WhatsAppର ଚାଟ୍ ହୋଇପାରେ ଲିକ୍ ! କୋଟି କୋଟି ୟୁଜର୍ସଙ୍କର ଟେନସନ
ହ୍ୱାଟ୍ସଆପ ଦୁନିଆର ସବୁଠୁ ଅଧିକ ବ୍ୟବହାର କରାଯାଇଥିବା ଇନଷ୍ଟାଣ୍ଟ ମେସେଜିଂ ଆପ । ସାରା ଦୁନିଆରେ ହ୍ୱାଟ୍ସଆପର ୨୯୫ କୋଟିରୁ ଅଧିକ ଡେଲି ଆକ୍ଟିଭ ୟୁଜର୍ସ ଅଛନ୍ତି। ହ୍ୱାଟ୍ସଆପକୁ ସବୁଠାରୁ ଅଧିକ ସୁରକ୍ଷିତ ମେସେଜିଂ ଆପ ବୋଲି କୁହାଯାଇଥାଏ। ଏହାର ମୁଖ୍ୟ କାରଣ ଏଥିରେ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ସନ ରହିବା।
ବର୍ତ୍ତମାନ ମେଟା ସିଇଓ ମାର୍କ ଜୁକରବର୍ଗ ଏକ ବିବୃତ୍ତି ଜାରି କରିଛନ୍ତି, ଏହା ସାରା ଦୁନିଆର କୋଟି କୋଟି ୟୁଜର୍ସଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।

ଭୟଭୀତ କରିଦେଲେ ମାର୍କ ଜୁକରବର୍ଗ: ମାର୍କ ଜୁକରବର୍ଗ ଶନିବାର ୧୧ ଜାନୁଆରୀ ୨୦୨୫ରେ ଏକ ବିବୃତ୍ତିରେ କହିଛନ୍ତି ଯେ, ଆମେରିକୀୟ ଗୁଇନ୍ଦା ସଂସ୍ଥା CIA ହ୍ୱାଟ୍ସଆପ ମେସେଜର ଚାଟ୍ସଗୁଡ଼ିକୁ ପଢିପାରିବ। ଏହା ସମ୍ଭବ ହୋଇପାରିବ, ଯଦି କୌଣସି ସଂସ୍ଥା ୟୁଜର ଡିଭାଇସର ଫିଜିକାଲ ଆକ୍ସେସ କରିନିଅନ୍ତି।
ସେ ନିଜ ବିବୃତ୍ତୁରେ ଏହା ସ୍ପଷ୍ଟ କରିଛନ୍ତି ଯେ, ହ୍ୱାଟ୍ସଆପର ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ସନ ୟୁଜର୍ସଙ୍କ ବ୍ୟକ୍ତିଗତ ମାମଲାର ସଂପୂର୍ଣ୍ଣ ନଜର ରଖିଥାଏ। ଯଦି ୟୁଜର୍ସଙ୍କ ଡିଭାଇସର ଆକ୍ସେସ କୌଣସି ଏଜେନ୍ସିଙ୍କ ପାଖରେ ରହିବ, ତେବେ ଏଥିରେ କରାଯାଉଥିବା ଚାଟ୍ସକୁ ମଧ୍ୟ ଆକ୍ସେସ କରାଯାଇପାରିବ।












Click it and Unblock the Notifications