ନିଦ ନହେଲେ କଣ ହେବ ? ଏମିତି ହେଉଥିଲେ ସାବଧାନ !

ଶରୀରକୁ ସୁସ୍ଥ ରଖିବା ପାଇଁ ଆମେ ପୁଷ୍ଟିକର ଖାଦ୍ୟ ଖାଇବା ଉପରେ ବିଶେଷ ଧ୍ୟାନ ଦେଇଥାଉ । ମାତ୍ର ଖାଇବା ସହ ଠିକ୍ ସମୟରେ ଶୋଇବା ଓ ଠିକ ସମୟରେ ଉଠିବା ମଧ୍ୟ ସୁସ୍ଥ ଜୀବନଯାପନ ପାଇଁ ନିହାତି ଆବଶ୍ୟକ । ଦୈନିକ ୭ ରୁ ୮ ଘଣ୍ଟା ଶୋଇବା ନିହାତି ଆବଶ୍ୟକ ।

sleep

ଯଦି ଆପଣ ରାତିରେ ଠିକ ଭାବେ ସୋଉନାହାନ୍ତି ତେବେ ଏହା ଅନେକ ସମସ୍ୟା ସୃଷ୍ଟି କରିଥାଏ । ଥକାପଣ ଅନୁଭବ ହେବା ସହ ପୁରାଦିନ ଅଳସୁଆ ଲାଗେ।

ଏକ ନିର୍ଦ୍ଦିଷ୍ଟ ସମୟରେ ଶୋଇବା: ଅନେକ ଲୋକ ରାତି 2 ବା ରାତି 3ରେ ଶୋଇବା ପାଇଁ ବେଡକୁ ଯାଇଥାନ୍ତି ଏହାସହ କିଛି ଲୋକ ବେଡରେ ପଡିରହି ପାୟ ଘଣ୍ଟାଏ ରୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଫୋନ ଚଲାଉଥାନ୍ତି । ତେବେ ଜାଣିନିଅନ୍ତୁ ଯେ ଏହା ଏକ ଖରାପ ଅଭ୍ୟାସ।

ଯଦି ଆପଣ କେତେବେଳେ ରାତି ୧୦ ଟାରେ, କେତେବେଳେ ରାତି ୧୧ ଟାରେ,ଓ କେତେବେଳେ ରାତି ୧୨ ଟାରେ ଶୋଇବାକୁ ଯାଆନ୍ତି, ତେବେ ଏହି ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ। ଯଦି ନିଦ ଲାଗୁନାହିଁ, ଏକ ନିର୍ଦ୍ଦିଷ୍ଟ ସମୟରେ ଲାଇଟ୍ ବନ୍ଦ କରନ୍ତୁ, ଶୋଇବାକୁ ଯାଆନ୍ତୁ ଏବଂ ଆଖି ବନ୍ଦ କରି ଶୋଇବାକୁ ଚେଷ୍ଟା କରନ୍ତୁ। ପ୍ରତିଦିନ ଏହିଭଳି ରୁଟିନ ଫଲୋ କରନ୍ତୁ, ଧିରେ ଧିରେ ଏହା ଆପଣଙ୍କ ଅଭ୍ୟାସ ହୋଇଯିବ ।

କେତେକ ସମୟରେ, କୌଣସି କାମ ଯୋଗୁଁ, ବିଳମ୍ବରେ ଶୋଇବାକୁ ପଡ଼େ, କିନ୍ତୁ ସବୁବେଳେ ଏପରି ଅଭ୍ୟାସ ଠିକ ନୁହେଁ । ନଚେତ୍ ଆପଣ ଅନିଦ୍ରାର ଶିକାର ହୋଇପାରନ୍ତି।
କିଛି ଲୋକ, ଯଦି ରାତିରେ ପର୍ଯ୍ୟାପ୍ତ ନିଦ ନ ପାଆନ୍ତି, ତେବେ ଏହାକୁ ପୂରଣ କରିବା ପାଇଁ ଦିନରେ କିଛି ଘଣ୍ଟା ଶୋଇଯାଆନ୍ତି। ଏହି ଅଭ୍ୟାସ ମଧ୍ୟ ଠିକ୍ ନୁହେଁ, କାରଣ ଦିନରେ ଶୋଇବା ପରେ, ଆପଣ ପୁଣି ରାତିରେ ଠିକ୍ ସମୟରେ ଶୋଇପାରିବେ ନାହିଁ ଏବଂ ଏହି ପ୍ରଣାଳୀ ଚାଲିବ।

ଯଦି ଆପଣ କେବେ ଦିନରେ ଶୋଇବା ଆବଶ୍ୟକ ମନେ କରନ୍ତି, ତେବେ କେବଳ 20 ମିନିଟ୍ ନିଦ ନିଅନ୍ତୁ, ଯାହା ଆପଣଙ୍କୁ ସତେଜ ରଖିବ। ନଚେତ ଦିନରେ ଅଧିକ ସମୟ ଶୋଇବା ଦ୍ବାରା ରାତିରେ ନିଦ ହୁଏ ନାହିଁ।

କାହିଁକି ଶୋଇବା ଜରୁରୀ: ଠିକ ସମୟରେ ଶୋଇବା ଦ୍ବାରା ଶରୀରେ ସନ୍ତୁଳନ ଠିକ ରୁରହେ। ମସ୍ତିଷ୍କ ଠିକ ଭାବେ କାମ କରିଥାଏ। ଦେହ ଓ ମନ ସୁସ୍ଥ ରୁହେ । କାମରେ ଧ୍ୟାନ ବଢିଥାଏ। ଚିନ୍ତାରୁ ଆରାମ ମିଳେ। ଏହିପରି ଆହୁରୀ ଅନେକ ଉପକାର ହୋଇଥାଏ । ବେଳେବେଳ ନିଦ ପୂରଣ ନ ହେଲେ ବିରକ୍ତ ଅନୁଭବ କରିଥାଏ । ଏଣୁ ଶରୀର ପାଇଁ ଖାଇବା ପରି ନିଦ ନିହାତି ଜରୁରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+