ଏଇ ଫୁଲ ଚା' ପିଅନ୍ତୁ, ମିଳିବ ଅନେକ ଫାଇଦା
ସାରାଦିନର କାର୍ଯ୍ୟବ୍ୟସ୍ତ ମଧ୍ୟରେ ଯଦି ଥକ୍କା ଅନୁଭବ କରୁଛନ୍ତି, ତେବେ ଅପରାଜିତା ଫୁଲ ଚା'ର ସେବନ କରନ୍ତୁ। ଫୁଲଟି ଦେଖିବାକୁ ଯେତିକି ସୁନ୍ଦର ଏହାର ଔଷଧୀୟ ଫାଇଦା ମଧ୍ୟ ସେତିକି ରହିଛି। ଏହି ଫୁଲରୁ ପ୍ରସ୍ତୁତ ଚା' କେବଳ ଥକାପଣ ଦୂର କରେ ତା' ନୁହେଁ ବରଂ ସ୍ବାସ୍ଥ୍ୟଗତ ବିଭିନ୍ନ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ। ଏହାକୁ ପ୍ରସ୍ତୁତ କରିବା ପାଇଁ ଗୋଟିଏ ଗ୍ଲାସ୍ ପାଣିକୁ ଭଲଭାବେ ଫୁଟାନ୍ତୁ।

ସେଥିରେ ଚିନି ଏବଂ ଅପରାଜିତା ଫୁଲ ପକାଇ ୧ କପ୍ ହେବା ଯାଏ ଗରମ କରନ୍ତୁ। ଧୀରେ ଧୀରେ ପାଣିର ରଙ୍ଗ ନୀଳ ରଙ୍ଗ ଧାରଣ କରିବା ପରେ ଏହାକୁ ସେବନ କରନ୍ତୁ। ଗ୍ରୀନ୍ ଟି'କୁ ମଧ୍ୟ ଏହି ଚା' ମାତ୍ ଦେବାରେ ସକ୍ଷମ। ପ୍ରତିଦିନ ସକାଳ ଅବା ସନ୍ଧ୍ୟାରେ ଏହି ଚା' ସେବନ କଲେ ସଂକ୍ରମଣ ଜନିତ ସମସ୍ୟା, ଚର୍ମରୋଗ ମଧ୍ୟ ଭଲ ହୋଇଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ। କେବଳ ସେତିକି ନୁହେଁ, ଏହି ଫୁଲକୁ ଶୁଖାଇ ଏଥିରେ ଗୁଣ୍ଡ ମଧ୍ୟ ପ୍ରସ୍ତୁତ କରାଯାଏ। ଏହି ଗୁଣ୍ଡକୁ ଚିନି ଓ ପାଣି ସହ ମିଶାଇ ସରବତ୍ ଆକାରରେ ମଧ୍ୟ ପିଇପାରିବେ।












Click it and Unblock the Notifications