Health tips: ଏହିସବୁ କାରଣରୁ ପେଟରେ ହୋଇଥାଏ ଯନ୍ତ୍ରଣା ! ଏବେ ହୋଇଯାଆନ୍ତୁ ସାବଧନ, ନଚେତ୍...
Health tips: କେବେ କେମିତି ଖାଇବା ବା ଗ୍ୟାସ୍ କାରଣରୁ ପେଟରେ ଯନ୍ତ୍ରଣା ହେବା ସ୍ୱାଭାବିକ କଥା। କିନ୍ତୁ ବିନା କାରଣରୁ ପେଟର କୌଣସି ବିଶେଷ ଭାଗରେ ଯଦି ଯନ୍ତ୍ରଣା ହେଉଥାଏ। ତେବେ ଏହା କୌଣସି ବେମାରୀ ଆଡ଼କୁ ଗତି କରୁଥିବାର ସମ୍ଭାବନା ଅଧିକ । ଜାଣନ୍ତୁ ପେଟରେ ଅଲଗା ଅଲଗା ଭାଗର ହେଉଥିବା ଯନ୍ତ୍ରଣାର କାରଣ କଣ ହୋଇପାରେ ।
୧. ବାମ ପାର୍ଶ୍ୱରେ : ଯଦି ଆପଣଙ୍କ ପେଟର ବାମ ପାର୍ଶ୍ୱରେ ଯନ୍ତ୍ରଣା ଅନୁଭବ କରୁଛନ୍ତି, ତେବେ ଆପଣ ସତର୍କ ହୋଇଯାଆନ୍ତୁ। ଏହା କିଡନୀ ସମ୍ବନ୍ଧିତ ରୋଗ ବା କିଡନୀ ଷ୍ଟୋନ୍ ହେବାର କାରଣ ହୋଇପାରେ । ଏହି ସ୍ଥିତିରେ ଅଧିକ ପାଣି ପିଅନ୍ତୁ ଓ ଡ଼ାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
୨ . ଡାହାଣ ପାର୍ଶ୍ୱରେ : ପେଟର ଡାହାଣ ପାର୍ଶ୍ୱରେ ଯଦି ଯନ୍ତ୍ରଣା ସବୁବେଳେ ହେଉଥାଏ, ତେବେ ଏହା ଆପଣଙ୍କୁ ସମସ୍ୟାରେ ପକାଇଥାଏ । ଡାହାଣପାର୍ଶ୍ୱର ଯନ୍ତ୍ରଣା ଅନେକ ସମସ୍ୟା ଥିବାର ଦର୍ଶାଇଥାଏ। ଏହା ବିଶେଷ କରି ଆପେଣ୍ଡିସାଇଟିସ୍ର କାରଣରୁ ହୋଇପାରେ। ଏହା ବ୍ୟତୀତ ମହିଳାମାନଙ୍କର ତଳ ପାର୍ଶ୍ୱରେ ଯଦି ଏହି ଯନ୍ତ୍ରଣା ହେଉଥାଏ ତେବେ ଏହା ଗର୍ଭାଶୟର ସମସ୍ୟା ମଧ୍ୟ ହୋଇପାରେ ।

୩. ମଧ୍ୟ ଭାଗରେ : ପେଟର ମଧ୍ୟ ଭାଗରେ ହେଉଥିବା ଯନ୍ତ୍ରଣା ଅଲ୍ସର୍ ଆଡ଼କୁ ଗତି କରୁଥିବାର ସମ୍ଭାବନା ରହିଛି । ଏହା ବ୍ୟତୀତ ଗ୍ୟାସ୍ ଓ ଅମ୍ଳର କାରଣରୁ ମଧ୍ୟ ଏହି ଯନ୍ତ୍ରଣା ହୋଇଥାଇପାରେ। ଏପରି ସ୍ଥଳେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରି ଚିକିତ୍ସା କରିବା ଉଚିତ୍ ।
୪. ଉପର ପାର୍ଶ୍ୱରେ : ପେଟର ମଧ୍ୟ ଭାଗରେ ଓ ଠିକ୍ ଛାତିର ତଳକୁ ହେଉଥିବା ଯନ୍ତ୍ରଣା, ବିଶେଷକରି ଏସିଡ଼ିଟି କାରଣରୁ ହୋଇଥାଏ। ଏହି ସ୍ଥିତିରେ ତୁରନ୍ତ ଔଷଧ ଖାଇବା ପରିବର୍ତ୍ତେ ଏକ ଗ୍ଲାସ୍ ଥଣ୍ଡା କ୍ଷୀର ପିଅନ୍ତୁ ବା ଏକ ଛୋଟଖଣ୍ଡ ଅଦା ମୁହଁରେ ରଖ୍ ତା ରସକୁ ଖାଆନ୍ତୁ । ଏହା ପରେ ଯଦି ଯନ୍ତ୍ରଣା କମ୍ ନହୁଏ ତେବେ ଡାକ୍ତରଙ୍କ ସହ ପରାମର୍ଶ ନିଅନ୍ତୁ ।
୫. ତଳ ପାର୍ଶ୍ୱରେ : ପେଟର ତଳ ପାର୍ଶ୍ୱରେ ହେଉଥିବା ଯନ୍ତ୍ରଣା ମୂତ୍ରାଶୟ ସମ୍ବନ୍ଧୀୟ ହୋଇଥାଇପାରେ । ଏହା ବ୍ୟତୀତ ଏହା ମୂତ୍ର ନଳୀରେ ସଂକ୍ରମଣ ବା ସିଷ୍ଟର କାରଣରୁ ମଧ୍ୟ ହେଉଥିବାର ସମ୍ଭାବନା ରହିଛି । ମହିଳାମାନଙ୍କର ମାସିକ ଧର୍ମ ସମୟରେ ମଧ୍ୟ ପେଟର ତଳ ପାର୍ଶ୍ୱରେ ଯନ୍ତ୍ରଣା ହୁଏ ।












Click it and Unblock the Notifications