ହ୍ବାଟସଆପ୍ ୟୁଜର୍ସଙ୍କୁ ମାଡ଼ି ଆସୁଛି ବିପଦ; ଚେତାବନୀ ଦେଲେ ସରକାର

ବର୍ତ୍ତମାନ ହ୍ୱାଟସ୍‌ଆପ୍‌ ବିନା ଅଧିକାଂଶ ଲୋକଙ୍କ ଚଳିବା ମୁସ୍କିଲ ହୋଇପଡ଼ିଛି । ହେଲେ ଏଭଳି ସମୟରେ ହ୍ୱାଟସଆପ୍ ୟୁଜର୍ସକୁ ସତର୍କ କରାଇଛନ୍ତି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତୀୟ କମ୍ପ୍ୟୁଟର ଏମରଜେନ୍ସୀ ରେସପୋନ୍ସ୍ ଟିମ୍ ବା CERT-IN ।

ଆଉ ଏହି ଚେତାବନୀ ବିଶେଷ କରି ହ୍ୱାଟସଆପ୍‌ ଡେକ୍ସଟପ୍ ୟୁଜର୍ସମାନଙ୍କ ପାଇଁ ଆସିଛି । ଅର୍ଥାତ ଯେଉଁମାନେ ଲାପଟପ୍‌ କିମ୍ୱା କମ୍ପୁଟରରେ WhatsApp ଆପ୍ ବ୍ୟବହାର କରୁଛନ୍ତି ସେମାନଙ୍କ ପ୍ରତି ବିପଦ ଅଛି ।

ସରକାର ହ୍ୱାଟସଆପ୍‌ରେ କିଛି ସୁରକ୍ଷା ତ୍ରୁଟି ପାଇଛନ୍ତି, ଯାହାର ସୁଯୋଗ ନେଇ ହ୍ୟାକର୍ସ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିପାରିବେ। ଏହି ତ୍ରୁଟି ଯୋଗୁଁ ଆପଣଙ୍କ ଆକାଉଣ୍ଟ ମଧ୍ୟ ହ୍ୟାକ୍ ହୋଇପାରେ ।

ସରକାର ବ୍ୟବହାରକାରୀମାନଙ୍କୁ ତୁରନ୍ତ ସେମାନଙ୍କର ହ୍ୱାଟସଆପକୁ ଅପଡେଟ୍ କରିବାକୁ ପରାମର୍ଶ ଦେଇଛନ୍ତି। ନୂତନ ଅପଡେଟରେ ଏହି ତ୍ରୁଟିଗୁଡ଼ିକୁ ସଂଶୋଧନ କରାଯାଇଛି । ଏହା ବ୍ୟତୀତ, ଯେକୌଣସି ସନ୍ଦିଗ୍ଧ ଲିଙ୍କ୍ ଉପରେ କ୍ଲିକ୍ ନକରିବାକୁ ବ୍ୟବହାରକାରୀମାନଙ୍କୁ ପରାମର୍ଶ ଦିଆଯାଇଛି । ଯଦି କୌଣସି ଅଜଣା ବ୍ୟକ୍ତି ଆପଣଙ୍କୁ ମେସେଜ୍ ପଠାଏ, ତେବେ ଏହାକୁ ଅଣଦେଖା କରନ୍ତୁ ଏବଂ ତୁରନ୍ତ ବ୍ଲକ୍ କରନ୍ତୁ ।

CERT-IN କହିଛି ଯେ, ଯଦି ଆପଣ PCରେ ହ୍ୱାଟସଆପକୁ ଅପଡେଟ୍ ନ କରିଛନ୍ତି ତେବେ ହୋଇପାରେ ହ୍ୟାକର୍ସମାନେ ଦୁର୍ବଳ ସୁରକ୍ଷାର ଫାଇଦା ଉଠାଇପାରନ୍ତି । ଆଉ ହ୍ୱାଟ୍ସଆପ୍ ବ୍ୟବହାରକାରୀ ମାନେ ସ୍ପୁଫିଂ ଆକ୍ରମଣର ସମ୍ମୁଖୀନ ହୋଇପାରନ୍ତି । ତେଣୁ ସତର୍କ ରହିବା ସହ ହ୍ବାଟସଆପକୁ ତୁରନ୍ତ ଲାଟେଷ୍ଟ ଭର୍ସନକୁ ଅପଡେଟ୍ କରିବାକୁ ୟୁଜର୍ସଙ୍କୁ ପରାମର୍ଶ ଦେଇଛନ୍ତି ଭାରତ ସରକାର । ଏହାସହ କୌଣସି ଅଜଣା ବ୍ୟକ୍ତିଙ୍କ ମେସେଜର ରିପ୍ଲାଏ ଓ କୌଣସି ଅଜଣା ଲିଙ୍କକୁ କ୍ଲିକ ନକରି ସେହି ନମ୍ୱରକୁ ବ୍ଲକ କରିବାକୁ ପରାମର୍ଶ ଦିଆଯାଇଛି ।

WhatsApp users are facing danger Government warns

ମିଳିଥିବା ସୂଚନା ଅନୁଯାୟୀ ଶନିବାର ବିଳମ୍ବିତ ରାତି ସମୟରେ ଭୁବନେଶ୍ୱରରୁ ଆସ୍କା ଅଭିମୁଖେ ୩୦ରୁ ଉଦ୍ଧର୍‌ବ ଯାତ୍ରୀଙ୍କୁ ନେଇ ଆସୁଥିବା ବାଲୁଙ୍କେଶ୍ୱର ନାମକ ଘରୋଇ ବସ ନମ୍ବର OD 02 CH 0599 ହଠାତ ଲଙ୍ଗଳେଶ୍ବର ରିଲିଆନ୍ସ ପେଟ୍ରୋଲ ପମ୍ପ ସମ୍ମୁଖରେ ରାସ୍ତା କଡ଼ରେ ଥିବା ଏକ ଟ୍ରକ ପଛକୁ ଶକ୍ତ ଧକ୍କା ଦେଇଥିଲା । ଯାହା ଫଳରେ ବସ୍‌ଟିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବସ ଭିତରେ ଥିବା ୩୦ ରୁ ଉଦ୍ଧର୍‌ବ ଯାତ୍ରୀ ଗୁରୁତର ଆହତ ହୋଇଥିଲେ ।

ଖବର ପାଇ ଖଲ୍ଲିକୋଟ ଥାନା ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଗୁରୁତର ଆହତ ମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ,ଏବଂ ଫାଏର ଗାଡି ଯୋଗେ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ଖବର ପାଇ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ମେଡ଼ିକାଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ବସଟିକୁ ପୋଲିସ ଜବତ କରିଥିବା ବେଳେ ସମସ୍ତ ଗୁରୁତର ଆହତ ମାନଙ୍କୁ ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଥାନା ଅଧିକାରୀ ଏକ ବସ ଭଡା କରି ଆହତ ଯାତ୍ରୀ ମାନଙ୍କୁ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ପଠାଇଛନ୍ତି । ତେବେ ଦୁର୍ଘଟଣା ଘଟାଇଥିବା ବସ ଡ୍ରାଇଭର, କଣ୍ଡକ୍ଟର ଓ ହେଲ୍ପର ଦୁର୍ଘଟଣା ସ୍ଥଳରୁ ଫେରାର ଥିବା ଜଣା ପଡିଛି । ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛିି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+