Health Tips: ଧ୍ୟାନ ଦିଅନ୍ତୁ ଶିଶୁଙ୍କୁ ଜ୍ୱର ହେଲେ କଣ କରିବେ ?
Health Tips: ଶିଶୁ ଶୋଇବାକୁ ଯଦି କଷ୍ଟ ମଣୁଥାଏ, ଯଦି ଠିକ୍ ଭାବେ ଖାଦ୍ୟ ଖାଇ ନଥାଏ କିମ୍ବା ଖେଳକୁଦ କରୁନଥାଏ, ଏସବୁ ଲକ୍ଷଣ ଜରର ପ୍ରତୀକ ବୋଲି ଆମକୁ ଜାଣିବାକୁ ହେବ । ଶିଶୁମାନଙ୍କ କ୍ଷେତ୍ରରେ ଜ୍ୱର ଅନେକ ସମୟରେ ପରିଲକ୍ଷିତ ହୋଇଥାଏ । ସାଧାରଣତଃ ଶିଶୁମାନଙ୍କ ଶରୀରରେ ସାଧାରଣ ତାପମାତ୍ରା ଥାଏ ।
ଜରର ସଙ୍କେତ କେତେକ ରୋଗ ସଂକ୍ରମଣ ଦେଇ ଶିଶୁର ଶରୀର ମଧ୍ୟକୁ ଯାଏ । ଆପେ ଶିଶୁର କପାଳରେ ହାତ ରଖି ଜରର ପରିମାଣ ଜାଣି ପାରିଥାଉ । ଶିଶୁର ଦେହରେ ଯଦି ୯୭ ଡିଗ୍ରୀର ତାପମାତ୍ରା ରହୁଥାଏ ତେବେ ଏହା ସାଧାରଣ ବୋଲି ଆମକୁ ଜାଣିବାକୁ ହେବ କିନ୍ତୁ ଶିଶୁର ଦେହରେ ଯଦି ୧୦୦.୪ ଡିଗ୍ରୀର ତାପମାତ୍ରା ଥାଏ ତେବେ ଶିଶୁକୁ ଜ୍ୱର । ହୋଇଛି ବୋଲି ଜଣାଯାଏ । ଜ୍ୱର ହେବା ଫଳରେ ଶିଶୁର ଶରୀର ଦୁର୍ବଳ, କାନରେ ରୋଗ ସଂକ୍ରମଣ ଓ ଅନେକ ସାଂଘାତିକ ଅବସ୍ଥାରେ ମସ୍ତିଷ୍କ ଆବରକ ଝିଲ୍ଲିର ପ୍ରବାହ ଓ ରକ୍ତରେ ଜୀବାଣୁ ରୋଗ ସଂକ୍ରମଣ ହୋଇଥାଏ ।

ଶିଶୁ ଯଦି ଶୋଇବାକୁ କଷ୍ଟ ସାଧ୍ୟ ମଣୁଥାଏ ଯଦି ଠିକ୍ ଭାବେ ଖାଦ୍ୟ ଖାଉ ନଥାଏ ଖେଳକୁଦ କରୁନଥାଏ, ଏସବୁ ଲକ୍ଷଣ ଜ୍ୱରର ପ୍ରତୀକ ବୋଲି ଆମକୁ ଜାଣିବାକୁ ହେବ । ତେଣୁ ଡ଼ାକ୍ତରଙ୍କ ସହ ପରାମର୍ଶ କରି ଜ୍ୱର କମିବା ଯାଏ ନିୟମିତ ଔଷଧ ଦିଆଯିବା ଉଚିତ । ଆପଣ ମଧ୍ୟ ଶିଶୁ ପ୍ରତି ଅଧିକ ଯତ୍ନଶୀଳ ହେଲେ ଶିଶୁ ଖୁବ୍ ଶୀଘ୍ର ଆରୋଗ୍ୟ ଲାଭ କରିପାରିବ । ଶିଶୁକୁ ଜ୍ୱର ହେଇଥିଲେ ତିନିମାସ ଯାଏ ଡ଼ାକ୍ତରଙ୍କ ନିକଟରେ ଶିଶୁଟିକୁ ଚିକିତ୍ସା କରାଗଲେ ଭଲ ।












Click it and Unblock the Notifications