Lifestyle: କେଉଁ ଜିନିଷ ଘରେ ରଖିବା ସବୁୂଠୁ ବଡ଼ ଅଶୁଭ ?
ଘର ସଜାଇବା କାହାକୁ ବା ଭଲ ନ ଲାଗେ। ସେଥିପାଇଁ କିଏ କେତେ ପ୍ରକାରର ଘରସଜ୍ଜା ସାମଗ୍ରୀରେ ଘର ସଜାଇଥାନ୍ତି। ହେଲେ ଏମିତି ବି କିଛି ଜିନିଷ ଅଛି; ଯେଉଁଥିରେ ଘର ସଜାଇବାକୁ ନେଇ ବାସ୍ତୁଶାସ୍ତ୍ରରେ ବାରଣ କରାଯାଇଛି...

* ବାସ୍ତୁଶାସ୍ତ୍ର ଅନୁଯାୟୀ, ଦର୍ପଣ ହେଉଛି ଏକ ଶକ୍ତିଶାଳୀ ତତ୍ତ୍ୱ; ଯାହା ସକାରାତ୍ମକ ଊର୍ଜାକୁ ଆକର୍ଷିତ କରିବା ସହ ଧନକୁ ବି ପ୍ରଭାବିତ କରିଥାଏ। ତେଣୁ କାଚରେ ତିଆରି ଘରସଜ୍ଜା ସାମଗ୍ରୀକୁ ଘରେ ରଖିବା ଶୁଭ। କିନ୍ତୁ ଭାଙ୍ଗି ଯାଇଥିବା କାଚ କି ଦର୍ପଣକୁ ମୁହୂର୍ତ୍ତକ ପାଇଁ ବି ଘରେ ରଖିବା ଶୁଭଙ୍କର ନୁହେଁ। ଏହା ସମ୍ପର୍କରେ ତିକ୍ତତା ଆଣିବା ସହ ପ୍ରଗତିରେ ବାଧା ସୃଷ୍ଟି କରେ ବୋଲି ବିଶ୍ୱାସ କରାଯାଏ।
* ଘରେ କୌଣସି ଜଙ୍ଗଲୀ ପ୍ରାଣୀ ଯେମିତି କି ବାଘ, ସିଂହ, ଭାଲୁ, ସାପ, ପେଚା ଆଦିଙ୍କର ଫଟୋ କି ଚିତ୍ର ରଖିବା ବି ଠିକ୍ ନୁହେଁ। ଏହା ପରିବାର ସଦସ୍ୟଙ୍କ ମନରେ ଡର, ଏକଲାପଣର ଭାବନା ସୃଷ୍ଟି କରିଥାଏ।
* ଏହା ବଦଳରେ ସୁନ୍ଦର ପ୍ରାକୃତିକ ଦୃଶ୍ୟ କିମ୍ବା ପକ୍ଷୀମାନଙ୍କର ସୁନ୍ଦର ଫଟୋ ହେଉ କି ଚିତ୍ର ଲଗାଇପାରିବେ।
* କାକଟସ୍ ଭଳି କଣ୍ଟା ଜାତୀୟ ଉଦ୍ଭିଦକୁ ଘରେ ରଖିବା ଆଦୌ ଠିକ୍ ନୁହେଁ। ଏହା ପରିବାରବର୍ଗଙ୍କ ମନରେ ଚିଡିଚିଡ଼ାପଣ, ଝଗଡ଼ା ଭଳି ନକାରାତ୍ମକତା ସୃଷ୍ଟି କରିଥାଏ। କିନ୍ତୁ ଗୋଲାପ ଗଛ କଣ୍ଟାଜାତୀୟ ହେଲେ ବି ଏହାକୁ ଘରେ ରଖିପାରିବେ।
* କାନ୍ଦୁଥିବା ଶିଶୁ, ସମୁଦ୍ରରେ ଝଡ଼ ସୃଷ୍ଟି ହେଉଥିବାର ଚିତ୍ର, ଯୁଦ୍ଧର ଫଟୋ ଅଥବା ଏକାକୀ ଗୋଟିଏ ପକ୍ଷୀ ବସିଥିବାର ପେଣ୍ଟିଂକୁ ବି ଘରେ ଲଗାଇବା ଠିକ୍ ନୁହେଁ। ଏହା ମନରେ ନକାରାତ୍ମକ ଭାବ ସୃଷ୍ଟି କରିଥାଏ।
* ଖରାପ କିମ୍ବା ବନ୍ଦ ହୋଇଯାଇଥିବା ଘଣ୍ଟାକୁ ବି ଘରେ ରଖିଲେ ପରିବାରର ସୁଖଶାନ୍ତି ଉପରେ କୁ-ପ୍ରଭାବ ପଡ଼ିଥାଏ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications