ଆପଣ ମହୁ ସହ ଏହିସବୁ ଜିନିଷ ଖାଉଛନ୍ତି କି? ତେବେ ହୋଇ ଯାଆନ୍ତୁ ସାବଧାନ
ମହୁ ସ୍ୱାସ୍ଥ୍ୟ ପାଇଁ ଅଧିକ ଉପକାରୀ ହୋଇଥିବା ବେଳେ, ଥଣ୍ଡା ଲାଗି ବରଦାନ ସଦୃଶ ହୋଇଥାଏ । ଥଣ୍ଡା ସମୟରେ ତୁଳସୀପତ୍ରରେ ମହୁ ମିଶାଇ ସେବନ କଲେ ଥଣ୍ଡା କଟିଥାଏ । ତେବେ ଏପରି କେତେକ ଜିନିଷ ଅଛି ଯେଉଁଥିରେ ମହୁ ମିଶାଇ ସେବନ କରିବା ଫଳରେ କ୍ଷତି ଘଟିଥାଏ । ଜାଣନ୍ତୁ ସେ ସମ୍ପର୍କରେ...
ଗରମ ଜିନିଷ: ମହୁ ଗରମ ହୋଇଥିବାରୁ ଏହାକୁ ଗରମ ଜିନିଷ ସହ ଖାଇବା ଅନୁଚିତ । ଏହା କରିବା ଫଳରେ ପେଟ ଗରମ ହୋଇଯାଇଥାଏ ।
ମୂଳା: ମୂଳା ସହିତ ଏହାକୁ ଖାଇବା ଭୟଙ୍କର ହୋଇଥାଏ । ଏଥିରେ ଶରୀରରେ ଟକ୍ସିନ୍ ବଢ଼ିଥାଏ । ଯାହା ଶରୀରର ଅଙ୍ଗକୁ କ୍ଷତି ପହଞ୍ଚାଇଥାଏ ।

ଚାହା, କଫି: ଶର୍ଦ୍ଦି ସମୟରେ ଅନେକ କହିଥାନ୍ତି ଚା କିମ୍ବା କଫି ସହ ମହୁକୁ ମିଶ୍ରଣ କରି ପିଇବାକୁ ମାତ୍ର ଏହା ଠିକ୍ ହୋଇ ନ ଥାଏ ଏପରି କରିବା ଫଳରେ ଶରୀର ତାପମାତ୍ରା ବଢ଼ିଥାଏ ।
ଗରମ ପାଣି: ଅନେକ ଓଜନ କମ୍ କରିବା ପାଇଁ ଗରମ ପାଣିରେ ମହୁ ମିଶାଇ ପିଇଥାନ୍ତି । ମାତ୍ର ଏପରି କରିବା ଫଳରେ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ ।












Click it and Unblock the Notifications