ବର୍ଷା ଦିନେ କେଉଁ ପରିବା ଖାଇଲେ କଣ ଲାଭ ହେବ ?

ସାଧାରଣତଃ ଅଧିକାଂଶଙ୍କୁ ବର୍ଷା ଦିନ ବେଶ୍‌ ପସନ୍ଦ। ଏହି ଋତୁରେ ଅନେକ ଲୋକ ଚଟ୍‌ପଟା ଖାଦ୍ୟ ଖାଇବାକୁ ଭଲ ପାଆନ୍ତି। ହେଲେ ଆପଣ ଜାଣନ୍ତି କି ବର୍ଷା ଦିନେ ଖାଦ୍ୟପେୟରେ ସାମାନ୍ୟ ଅସାବଧାନତା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ। ବର୍ଷା ଦିନେ ବଜାରରେ ଭଳିକି ଭଳି ପନିପରିବା ବିକ୍ରି ହୁଏ। ହେଲେ ଆମକୁ ଭାବି ବିଚାରି ସେହି ସବୁ ପରିବା ଖାଇବା ଆବଶ୍ୟକ। ନଚେତ୍‌ ଏହି ପନିପରିବା ଖାଇବା ଅସୁସ୍ଥତାର କାରଣ ହୋଇପାରେ। ତେବେ ଆସନ୍ତୁ ଜାଣିବା ବର୍ଷା ଋତୁରେ କେଉଁ ପରିବା ଖାଇବା ଉଚିତ୍‌।

କାକୁଡ଼ି : କାକୁଡ଼ି ଏପରି ଏକ ପରିବା ଯାହାକୁ ବର୍ଷା ଦିନେ ମଧ୍ୟ ଖାଇ ହେବ। ଏହାକୁ ସାଲାଡ୍‌ କିମ୍ୱା ସାଣ୍ଡୱିଚ୍‌ ମାଧ୍ୟମରେ ଖାଇପାରିବେ। ଏହା ଖାଇବା ଦ୍ୱାରା ଶରୀରରେ ଜଳୀୟ ଅଂଶର ଅଭାବ ଦେଖାଯାଇନଥାଏ।

benefits of eating on a rainy day

ଭେଣ୍ଡି : ବର୍ଷା ଦିନେ ଭେଣ୍ଡି ଖାଇବା ଅତ୍ୟନ୍ତ ଲାଭଦାୟକ। ଏହା ଖାଇବା ଦ୍ୱାରା ଶରୀରରେ କଲେଷ୍ଟ୍ରୋଲ୍‌ ନିୟନ୍ତ୍ରଣରେ ରହିଥାଏ। ଏହା ବ୍ୟତୀତ ଭେଣ୍ଡି ଖାଇବା ଦ୍ୱାରା ଆଖି ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ। କେବଳ ଏତିକି ନୁହେଁ ଏହାକୁ ଖାଇବା ଦ୍ୱାରା ହାଡ଼ ମଧ୍ୟ ମଜବୁତ୍ ରୁହେ।

ଲାଉ: ଲାଉ ଖାଇବା ସ୍ୱାସ୍ଥ୍ୟ ପ୍ରତି ବେଶ୍‌ ଲାଭଦାୟକ। ଏହା ଦ୍ୱାରା ଆମ ହଜମ ପକ୍ରିୟା ଭଲ ହୋଇଥାଏ। ଲାଉରେ ପ୍ରଚୁର ମାତ୍ରାରେ ଆଇରନ୍‌, ଭିଟାମିନ୍‌-ବି ଓ ଭିଟାମିନ୍‌-ସି ରହିଥାଏ ଯାହା ବର୍ଷା ଦିନେ ଶରୀରକୁ ଇନ୍‌ଫକ୍ସନ୍‌ରୁ ରକ୍ଷା ଦିଏ।

କଲରା: ବର୍ଷା ଦିନେ କଲରା ଖାଇବା ସବୁଠୁ ଅଧିକ ଲାଭଦାୟକ ହୋଇଥାଏ। ଏହା ଦ୍ୱାରା ଶରୀରକୁ ଅସଂଖ୍ୟ ତଥା ଅଗଣିତ ଲାଭ ମିଳେ । କଲରାରେ ପ୍ରଚୁର ପରିମାଣରେ ଭିଟାମିନ୍‌-ସି ରହିଛି। ବିଶେଷ କରି ଏହାକୁ ଖାଇବା ଦ୍ୱାରା ମା'ମାନଙ୍କ ଶରୀର ଫିଟ୍ ରହିଥାଏ। ଏହାସହ ଏଥିରେ ଥିବା ଆଣ୍ଟିଭାଇରାଲ୍ ଗୁଣ, ବର୍ଷା କାରଣରୁ ବ୍ୟାପୁଥିବା ଇନ୍‌ଫେକ୍ସନରୁ ଆମ ଶରୀରକୁ ରକ୍ଷା କରେ।

ଟିଣ୍ଡା: ଟିଣ୍ଡାରୁ ଅନେକ ପ୍ରକାରର ବ୍ୟଞ୍ଜନ କରାଯାଇଥାଏ। ଏଥିରୁ ଶରୀରକୁ ଅନେକ ଲାଭ ମିଳେ। ଏହାସହ ଏଥିରେ ଥିବା ଆଣ୍ଟି-ଇନଫ୍ଲାମେଟୋରୀ ଦ୍ୱାରା ଶରୀରରେ ହେଉଥିବା ଜଳା-ପୋଡାରୁ ମୁକ୍ତି ଦିଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+