ପିଉଛନ୍ତି କି ଥଣ୍ଡା ପାଣି? ହୋଇଯାଆନ୍ତୁ ସାବଧାନ! ନଚେତ୍...
ଜଳ ହିଁ ଜୀବନ। ଆଉ ଖରାଦିନେ ସାଧାରଣତଃ ଜଳର ଆବଶ୍ୟକତା ଅଧିକ ରହିଥାଏ। ଘର ହେଉ ଅବା ବାହାରେ, ପାଖରେ ପାଣି ଥିଲେ ଖରାର ପ୍ରକୋପକୁ ଡର ନଥାଏ। ବେଳେବେଳେ ଅତ୍ୟଧିକ ଗରମ ଯୋଗୁ ଆମେ ଥଣ୍ଡା ପାଣି ପିଇବାକୁ ଭଲପାଉ। ହେଲେ ଥଣ୍ଡା ପାଣି ଯେ ଶରୀର ପାଇଁ କେତେ କ୍ଷତିକାରକ ତାହା ଆମେ କେବେ ଚିନ୍ତା କରି ନ ଥାଉ। ଆସନ୍ତୁ ଜାଣିବା ଥଣ୍ଡା ପାଣି ପିଇବା ଦ୍ୱାରା ଆମ ଶରୀରରେ କଣ ସବୁ କ୍ଷତି ହୋଇଥାଏ।
୧- ଥଣ୍ଡା ପାଣି ହୃଦୟର ଗତି କୁ କମ୍ କରିବା ସହ ଭାଗସ ନର୍ଭକୁ ପ୍ରଭାବିତ କରିଥାଏ। ଯାହାଦ୍ୱାରା ହୃଦୟର ଗତି କମ ହୋଇଯ଼ାଇଥାଏ। .
୨- ଥଣ୍ଡା ପାଣି ପେଟ ଜନିତ ସମସ୍ୟାକୁ ବଢାଇବା ସହ ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟିକରେ।
୩- ଥଣ୍ଡା ପାଣି ପିଇବା ଦ୍ୱାରା ଶରୀର ଦୁର୍ବଳ ହୋଇଯାଇଥାଏ। ଏହାସହ ପେଟ ଜନିତ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ।

୪- ଥଣ୍ଡା ପାଣି ପିଇବା ଦ୍ୱାରା ଗଳା ଖରାପ ହେବା ସହ ଶ୍ୱାସନଳୀରେ ମ୍ୟୁକ୍ସା ନାମକ ଏକ ସୁରକ୍ଷା ସ୍ତର ଜମା ହୋଇଯ଼ାଏ, ଯାହା ଗଳାକୁ ଖରାପ କରିଥାଏ।
୫- ଥଣ୍ଡା ପାଣି ଖାଦ୍ୟରୁ ମିଳୁଥିବା ପୃଷ୍ଟିକର ଅଂଶ ଉପରେ ପ୍ରଭାବ ପକାଇଥାଏ। ସାଧାରଣତଃ ମନୁଷ୍ୟ ଶରୀରରେ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ ରହିଥାଏ। ହେଲେ ଥଣ୍ଡା ପାଣି ପିଇବା ଫଳରେ ଶରୀରର ତାପମାତ୍ରା କମିବା ଦ୍ୱାରା ଅନେକ ସମସ୍ୟା ଦେଖା ଦେଇଥାଏ ।












Click it and Unblock the Notifications