ୱାଟ୍ସଆପ ଏକ ପପୁଲାର ମେସେଜିଂ ଆପ । ପ୍ରାଇଭେସି, ସେଫ୍ଟି ଫିଚର୍ସ କାରଣରୁ ଏହା ଚାଟିଂ, ଭିଡିଓ କଲିଂ ବା ଭଏସ କଲିଂ ପାଇଁ ଏକ ଲୋକପ୍ରିୟ ଆପ୍ ସାଜି ପାରିଛି । ହ୍ୱାଟ୍ସଆପରେ ପ୍ରାଇଭେସିକୁ ଧ୍ୟାନରେ ରଖାଯାଇ କମ୍ପାନୀ ପ୍ଲାଟଫର୍ମରେ ଭ୍ୟୁ ୱାନସ୍ ଫିଚର ପ୍ରଦାନ କରିଛି । ଏଥିରେ ଏକ ନୂଆ ଫିଚର ଯୋଡା ଯାଇଛି।
Wabetainfo ସେୟାର କରିଛି ଏହି ଡାଟା ବୋଲି ଜଣା ପଡିଛି । WhatsAppର ଅପକମିଙ୍ଗ ଫିଚର୍ସ ଏବଂ ଅପଡେଟ୍ସ ଉପରେ ନଜର ରଖୁଥିବା ୱେବସାଇଟ Wabetainfo ପକ୍ଷରୁ କହିଛି ଯେ, ବର୍ତ୍ତମାନ ୟୁଜର୍ସ View Once Media ଫାଇଲ୍ସକୁ ଲିଙ୍କଡ ଡିଭାଇସରେ ମଧ୍ୟ ଆକ୍ସେସ କରିପାରିବେ ।
ହ୍ୱାଟ୍ସଆପ ଏହି ଫିଚରକୁ ବର୍ତ୍ତମାନ ବିଟା ୟୁଜର୍ସଙ୍କ ପାଇଁ ରୋଲଆଉଟ କରିଛି । ଟେଷ୍ଟିଂ ପୂରା ହେବା ପରେ ଏହାକୁ ସମସ୍ତ ନର୍ମାଲ ୟୁଜର୍ସଙ୍କ ପାଇଁ ରୋଲଆଉଟ କରାଯିବ ବୋଲି ଜଣା ପଡିଛି ।

ହ୍ୱାଟ୍ସଆପ ନିଜର ଏହି ଲାଟେଷ୍ଟ ଫିଚରକୁ View Once Media on Linked Devicesର ନାମ ଦେଇଛି । ଏହାର ଏକ ବଡ଼ ଫାଇଦା ଏହାକୁ ୟୁଜର୍ସ ଲିଙ୍କଡ ଡିଭାଇସ ଜରିଆରେ କନେକ୍ଟେଡ ଡିଭାଇସରେ View Once Mediaକୁ ଦେଖିପାରିବେ ।
ଏହା ପୂର୍ବରୁ ଏପରି ଫାଇଲ୍ସ କେବଳ ପ୍ରାଇମେରୀ ଡିଭାଇସରେ ହିଁ ଆକ୍ସେସ ହୋଇପାରୁଥିଲା। ମାତ୍ର ଏହାକୁ ଆହୁରି ସୁଦୃଢ ତଥା ସଶକ୍ତ କରିବ ହ୍ୱାଟ୍ସଅପର ଏ ନୂଆ ଫିଚର । ଫଳରେ ସାଧାରଣ ବ୍ୟବାହାରକାରୀ ଏହା ମାଧ୍ୟମରେ ବିଶେଷଭାବରେ ଉପକୃତ ହେବାକୁ ଯାଉଛନ୍ତି ।












Click it and Unblock the Notifications