ମୃତ୍ୟୁ ପରେ କୁଆଡେ ଯାଏ ଆତ୍ମା ? କଣ ଆତ୍ମାର ଜନ୍ମ-ମୃତ୍ୟୁ ଅଛି ?
ଜନ୍ମ ଅଛି ମାନେ ମରଣ ନିଶ୍ଚିତ । ଆଉ ସଂସାର ଏମିତି ହିଁ ଚାଲିଛି । ସେଥିପାଇଁ ଶାସ୍ତ୍ରରେ ମୃତ୍ୟୁକୁ ଏକ ପରିବର୍ତ୍ତନଶୀଳ ସତ୍ୟ କୁହାଯାଏ ।
ଦୁନିଆରେ ଜନ୍ମ ହେବା ହିଁ ମୃତ୍ୟୁ ପରେ ବ୍ୟକ୍ତିକୁ ମୋକ୍ଷ ମିଳେ । ପ୍ରତ୍ୟେକ ମଣିଷ ଯେତେ ପାପ କର୍ମ କରିଥିଲେ ମଧ୍ୟ ଧାର୍ମିକ ସ୍ଥାନକୁ ଯାତ୍ରା କରିଲେ ମୃତ୍ୟୁ ପରେ ମୋକ୍ଷ ମିଳିଥାଏ ବୋଲି ଆମର ବିଶ୍ୱାସ ରହିଛି ।
ଜନ୍ମ ମାନେ ମୃତ୍ୟୁ । ଆଉ ତା ପରେ ପରଂବ୍ରହ୍ମଙ୍କ ସହ ମିଳନ । ଏମିତି ଚାଲିଛି ଏହି ସଂସାର । ହେଲେ ମଣିଷ ଜୀବନର ସବୁଠାରୁ ବଡ଼ ସତ ହେଉଛି ମୃତ୍ୟୁ । ମୃତ୍ୟୁ ହିଁ ଶତ । ଆଦି ଅଛି ମାନେ ଅନ୍ତ ବି ଅଛି । ଯିଏ ଜନ୍ମ ହୋଇଛି ତାର ମୃତ୍ୟୁ ହୋଇଛି ।
ହେଲେ ଆତ୍ମା ଅମର । ଆତ୍ମାର ମୃତ୍ୟୁ ନାହିଁ କି ଅନ୍ତ ବି ନାହିଁ। ମୃତ୍ୟୁ ପରେ ଆତ୍ମା ଅନ୍ୟ ଶରୀରରେ ପ୍ରବେଶ କରେ ଏବଂ ନୂଆ ରୂପ ଧାରଣ କରେ । ତେବେ ଏହାକୁ ନେଇ ବୈଜ୍ଞାନିକଙ୍କ ମତ କିଛି ଅଲଗା ।
କିଛି ବର୍ଷ ପୂର୍ବେ ଜନ୍ ହପକିନ୍ସ ବିଶ୍ବବିଦ୍ୟାଳୟର ପ୍ରଫେସର ଡକ୍ଟର ସଚନ୍ କାରୋଲ କହିଥିଲେ ଯେ ଆତ୍ମା ଭଳି କିଛି ନାହିଁ । ଯଦି ଜଣେ ବ୍ୟକ୍ତି ମରିଯାଏ, ତେବେ ତାଙ୍କର ଚେତନା ଏହି ବ୍ରହ୍ମାଣ୍ଡରେ ରହିପାରିବ ନାହିଁ ।

ତେବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠେ ମୃତ୍ୟୁ ପରେ ଆତ୍ମା କେଉଁଠିକୁ ଯାଏ ? ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ଜଣେ ମହିଳା । ସେ କହିଛନ୍ତି ତାଙ୍କୁ ଜ୍ଞାତ ଅଛି ମୃତ୍ୟୁ ପରେ ଆତ୍ମା କେଉଁ ଆଡ଼େ ଯାଏ ଏବଂ କଣ କରେ । ମହିଳା ଜଣଙ୍କ ଦାବି କରିଛନ୍ତି ଯେ ସେ ପ୍ରତିଦିନ ମୃତ ବ୍ୟକ୍ତିଙ୍କ ସହ କଥା ହୁଅନ୍ତି ।
ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁସାରେ, କାଲିଫର୍ଣ୍ଣିଆର ବାସିନ୍ଦା ଏମିଲି ଡେକ୍ସଟର୍ ଦାବି କରି କହିଛନ୍ତି, ମୃତ୍ୟୁ ପରେ ଆମର ଆତ୍ମା ସପ୍ତାହେ କିମ୍ବା ଦୁଇ ସପ୍ତାହ ପର୍ଯ୍ୟନ୍ତ ଆମର ମୃତ ପ୍ରିୟଜନଙ୍କ ସହିତ ରହିଥାଏ
। ତା'ପରେ ଆତ୍ମାକୁ ଏପରି ଏକ ସ୍ଥାନକୁ ନିଆଯାଏ ଯେଉଁଠାରେ ତାଙ୍କୁ ବହୁତ ଯନ୍ତ୍ରଣା ଭୋଗିବାକୁ ପଡ଼େ ।
ଯନ୍ତ୍ରଣା ଭୋଗିବା ପରେ ଆତ୍ମା ଏକ ନୂଆ ରାସ୍ତାରେ ଗତିଶୀଳ ହୁଏ । ଏହି ସମୟ ମଧ୍ୟରେ ଯଦି ଆପଣଙ୍କ ପରିବାରର କେହି ଦେହାନ୍ତ ହୋଇଯାଆନ୍ତି ତେବେ ତାଙ୍କୁ ମାର୍ଗଦର୍ଶନ କରନ୍ତି ଯନ୍ତ୍ରଣା ଭୋଗି ସାରିଥିବା ଆତ୍ମା ।
ଏହା ପରେ ଆତ୍ମା ଅନ୍ୟ ଏକ ଶରୀର ନେଇଥାଏ। ଡେକ୍ସଟର୍ କହିଛନ୍ତି, ' ମୁଁ ନିଜ ରୁମ୍ରେ ମୋର ମୃତ ସମ୍ପର୍କୀୟଙ୍କୁ ଦେଖିଛି। ଏପରି ଘଟଣା ବାରମ୍ବାର ଘଟୁଥିବାରୁ ମୋତେ ଏହି ସବୁ ଘଟଣା ସମାନ୍ୟ ଲାଗେ।












Click it and Unblock the Notifications