Get Updates
Get notified of breaking news, exclusive insights, and must-see stories!

ଜିମ୍ ଯାଉଛନ୍ତି କି? ପିଅନ୍ତୁ ଏହି ଜୁସ୍‌, ମିଳିବ...

ଏବର ମହିଳାମାନେ ନିଜକୁ ସବୁବେଳେ ଫିଟ୍ ଆଉ ପରଫେକ୍ଟ ବଡିଶେପ୍ ପାଇବାକୁ ଜିମ୍ ଜଏନ୍ କରୁଛନ୍ତି । କିନ୍ତୁ ଜିମରୁ ଫେରିବା ପରେ ଯଦି ମୋସାମ୍ବି ଜୁସ୍ ପିଅନ୍ତି, ତେବେ ପରିଶ୍ରମ ବୃଥା ଯିବନି । ଏହା ଅନ୍ୟ ପ୍ରୋଟିନ୍ ଶେକ୍ ତୁଳନାରେ ଶରୀରକୁ ବିଶେଷ ଫାଇଦା ଦେଇଥାଏ। ପାଚନକ୍ରିୟା ସକ୍ରିୟ ରହେ ଜିମ୍‌ରେ ୱାର୍କଆଉଟ୍ କରିବା ପରେ ମୋସାମ୍ବି ଜୁସ୍ ପିଇବା ଦ୍ୱାରା ପାଚନକ୍ରିୟା ସକ୍ରିୟ ରହିଥାଏ। ଏହା ଖାଦ୍ୟ ହଜମ କରିବାରେ ବିଶେଷଭାବେ ସହାୟକ ହୋଇଥାଏ ।

ଏହାସହ ପେଟସମ୍ବନ୍ଧିତ ବିଭିନ୍ନ ପ୍ରକାର ସମସ୍ୟାରୁ ଉପଶମ ଦେଇଥାଏ। ଭିଟାମିନ୍‌ର ସ୍ରୋତ ମୋସାମ୍ବିରେ ଭରପୁର୍ ମାତ୍ରାରେ ଭିଟାମିନ୍ ରହିଛି । ଏହାକୁ ପିଇଲେ ଶରୀରରେ ଶକ୍ତିବୃଦ୍ଧି ହୋଇଥାଏ । ଫଳରେ ଦିନସାରା ଫୁର୍ତ୍ତିରେ କାମ କରିପାରିବେ । କୋଷ୍ଠକାଠିନ୍ୟରୁ ଉପଶମ ଯଦି ପେଟରେ ଗ୍ୟାସ୍‌, ବଦହଜ୍‌୍‌ମୀ କିମ୍ବା କୋଷ୍ଠକାଠିନ୍ୟ ଭଳି ରୋଗରେ ପୀଡ଼ିତ ଥାନ୍ତି, ତେବେ ମୋସାମ୍ବି ଜୁସ୍ ବେଶ୍ ଫାଇଦା ଦେବ। ଏହାକୁ ଦୈନନ୍ଦିନ ପିଇଲେ ଏ ସମସ୍ତ ରୋଗରୁ ତୁରନ୍ତ ଆରୋଗ୍ୟ ମିଳିବ ।

gym

ଓଜନ ନିୟନ୍ତ୍ରଣ ମୋସାମ୍ବିରେ କ୍ୟାଲୋରୀ ମାତ୍ରା ବହୁତ କମ୍ ଥାଏ। ତେଣୁ ଓଜନ ହ୍ରାସ ଏହା ବେଶ୍ ଲାଭ ଦେଇଥାଏ। ମୋସାମ୍ବି ଜୁସ୍‌ରେ ସାମାନ୍ୟ ମହୁ ମିଶାଇ ପିଇଲେ ଓଜନ ଶୀଘ୍ର ହ୍ରାସ ହୋଇଥାଏ । ଦୃଷ୍ଟିଶକ୍ତି ପ୍ରଖର କରେ ଦୃଷ୍ଟିଶକ୍ତି ବୃଦ୍ଧି କରିବାକୁ ୁ ଚାହୁଁଥିଲେ, ମୋସାମ୍ବି ଜୁସ୍ ବିଶେଷ ଲାଭଦାୟକ ସାବ୍ୟସ୍ତ ହୋଇଥାଏ।

ପାଣିରେ ମୋସାମ୍ବି ଜୁସ୍‌ର କିଛି ବୁନ୍ଦା ମିଶାଇ ଆଖୁକୁ ଧୋଇଲେ; ବିଭିନ୍ନ ପ୍ରକାର ସଂକ୍ରମଣରୁ ରକ୍ଷାମିଳିଥାଏ। ମୋସାମ୍ବି ଜୁସ୍ ପିଇବା ଦ୍ୱାରା ରକ୍ତ ପରିଷ୍କାର ହୋଇଥାଏ। ଫଳରେ ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି ପାଏ ଏବଂ ବ୍ରଣ ଓ ଦାଗ ଆଦି ଉଭେଇଯାଏ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+