ଘରେ ରହିଛି କି ବାସ୍ତୁ ଦୋଷ ? ରୋଗ ଓ ଅଜଥାରେ ଯାଉଛି ଟଙ୍କା ତେବେ ଘରେ ଲଗାନ୍ତୁ ଏହି ଗଛ

ଗଛଲତା ପରିବେଶକୁ ସକାରାତ୍ମକ ପ୍ରବାହ କରିଥାନ୍ତି। ଆଉ ଏହାକୁ ଠିକ୍‌ ସ୍ଥାନରେ ଲଗାଇଲେ ଘରର ବାସ୍ତୁଦୋଷ ମଧ୍ୟ ଦୂର ହୋଇଥାଏ

ପ୍ରକୃତିକୁ ସ୍ୱୟଂ ଇଶ୍ୱରଙ୍କ ସହ ତୁଳନା କରାଯାଇଛି। ପ୍ରକୃତିରେ ଜଡିତ ସବୁକିଛି ଇଶ୍ୱରଙ୍କ ପ୍ରଦତ୍ତ। ଇଶ୍ୱରଙ୍କ ଦ୍ୱାରା ଏହା ବିଭିନ୍ନ ସ୍ୱରୂପରେ ପ୍ରଦର୍ଶିତ ହେଉଛି । ଏହା ମଣିଷ ପାଇଁ ଅନେକ ମାତ୍ରାରେ ସହାୟକ ହୋଇଥାଏ । ସଧାରଣତଃ ଗଛଲତା ଆମର ବେଶି ଉପକାର କରିଥାନ୍ତି । ଗଛଲତା ପରିବେଶକୁ ସକାରାତ୍ମକ ପ୍ରବାହ କରିଥାନ୍ତି । ଆଉ ଏହାକୁ ଠିକ୍‌ ସ୍ଥାନରେ ଲଗାଇଲେ ଘରର ବାସ୍ତୁଦୋଷ ମଧ୍ୟ ଦୂର ହୋଇଥାଏ । ତେବେ ଏମିତି କିଛି ସ୍ଥାନ ଅଛି ଯେଉଁଠି ଗଛ ଲଗାଇବା ଉଚିତ
-ବିଶ୍ୱାସ ରହିଛି ଯେ ଉଚ୍ଚତା ଥିବା ଗଛ ଅର୍ଥାତ ଯିଏ ଫଳ ଦେଇଥାଏ। ସେହି ଗଛ ସୂର୍ଯ୍ୟଦେବଙ୍କ ସହ ସମ୍ବନ୍ଧ ରହିଥାଏ।
-ବୃନ୍ଦାବତୀ ତଥା ତୁଳସୀ ଗଛକୁ ମା' ଲକ୍ଷ୍ମୀଙ୍କ ସ୍ୱରୂପ ମନାଯାଇଥାଏ। ଯଦି ଆପଣଙ୍କ ଘରେ ନକାରାତ୍ମକଶକ୍ତି ରହିଛି ତେବେ ଆପଣ ତୁଳସୀ ଗଛ ଲଗାଇଲେ ତାହା ଦୂର ହୋଇଥାଏ।
-ବିଶ୍ୱାସ ରହିଛି ଯେ, ବିଦ୍ୟାର୍ଥୀମାନେ କଦଳୀ ଗଛ ତଳେ ପଢ଼ିଲେ ତାଙ୍କର ସ୍ମରଣ ଶକ୍ତି ବଢ଼ିଥାଏ। ପାଠ ମନେ ରୁହେ।
-ଘରର ଆଖପାଖରେ ନିମ ଗଛ ରହିଲେ ବହୁତ ଶୁଭ ହୋଇଥାଏ। ଏହା ଘରକୁ ସକାରାତ୍ମକ ଶକ୍ତି ପ୍ରବାହ କରିଥାଏ।

ଜୀବନଚର୍ଯ୍ୟା
-ବରଗଛ ଘର ପାଖରେ ରହିଲେ ଏହା ନକାରାତ୍ମକ ଉର୍ଜ୍ଜା ପ୍ରବାହ କରିଥାଏ। ତେଣୁ ଏହି ଗଛକୁ ଭୁଲରେ ବି ଆପଣ ନିଜ ଘରେ ଲଗାନ୍ତୁ ନାହିଁ। ଏହାଦ୍ୱାରା ଧନହାନୀ ହୋଇଥାଏ। ଯଦିି ବି ଏହା ଆପଣଙ୍କ ଘରେ ଉଠିଥାଏ ,ତେବେ ଆପଣ ଏହାକୁ ମନ୍ଦିରରେ ଯାଇ ଲଗାଇ ପାରିବେ।
-ସେହିପରି କ୍ୟାକଟସ୍‌ କୁ ଘରେ ଲଗାଇବା ଅଶୁଭ ମନାଯାଏ। ଘରେ ବାଉଁଶ ଗଛ ମଧ୍ୟ ଲଗାଇବା ଅନୁଚିତ୍‌। ଏହାଦ୍ୱାରା ଆପଣଙ୍କ କୌଣସି କାମ ପୂରା ହୋଇନଥାଏ। ଭୁଲରେ ବି ଆପଣ କଣ୍ଟା ଗଛ ଘରେ ଲଗାନ୍ତୁ ନାହିଁ। ଏହାଦ୍ୱାରା ଘରେ କଳହ ବଢ଼ିଥାଏ।
-ଘର ସାମ୍ନାରେ ଜାମୁକୋଳି ଗଛ , ଅମୃତଭଣ୍ଡା ଗଛ ବ୍ୟତିତ ଆଉ କୌଣସି ଗଛ ଲଗାନ୍ତୁ ନାହିଁ। ଏଭଳି ଗଛ ଘରେ ଭୟ ଉତ୍ପନ କରିଥାଏ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+