Get Updates
Get notified of breaking news, exclusive insights, and must-see stories!

ବର୍ଷା ଦିନେ ସାପ କାମୁଡ଼ିଲେ ପ୍ରଥମେ କ'ଣ କରିବା ଉଚିତ୍?

ଆରମ୍ଭ ହୋଇଯାଇଛି ବର୍ଷା ଋତୁ । ଏହି ବର୍ଷା ଋତୁରେ ବିଶେଷକରି ସାପ ଭୟ ଲୋକମାନଙ୍କୁ ରହିଥାଏ । କାରଣ ବର୍ଷାରେ ସାପ ଗାତରେ ପାଣି ପଶିଯିବା ଫଳରେ ସାପମାନେ ଘର ଭିତରେ ପ୍ରବେଶ କରିଥାନ୍ତି । ଆଉ ଅନେକ କ୍ଷେତ୍ରରେ ଲୋକଙ୍କୁ ଆକ୍ରମଣ ମଧ୍ୟ କରିଥାନ୍ତି ।

ଏହି ବର୍ଷା ଋତୁରେ ଯଦି ଆପଣଙ୍କ ଘରେ ସାପ ପଶିଯାଏ, ଏବଂ କୌଣସି ଅସାବଧାନତା ଦୃଷ୍ଟିରୁ ଆପଣଙ୍କୁ ସାପ କାମୁଡ଼ିଦିଏ, ତେବେ ଆପଣ କ'ଣ କରିବେ? ହଠାତ୍ କଣ କରିବା ଉଚିତ୍? କ'ଣ ନ କରିବା ଉଚିତ୍? ଆସନ୍ତୁ ଜାଣିବା...

What should you do first if you are bitten by a snake on a rainy day

ସାପ କାମୁଡ଼ିଲେ ପ୍ରଥମେ କ'ଣ କରିବା ଉଚିତ୍?
ସାପ କାମୁଡ଼ିଲେ ଭୟଭୀତ ନ ହୋଇ ଯଥାସମ୍ଭବ ଶାନ୍ତ ରହିବା ଏବଂ ଠିକ୍ ପ୍ରଥମିକ ଚିକିତ୍ସା ନେବା ଜରୁରୀ। ବିଶେଷଜ୍ଞଙ୍କ ମତରେ, ସାପ କାମୁଡ଼ିବା ପରେ ପ୍ରଥମେ କଣ କରାଯିବା ଉଚିତ୍ ଆସନ୍ତୁ ଜାଣିବା...

ଶାନ୍ତ ରହନ୍ତୁ: ସାପ କାମୁଡ଼ିଲେ, ଆଦୌ ଭୟଭୀତ ହୁଅନ୍ତୁ ନାହିଁ । କାରଣ ଭୟ ଓ ଆତଙ୍କରେ ଦୌଡ଼ାଦୌଡ଼ି କଲେ ହୃତପିଣ୍ଡର ଗତି ବୃଦ୍ଧି ପାଇବ ଏବଂ ବିଷ ଶରୀରରେ ଦ୍ରୁତ ଗତିରେ ବ୍ୟାପିଯାଏ । ତେଣୁ ଯଥାସମ୍ଭବ ଶାନ୍ତ ରୁହନ୍ତୁ ।

କାମୁଡ଼ା ସ୍ଥାନରେ ହାତ ଲଗାନ୍ତୁ ନାହିଁ: ସାପ କାମୁଡ଼ିବା ପରେ କାମୁଡ଼ା ଅଂଶକୁ ହାତ ଲଗାନ୍ତୁ ନାହିଁ। ଏଥିପାଇଁ ସ୍ପ୍ଲିଣ୍ଟ ବ୍ୟବହାର କରାଯାଇପାରେ।

କପଡ଼ା ଖୋଲିଦିଅନ୍ତୁ: ଯଦି କାମୁଡ଼ା ସ୍ଥାନରେ ଆଙ୍ଗୁଠି, ଚୁଡ଼ି କିମ୍ବା କପଡ଼ା ଥାଏ, ତାହାକୁ ଖୋଲିଦେବା ଉଚିତ୍ । ଏହାଦ୍ବାରା କ୍ଷତ ସ୍ଥାନରେ ବାୟୁ ସଠିକ୍ ଭାବେ ଚଳପ୍ରଚଳ ହୋଇପାରିବ ।

ପାଣି ଓ ସାବୁନରେ ଧୋଇବା: ସାପ କାମୁଡ଼ା ସ୍ଥାନକୁ ପରିଷ୍କାର ପାଣି ଓ ସାବୁନରେ ଧୋଇବା ଉଚିତ୍, କିନ୍ତୁ ଜୋରରେ ଚାପି ଧୋଇବା ବା ରଗଡ଼ିବା ନିଷେଧ।

ବିଷ ଚୁଷିବା ବା କାଟିବା ନିଷେଧ: ପୁରୁଣା ପଦ୍ଧତି ଅନୁଯାୟୀ ବିଷ ଚୁଷିବା କିମ୍ବା କାମୁଡ଼ା ସ୍ଥାନକୁ କାଟିବା ସଠିକ୍ ନୁହେଁ, ଏହାଦ୍ବାରା ସଂକ୍ରମଣ ହୋଇପାରେ।

ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ: ଯଥାଶୀଘ୍ର ନିକଟତମ ଡାକ୍ତରଖାନାକୁ ଯାଇ ଚିକିତ୍ସା ନେବା ଜରୁରୀ। ସାପର ପ୍ରଜାତି ଚିହ୍ନିତ କରିବା ପାଇଁ ଯଦି ସମ୍ଭବ ତାହାର ଫଟୋ ଉଠାଇଦେବା ଉଚିତ୍। ଯାହାଦ୍ବାରା ଚିକିତ୍ସା ଭଲ ହୋଇପାରିବ ।

ସତର୍କତା: ସାପ କାମୁଡ଼ିବାର ୮୦% ଘଟଣା ବିଷହୀନ ସାପ ଯୋଗୁଁ ହୁଏ, ତଥାପି ଚିକିତ୍ସା ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଘଟଣା ସ୍ଥଳରେ ଶାନ୍ତ ରହି ଉପଯୁକ୍ତ ପଦକ୍ଷେପ ନେବା ଆବଶ୍ୟକ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+