Get Updates
Get notified of breaking news, exclusive insights, and must-see stories!

ବୟସ ଓ ଉଚ୍ଚତା ଅନୁସାରେ କେତେ ରହିବା ଉଚିତ ଆପଣଙ୍କ ଓଜନ ?

ଶରୀରକୁ ସୁସ୍ଥ ରଖିବା ପାଇଁ ଜୀବନଶୈଳୀ ଏବଂ ଖାଦ୍ୟ ଉଭୟ ସନ୍ତୁଳିତ ଏବଂ ସଠିକ୍ ରହିବା ଆବଶ୍ୟକ। ବିଭିନ୍ନ ଚିକିତ୍ସା ରିପୋର୍ଟ ଅନୁସାରେ, ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକ ପାଇଁ ମେଦବହୁଳତା ଏକ ପ୍ରମୁଖ କାରଣ ପାଲଟିଛି। ଓଜନ ବଢିଲେ ମଧୁମେହ, ରକ୍ତଚାପ ଓ ଯକୃତ ସମସ୍ୟା ଆଦିର ଆଶଙ୍କା ବଢିଥାଏ। ବିଶେଷଜ୍ଞଙ୍କ ଅନୁସାରେ, ଆଜିକାଲି ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଓଜନ ବୃଦ୍ଧି ସମସ୍ୟା ଦେଇ ଗତି କରୁଛନ୍ତି। ତେଣୁ ସୁସ୍ଥ ରହିବା ପାଇଁ ଓଜନକୁ ନିୟନ୍ତ୍ରିତ ରଖିବା ନିହାତି ଆବଶ୍ୟକ।

ଗବେଷଣାରୁ ଗଣାପଡ଼ିଛି ଯେ, ଉପଯୁକ୍ତ ଖାଦ୍ୟ ଏବଂ ସୁସ୍ଥ ଜୀବନଶୈଳୀ ଆପଣାଇ ଓଜନକୁ ନିୟନ୍ତ୍ରିତ ରଖାଯାଇପାରିବ। ତେବେ ପ୍ରତ୍ୟେକ ବ୍ୟକ୍ତି ଏହା ଜାଣିବା ଆବଶ୍ୟକ ଯେ, ତାଙ୍କ ବୟସ ଓ ଉଚ୍ଚତା ଅନୁସାରେ କେତେ ଓଜନ ରହିବା ଆବଶ୍ୟକ ଓ କେତେ ଅଧିକ। ମହିଳା ଓ ପୁରୁଷଙ୍କ ବୟସ ଓ ଉଚ୍ଚତା ଅନୁସାରେ ଓଜନ କେତେ ରହିବା ଆବଶ୍ୟକ, ଆସନ୍ତୁ ଜାଣିବା -

What should your weight be according to your age and heig

ବିଏମଆଇରୁ ସୁସ୍ଥ ଓଜନ ଆକଳନ:
ଅନେକ ଲୋକ ଜାଣିବାକୁ ଚାହାଁନ୍ତି ଯେ, ସେମାନଙ୍କର ଆଦର୍ଶ ଓଜନ କେତେ ହେବା ଉଚିତ୍। ତେବେ ସମସ୍ତଙ୍କ ପାଇଁ ଆଦର୍ଶ ଓଜନ ସମାନ ହୋଇପାରିବ ନାହିଁ। ଓଜନ ସ୍ଥିତି ଜାଣିବା ପାଇଁ ବଡି ମାସ୍‌ ଇଣ୍ଡେକ୍ସ(ବିଏମଆଇ) ବ୍ୟବହାର କରାଯାଇପାରିବ। ସାଧାରଣତଃ ୧୮.୫ ରୁ ୨୪.୯ ମଧ୍ୟର ବିଏମଆଇକୁ ସୁସ୍ଥ ବୋଲି ବିବେଚନା କରାଯାଉଥିବାବେଳେ ୨୫ରୁ ୩୦ ମଧ୍ୟରେ ଥିବା ବିଏମଆଇକୁ ଅଧିକ ଓଜନ ବୋଲି ବିବେଚନା କରାଯାଏ।
ତେବେ ଏଥି ଧ୍ୟାନ ଦେବା ଜରୁରୀ ଯେ, ବିଏମଆଇ ଶରୀରର ଗଠନ କିମ୍ବା ସ୍ୱାସ୍ଥ୍ୟର ସାମଗ୍ରିକ ଆକଳନ କରେ ନାହିଁ। ପ୍ରକୃତ ସ୍ୱାସ୍ଥ୍ୟ ସ୍ଥିତି ଆକଳନ କରିବା ପାଇଁ ଏହାକୁ ଅନ୍ୟ ପରୀକ୍ଷା ଏବଂ ଆକଳନ ସହିତ ମିଳିତ ଭାବରେ ଉପଯୋଗ କରାଯିବା ଉଚିତ।

