ସକାଳୁ ଉଠି ଖାଲି ପେଟରେ କ'ଣ ଖାଇବେ କ'ଣ ପିଇବେ: ଆମେ ଦେହ ପାଇଁ କେଉଁ ଖାଦ୍ୟ ଉପକାରୀ ?
ଖାଲିପେଟ ଖାଇବା ସଭିଙ୍କ ଶରୀର ପାଇଁ ଦରକାର । କାରଣ ଆମ ସକାଳ ଖାଇବା ଠିକ୍ ହେଲେ ଦେହ ଭଲ ରହେ ଆଉ ଦିନଟି ଭାରି ଭଲରେ କେତେ ।
ତେବେ ଖାଲିପେଟରେ ସକାଳୁ କଣ ଖାଇବା ଓ କଣ ପିଇବା ଜରୁରୀ ହୋଇଥାଏ ଅଧିକାଂଶ ଲୋକ ଜାଣନ୍ତି । ଖାଲିପେଟରେ ସକାଳୁ କଣ ଖାଇବା ଓ କଣ ପିଇବା ଜରୁରୀ ହୋଇଥାଏ । କିଛି ଲୋକ ସକାଳୁ ଉଠିବା ମାତ୍ରେ ଚା ପିଇବାକୁ ଭଲ ପଆନ୍ତି, ହେଲେ ଖାଲି ପେଟରେ ଚା କିମ୍ବା କଫି ପିଇବା ଦ୍ୱାରା ପେଟରେ ଏସିଡ ସମସ୍ୟା ବଢିଥାଏ । ଏହାର କାରଣ ହେଉଛି ପେଟରେ ଏସିଡ ପରିମାଣ ସକାଳେ ଅଧିକ ଥାଏ ଏବଂ ଚା କଫି ଏସିଡ ପରିମାଣକୁ ଆହୁରି ବଢାଇଥାଏ ।
ତେବେ କିଛି ଖାଦ୍ୟ ଖାଇବା ପରେ ଚା ପିଇବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ପରାମର୍ଶ ଦେଇଛନ୍ତି । ସକାଳୁ ଉଠିବା ପରେ ଆମ ଶରୀରରେ ଜଳର ଘୋର ଅଭାବ ଦେଖାଯାଏ । ତେଣୁ ସକାଳୁ ପ୍ରଥମେ ଗୋଟିଏ ଗ୍ଲାସ ପାଣି ପିଇବା ଜରୁରୀ । ଏହା ଶରୀରକୁ ଡିହାଇଡ୍ରେଟ୍ ହେବାରୁ ରକ୍ଷା କରିବ ।

ଦ୍ୱିତୀୟରେ ପେଟରେ ଏସିଡ ପରିମାଣ ସକାଳୁ ଅଧିକ ରହିଥାଏ । ଆମେ ପାଣି ପାଇବା ଦ୍ୱାରା ଏହା ଏସିଡ ସହି ମିଶ୍ରିତ ହୋଇଯାଏ । ଏହି କାରଣରୁ ଗ୍ୟାସ କିମ୍ବା ଏସିଡ୍ ପରିମାଣ କମ୍ ହେବ । ଦିନ ସାରା କାର୍ଯ୍ୟ କରିବାକୁ ଶରୀରକୁ ଶକ୍ତି ଆବଶ୍ୟକ । ସକାଳୁ ପାଣି ପିଇବା ସହ ଭଲ ଭାବରେ ଖାଇବା ଦ୍ୱାରା ଏହି ଶକ୍ତି ମିଳିଥାଏ । ଯଦି ଆପଣ ସକାଳୁ ଅଧିକ ପାଣି ପିଅନ୍ତି ତେବେ କୋଷ୍ଠକାଠିନ୍ୟର ସମସ୍ୟାର ମଧ୍ୟ ସମାଧାନ ହୋଇପାରେ ।
ବିଶେଷଜ୍ଞଙ୍କ ଅନୁଯାୟୀ ପାଣି ପିଇବା ପରେ ଆମେ କିଛି ହାଲୁକା ଖାଦ୍ୟ ଖାଇପାରିବେ । ଯେପର ସୁଜି ହାଲୁଆ, ଭିଜା ବାଦାମ, ଗଜା ବୁଟମୁଗ ଇତ୍ୟାଦି ଖାଇପାରିବେ । ଯଦି ଆପଣ ଏହାସହିତ କିଛି ଅଧିକ ଖାଇବାକୁ ଚାହୁଁଛନ୍ତି ତେବେ ଆପଣ ଏଥିରେ କିଛି ଫଳ ଯେପରି ସେଓ, କଦଳୀ ଏବଂ ତରଭୁଜା ସାମିଲ କରିପାରିବେ । ଖାଲି ସେତିକି ନୁହେଁ ଓଟ୍ସ, ଅଣ୍ଡା, ଚିଆ ସିଡ୍ ମଧ୍ୟ ଖାଇପାରିବେ । ଛତୁଆ ମଧ୍ୟ ଖାଇ ପାରିବେ।
ଏହି ନିଜସ୍ୱ ମତ ନୁହେଁ, ସଂଗୃହିତ । ତେଣୁ ଏହାକୁ ବ୍ୟବହାର କଲା ବେଳେ ଡ଼ାକ୍ତରଙ୍କ ପରାମର୍ଶ ନିଅନ୍ତୁ।












Click it and Unblock the Notifications