Get Updates
Get notified of breaking news, exclusive insights, and must-see stories!

Christmas 2022: ଜାଣନ୍ତୁ, ଖ୍ରୀଷ୍ଟମାସରେ ମୋଜାର ମହତ୍ୱ କ’ଣ ?

Christmas 2022: ଆଜି ପବିତ୍ର ବଡଦିନ ଅର୍ଥାତ ଖ୍ରୀଷ୍ଟମାସ । ଆଜି ପ୍ରଭୁ ଯୀଶୁଙ୍କ ଜନ୍ମଦିନ । ଶାନ୍ତି, ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ ୨୪ ତାରିଖ ମଧ୍ୟରାତ୍ରୀରେ ଧରାବତରଣ କରିଥାନ୍ତି ପ୍ରଭୁ ଯୀଶୁ।

Christmas 2022: ଆଜି ପବିତ୍ର ବଡଦିନ ଅର୍ଥାତ ଖ୍ରୀଷ୍ଟମାସ । ଆଜି ପ୍ରଭୁ ଯୀଶୁଙ୍କ ଜନ୍ମଦିନ । ଶାନ୍ତି, ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ ୨୪ ତାରିଖ ମଧ୍ୟରାତ୍ରୀରେ ଧରାବତରଣ କରିଥାନ୍ତି ପ୍ରଭୁ ଯୀଶୁ। ଧରାପୃଷ୍ଠରେ ପ୍ରଭୁଙ୍କ ସ୍ୱାଗତ ଲାଗି ଚର୍ଚ୍ଚଗୁଡ଼ିକ ଆଲୋକମାଳାରେ ସଜ୍ଜାଯିବା ସହ ସାରା ବିଶ୍ୱ ଆଜି ଉତ୍ସବମୁଖର ହୋଇଉଠେ ।

Christmas 2022

ଖ୍ରୀଷ୍ଟମାସ ଦିନ କେକ୍, ଘଣ୍ଟି, ମହମବତୀ, ମୋଜା ସବୁର ମହତ୍ୱ ରହିଛି। ଖୁସିର ଏହି ପର୍ବରେ ଅନେକ ଅନନ୍ୟ ଏବଂ ଆକର୍ଷଣୀୟ ପରମ୍ପରା ମଧ୍ୟ ଅଛି।

ଘଣ୍ଟି:

ଏହି ପର୍ବରେ ଲୋକମାନେ ନିଜ ଘରେ ଖ୍ରୀଷ୍ଟମାସ ଟ୍ରିକୁ ବିଶେଷ ଭାବେ ସଜେଇଥାନ୍ତି। ଏଥିରେ ଘଣ୍ଟି ମଧ୍ୟ ସାମିଲ ଥାଏ। ଖ୍ରୀଷ୍ଟିଆନ ଧର୍ମରେ ବିଶ୍ୱାସ କରାଯାଏ ଯେ ଘଣ୍ଟିରେ ଘରକୁ ସଜାଇଲେ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ପରମ୍ପରା ଅନୁଯାୟୀ ଏହିଦିନ ଘଣ୍ଟି ବଜେଇ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନକୁ ପାଳନ କରାଯାଏ।

ମୋଜା:

ଖ୍ରୀଷ୍ଟମାସ ଦିନ, ଘରେ ମୋଜାକୁ ଟାଙ୍ଗି ସାଜସଜ୍ଜା ମଧ୍ୟ କରାଯାଇଥାଏ। ଖ୍ରୀଷ୍ଟିଆନ ଧର୍ମରେ ଏହା ପଛରେ ଏକ କାହାଣୀ ଅଛି ଯେ ଜଣେ ବ୍ୟକ୍ତି ଟଙ୍କା ଅଭାବରୁ ନିଜର ତିନି ଝିଅଙ୍କୁ ବିବାହ କରିପାରୁ ନଥିଲେ। ସେ ତାଙ୍କର ତିନି ଝିଅଙ୍କୁ ବହୁତ କଷ୍ଟରେ ପ୍ରତିପୋଷଣ କରିଥିଲେ। ଝିଅମାନେ ବଡ ହେଲା ପରେ ସେମାନଙ୍କ ବିବାହ ପାଇଁ ଯେତେ ଚେଷ୍ଟା କରିଥିଲେ ବି ଟଙ୍କା ଯୋଗାଡ କରିପାରି ନଥିଲେ।

କେକ୍

ଯେପରି ହିନ୍ଦୁ ପର୍ବରେ ଲୋକମାନେ ପରସ୍ପରକୁ ମିଠା ବଣ୍ଟନ କରନ୍ତି, ସେହିପରି ଖ୍ରୀଷ୍ଟମାସରେ କେକ୍ ଖାଇବା ଏବଂ ବଣ୍ଟନ କରିବାର ପରମ୍ପରା ଅଛି । ଏହି ଦିନ ଲୋକମାନେ କେକ୍ ବଣ୍ଟନ କରି ପରସ୍ପର ସହିତ ସେମାନଙ୍କର ଖୁସି ବାଣ୍ଟନ୍ତି । ଏହା ପଛରେ ଏକ ବିଶ୍ୱାସ ଅଛି ଯେ କେକ୍ ବାଣ୍ଟିବା ଏବଂ ଖାଇବା ଦ୍ୱାରା ରାଗ ଏବଂ ଉଦାସୀନତା ଦୂର ହୋଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+