ଆପଣ ଘୁଙ୍ଗୁଡ଼ି ମାରୁଛନ୍ତି କି? ଜାଣନ୍ତୁ ଏହାର ପ୍ରତିକାର.....
ସାଧାରଣତଃ ଅନେକଙ୍କର ଘୁଙ୍ଗୁଡ଼ି ମାରିବାର ଅଭ୍ୟାସ ରହିଥାଏ। କିଛି ବ୍ୟକ୍ତି ନିୟମିତ ଭାବେ ଘୁଙ୍ଗୁଡ଼ି ମାରିଥିବା ବେଳେ କିଛି ବେଳେବେଳେ ମାରିଥାନ୍ତି। ଅନେକ ବ୍ୟକ୍ତିଙ୍କ ଘୁଙ୍ଗୁଡ଼ିରେ ଶବ୍ଦରେ ତାଙ୍କ ପାଖରେ ଶୋଇଥିବା ବ୍ୟକ୍ତିଙ୍କର ମଧ୍ୟ ନିଦ ଖରାପ ହୋଇଯାଇଥାଏ। ତେବେ ଘୁଙ୍ଗୁଡ଼ିର କାରଣ ଅନେକ ଥିବା ସହ ଏହାର ଉପଚାର ମଧ୍ୟ ଅନେକ ରହିଛି।
ଶୋଇଥିବା ସମୟରେ ବ୍ୟକ୍ତିର ଅଜଣାତରେ ଘୁଙ୍ଗୁଡ଼ିର ଅଦ୍ଭୁତ ଶବ୍ଦ ବହାରିଥାଏ। ଆପଣଙ୍କ ଶରୀରକୁ ଅମ୍ଳଜାନ ଯାଉଥିବା ରାସ୍ତାର ସଙ୍କୋଚନ ଘୁଙ୍ଗୁଡ଼ିର ମୁଖ୍ୟ କାରଣ ହୋଇଥାଏ। ଏହାଦ୍ୱାରା ଗଳାର ପଛଭାଗ ସଙ୍କୁଚିତ ହୋଇଯାଇଥାଏ, ଯଦ୍ୱାରା ଅମ୍ଳଜାନ ସଙ୍କୁଚିତ ବାଟ ଦେଇ ଶରୀର ମଧ୍ୟକୁ ଯାଇଥାଏ। ଏହାଦ୍ୱାରା ଆଖପାଖର ଟିସୁ ମାନଙ୍କରେ କମ୍ପନ ସୃଷ୍ଟି ହୋଇଥାଏ ଓ ଏଥିରୁ ଶବ୍ଦ ବାହାରିଥାଏ। ତେବେ ଆସନ୍ତୁ ଜାଣିବା ଘୁଙ୍ଗୁଡ଼ିକୁ ରୋକିବାର ଉପାୟ :

ଗଳାରେ ଚର୍ବି ବୃଦ୍ଧି ହେବା ଦ୍ୱାରା ମଧ୍ୟ ବ୍ୟକ୍ତି ଘୁଙ୍ଗୁଡ଼ି ମାରିଥା'ନ୍ତି। କାରଣ ଚର୍ବି ବୃଦ୍ଧିହେବା ଦ୍ୱାରା ଗଳା ଦେଇ ଶରୀରକୁ ଯାଉଥିବା ବାୟୁ ଗଳାର ଟିସୁରେ କମ୍ପନ ସୃଷ୍ଟି କରିଥା'ନ୍ତି।
୨. ମଦ୍ୟପାନ ବର୍ଜନ କରନ୍ତୁ -
କିଛି ଲୋକ ମଦ ପିଇବା ଦ୍ୱାରା ଘୁଙ୍ଗୁଡ଼ି ମାରିଥା'ନ୍ତି। ତେଣୁ ଶୋଇବାର ଦୁଇରୁ ତିନି ଘଣ୍ଟା ପୂର୍ବରୁ ମଦ୍ୟପାନ କରନ୍ତୁ ନାହିଁ।
୩. ଯଥା ସମୟରେ ଶୁଅନ୍ତୁ -
ଅସମୟରେ ଶୋଇବା ଦ୍ୱାରା ମଧ୍ୟ ଘୁଙ୍ଗୁଡ଼ି ସମସ୍ୟା ଉପୁଜିଥାଏ। ସେଥିପାଇଁ ପ୍ରତ୍ୟେକଦିନ ଯଥା ସମୟରେ ଓ ୭ ରୁ ୮ ଘଣ୍ଟା ଶୋଇବା ଆବଶ୍ୟକ।
୪. ସର୍ଦ୍ଦି ଓ ଶ୍ୱାସରୋଗର ପ୍ରତିକାର କରନ୍ତୁ -
ସର୍ଦ୍ଦି ଓ ଶ୍ୱାସରୋଗୀ ମାନେ ମଧ୍ୟ ଘୁଙ୍ଗୁଡ଼ି ମାରିଥା'ନ୍ତି, କାରଣ ସେମାନଙ୍କ ଶ୍ୱାସନଳୀ ସଙ୍କୁଚିତ ହୋଇ ଯାଇଥାଏ ଯଦ୍ୱାରା ଗଳାରୁ ଶବ୍ଦ ବହାରିଥାଏ।
୫. ସୁସ୍ଥ ଜୀବନଶୈଳୀ ଆପଣାନ୍ତୁ -
ଅସୁସ୍ଥ ଓ ଅନିୟମିତ ଜୀବନଶୈଳୀ ମଧ୍ୟ ଘୁଙ୍ଗଡ଼ିର ଏକ କାରଣ ହୋଇଥାଏ। ଅସମୟରେ ଖାଇବା, ଠିକ୍ ଭାବେ ବିଶ୍ରାମ ନନେବା, ସିଗାରେଟ୍ ଟାଣିବା ଆଦି ବଦଅଭ୍ୟାସ ଦ୍ୱାରା ବ୍ୟକ୍ତି ଘୁଙ୍ଗଡ଼ିର ଶୀକାର ହୋଇଥାଏ।












Click it and Unblock the Notifications