ପିଲାଙ୍କ ପାଇଁ ଆଦର୍ଶ ଓଜନ:
ଯଦି ଏକ ମାସର ଶିଶୁର ଉଚ୍ଚତା ୫୩ ସେମି, ତେବେ ତା'ର ଆଦର୍ଶ ଓଜନ ୪.୩୫ କିଲୋ ରହିବା ଉଚିତ। ସେହିଭଳି ଯଦି ୩ ମାସର ଶିଶୁର ଉଚ୍ଚତା ୬୦ ସେମି, ତେବେ ତା'ର ୬ କିଲୋ ଓଜନ ରହିବାକୁ ସୁସ୍ଥ ବୋଲି ବିବେଚନା କରାଯାଏ।

ବୟସ ଉଚ୍ଚତା(ସେମି) ଓଜନ(କିଲୋଗ୍ରାମ)

୪ମାସ ୬୨ ୬.୫

୬ମାସ ୬୪ ୭.୫

୯ମାସ ୭୦ ୮.୫

୧୨ମାସ ୭୪ ୯-୧୦

ଦେଢ ବର୍ଷ ୮୦ ୧୦-୧୧

ଦୁଇ ବର୍ଷ ୮୫ ୧୧.୭୫-୧୩

ପୁରୁଷଙ୍କ ଉଚ୍ଚତା ଅନୁଯାୟୀ ଓଜନ:
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ୫'୪ରୁ ୬'୦ ମଧ୍ୟରେ ଉଚ୍ଚତା ଥିବା ପୁରୁଷଙ୍କ ଆଦର୍ଶ ଓଜନ ୫୦ରୁ ୭୩ କିଲୋ ହୋଇଥାଏ। ଓଜନ ଯେତେ ଅଧିକ ନିୟନ୍ତ୍ରିତ ରହେ, ରୋଗରୁ ସେତେ ଅଧିକ ରକ୍ଷା ମିଳେ।

ଉଚ୍ଚତା(ଫୁଟ୍‌) ଓଜନ(କିଲୋଗ୍ରାମ)

୪ ′ ୬ ୨୯-୩୪
୪ ′ ୮ ୩୪-୪୦
୪ ′ ୧୦ ୩୮-୪୫
୫ ′ ୦ ୪୩-୫୩
୫ ′ ୨ ୪୮-୫୮
୫ ′ ୪ ୫୩-୬୪
୫ ′ ୬ ୫୮-୭୦
୫ ′ ୮ ୬୩-୭୬
୬ ′ ୦ ୭୨-୮୮

ମହିଳାଙ୍କ ପାଇଁ ସୁସ୍ଥ ଓଜନ:
ବିଶେଷଜ୍ଞଙ୍କ ଅନୁଯାୟୀ, ୪'୧୦ 'ରୁ ୫'୮' ମଧ୍ୟରେ ଉଚ୍ଚତା ଥିବା ମହିଳାଙ୍କ ପାଇଁ ଆଦର୍ଶ ଓଜନ ୪୫-୫୯ କିଲୋଗ୍ରାମ ହୋଇଥାଏ। ତେବେ ଏହା ଧ୍ୟାନ ଦେବା ଜରୁରୀ ଯେ, ଆଦର୍ଶ ଓଜନ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସମାନ ନୁହେଁ ଏବଂ ଏହା ବ୍ୟକ୍ତିଙ୍କ ଶାରୀରିକ ଗଠନ, ବୟସ ଏବଂ ଅନ୍ୟାନ୍ୟ କାରଣ ଉପରେ ନିର୍ଭର କରେ। ନିଜ ଆଦର୍ଶ ଓଜନ ବିଷୟରେ ଜାଣିବା ପାଇଁ ଡାକ୍ତରଙ୍କ ସହ ନିଶ୍ଚିତ ପରାମର୍ଶ କରନ୍ତୁ।

ଉଚ୍ଚତା(ଫୁଟ୍‌) ଓଜନ(କିଲୋଗ୍ରାମ)

୪ ′ ୬ ୨୮-୩୪
୪ ′ ୮ ୩୨-୩୯
୪ ′ ୧୦ ୩୬-୪୪
୫ ′ ୦ ୪୦-୪୯
୫ ′ ୨ ୪୪-୫୪
୫ ′ ୪ ୪୯-୫୯
୫ ′ ୬ ୫୩-୬୪
୫ ′ ୮ ୫୭-୬୯
୬ ′ ୦ ୬୫-୭୯

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+