ମଧୁମେହ ରୋଗୀଙ୍କ ପାଇଁ ପିଜୁଳିର ଉପକାରିତା କଣ ରହିଛି ?

ମଧୁମେହ ରୋଗୀଙ୍କ ପାଇଁ ସବୁଠୁ ବଡ଼ ସମସ୍ୟା ହେଉଛି ଖାଦ୍ୟରେ କଟକଣା। ମଧୁମେହ ହେଲେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇବାକୁ ବାରଣ କରାଯାଏ। ତେଣୁ ସେମାନେ ଅନେକ ପରିବା ଓ ଫଳଠୁ ଦୂରେଇ ରୁହନ୍ତି। କିନ୍ତୁ ଜାଣନ୍ତି କି ମଧୁମେହ ହୋଇଥିଲେ ପିଜୁଳି ବି ଖାଇପାରିବେ। ଏଥିରେ ଥିବା ପଷୋକ ତତ୍ତ୍ୱ ମଧୁମେହ ରୋଗୀଙ୍କ ପାଇଁ ସ୍ୱାସ୍ଥ୍ୟକର ହୋଇ ଥିବାବେଳେ ଏହା ରକ୍ତ ଶର୍କରା ସ୍ତରକୁ ବୃଦ୍ଧି କରିନଥାଏ।

ତେଣୁ ମଧୁମେହ ରୋଗୀଙ୍କୁ ବିଭିନ୍ନ ଫଳ ଖାଇବାକୁ ବାରଣ କରାଯାଉ ଥିଲେ ମଧ୍ୟ ସେମାନେ ପିଜୁଳି ଖାଇପାରିବେ। କିନ୍ତୁ ଅତ୍ୟଧିକ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ। ତେବେ ଦିନକୁ କେତେ ପିଜୁଳି ଖାଇବା ଠିକ୍, ଜାଣନ୍ତୁ...

ପିଜୁଳିକୁ ପୋଷକ ତତ୍ତ୍ୱ ଦୃଷ୍ଟିରୁ ଆପଲଠାରୁ ଉତ୍ତମ ଭାବେ ବିବେଚନା କରାଯାଏ। ଶୀତଦିନରେ ପିଜୁଳି ପ୍ରଚୁର ପରିମାଣରେ ମିଳିଥାଏ। ପ୍ରଚୁର ମିଳେ ବୋଲି ଏକା ସାଙ୍ଗରେ ଅଧିକ ଖାଇବା ଆଦୌ ଉଚିତ୍ ନୁହେଁ, ଦିନକୁ ଗୋଟିଏ ପିଜୁଳି ଖାଇବା ସ୍ୱାସ୍ଥ୍ୟ ପାଇଁ ଉପକାରୀ।

What are the benefits of guava for diabetics

ମଧୁମେହ ରୋଗୀଙ୍କ ପାଇଁ ପିଜୁଳିର ଉପକାରିତା
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ପିଜୁଳିରେ ଗ୍ଲାଇସେମିକ୍ ଇଣ୍ଡେକ୍ସ 12-24 ମଧ୍ୟରେ ଥାଏ। ଏହା ବ୍ୟତୀତ ଅନେକ ଭିଟାମିନ ମଧ୍ୟ ମିଳିଥାଏ, ଯାହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ। ପିଜୁଳିରେ ଭିଟାମିନ୍ ସି, ଫାଇବର, ଆଇରନ, ପୋଟାସିୟମ, ଲାଇକୋପିନ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ମିଳିଥାଏ, ଏହି କାରଣରୁ ପିଜୁଳି ଖାଇବା ଦ୍ୱାରା ରକ୍ତରେ ଶର୍କରା ନିୟନ୍ତ୍ରଣ ହୋଇଥାଏ। ଏହା ବ୍ୟତୀତ ପିଜୁଳି ଖାଇବା ଦ୍ୱାରା ଓଜନ କମିଥାଏ ଏବଂ ଶରୀରରେ ଇନସୁଲିନ ପ୍ରତିରୋଧକ ଉନ୍ନତ ହୋଇଥାଏ।

କେତେବେଳେ ପିଜୁଳି ଖାଇବା ଉଚିତ୍?
ମଧୁମେହ ରୋଗୀମାନେ ଦିନକୁ ଗୋଟିଏ ବଡ଼ ପିଜୁଳି ଖାଇପାରିବେ। ଅନ୍ୟ ସମୟ ଅପେକ୍ଷା ସକାଳେ ପିଜୁଳି ଖାଇବା ଅଧିକ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହା ଦିନସାରା ବ୍ଲଡ ସୁଗାର (ରକ୍ତ ଶର୍କରା)କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ସକାଳେ ଖାଲି ପେଟରେ ପିଜୁଳି ଖାଇବା ଦ୍ୱାରା ପେଟ ଏବଂ ହଜମ ସମ୍ବନ୍ଧୀୟ ସମସ୍ୟାରୁ ମଧ୍ୟ ମୁକ୍ତି ମିଳେଏ। ଏହା କୋଷ୍ଠକାଠିନ୍ୟରୁ ମଧ୍ୟ ମୁକ୍ତି ଦେଇଥାଏ।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+