ସାଇବର ଅପରାଧୀଙ୍କ ପ୍ରିୟ ପ୍ଲାଟଫର୍ମ ପାଲଟିଛି ହ୍ୱାଟସଆପ୍: ସୋଶାଲ ମିଡିଆରୁ ଚାଲିଛି ଲୁଟ୍
ସାଇବର ଅପରାଧୀଙ୍କ ପ୍ରିୟ ପ୍ଲାଟଫର୍ମ ହ୍ୱାଟସଆପ୍ ସୋଶାଲ ମିଡିଆ । ହ୍ୱାଟସଆପ ପଛକୁ ରହିଛି ଟେଲିଗ୍ରାମ ଏବଂ ପରେ ଇନଷ୍ଟାଗ୍ରାମ। ଏସବୁ ସୋସିଆଲ ମିଡିଆକୁ ଠକେଇର ଅସ୍ତ୍ର ଭାବେ ବାଛିଛନ୍ତି ସାଇବର କ୍ରିମିନାଲ।
ଗୃହ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, ୨୦୨୪ ବର୍ଷର ପ୍ରଥମ ତିନି ମାସରେ ହ୍ୱାଟସଆପ ଜରିଆରେ ସାଇବର ଠକେଇ ସମ୍ପର୍କିତ ମୋଟ ୪୩ ହଜାର ୭୯୭ଟି ଅଭିଯୋଗ ହୋଇଛି । ତା'ପଛକୁ ରହିଛି ଟେଲିଗ୍ରାମ। ଟେଲିଗ୍ରାମ ଜରିଆରେ ୨୨ ହଜାର ୬୮୦ ଠକେଇ ଅଭିଯୋଗ ଏବଂ ଇନଷ୍ଟାଗ୍ରାମ ଜରିଆରେ ୧୯ ହଜାର ୮ ଶହ ଠକେଇ ଅଭିଯୋଗ ହୋଇଛି।

ରିପୋର୍ଟରେ ଏହା ବି ମଧ୍ୟ କୁହାଯାଇଛି, ସାଇବର ଠକ ଗୁଗୁଲ ସେବା ପ୍ଲାଟଫର୍ମ ମଧ୍ୟ ବ୍ୟବହାର କରୁଛନ୍ତି। ଗୁଗୁଲ ବିଜ୍ଞାପନ ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି ସାଇବର ଠକ। ସାଇବର ଅପରାଧୀ ମୁଖ୍ୟତଃ ବେକାରୀ, ଗୃହିଣୀ, ଛାତ୍ରଛାତ୍ରୀ, ଅଭାବୀ ଲୋକଙ୍କୁ ଅଧିକ ଟାର୍ଗେଟ କରୁଥିବା ରିପୋର୍ଟରେ ଦର୍ଶାଯାଇଛି।












Click it and Unblock the Notifications