ଖରା ଦିନରେ ଅମୃତଭଣ୍ତା ଖାଇବା ଦ୍ୱାରା କ'ଣ ଫାଇଦା ହୋଇଥାଏ
Summer Fruits: ଖରା ଦିନରେ ଶରୀରକୁ ହାଇଡ୍ରେଟ୍ ରଖିବା ଉଚିତ । ଶରୀରକୁ ଆବଶ୍ୟକ ଅନୁଯାୟୀ ପାଣି ପିଇବା ସହ ଖାଦ୍ୟରେ ସାମାନ୍ୟ ପରିବର୍ତ୍ତନ ମଧ୍ୟ କରବା ଉଚିତ । ଗ୍ରୀଷ୍ମ ଋତୁରେ ଅଧିକ ଫଳ ଖାଇବା ଉଚିତ । ଯାହା ଆମକୁ ଖରା ଦିନରେ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।
ତରଭୁଜ: ତରଭୁଜରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ତରଭୁଜରେ ମିଳୁଥିବା ଭିଟାମିନ୍ ଏ ଏବଂ ବିଟା-କେରୋଟିନର ସ୍ତର ତ୍ୱଚାକୁ ସୁସ୍ଥ ରଖିଥାଏ ଏବଂ କେଶ ବଢାଇବାରେ ମଧ୍ୟ ସାହାଯ୍ୟ କରେ ।

ଆମ୍ବ: ଖରା ଦିନରେ ଆମ୍ବ ଅଧିକ ପରିମାଣରେ ମିଳିଥାଏ । ଆମ୍ବରେ ଭିଟାମିନ୍-ସି ରହିଥାଏ । ଯାହା ଆମ ଆଖି,ତ୍ୱଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ସେହିପରି କୋଲେଷ୍ଟ୍ରଲ୍ କମ କରିବାରେ, ହଜମ ଶକ୍ତି ବଢାଇବା ସହ କ୍ୟାନ୍ସର ପରି ସାଙ୍ଘାତିକ ରୋଗରୁ ମଧ୍ୟ ରକ୍ଷା କରିଥାଏ ।
ଅମୃତଭଣ୍ତା: ଖରାଦିନରେ ଖାଦ୍ୟରେ ଅମୃତଭଣ୍ତା ସାମିଲ କରିବା ଅତ୍ୟନ୍ତ ଜରୁରୀ । କାରଣ ଅଥିରେ ଯଥେଷ୍ଟ ପରିମାଣରେ ଭିଟାମିନ୍-ସି, ଭିଟାମିନ୍-ଏ ରହିଥାଏ । ଯାହା ଇମ୍ୟୁନିଟି ବଢାଇବା ସହ ତ୍ୱଚାକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ । ଅମୃତ ଭଣ୍ତା ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହି ଫଳରୁ ଶରୀରକୁ ଅଧିକ ପରିମାଣର ଫାଇବର ମିଳିଥାଏ ।
କଦଳୀ: କଦଳୀରେ ଭିଟାମିନ୍-ଏ,ବି,ସି,ଏ ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ଭରପୁର ପରିମାଣରେ ଥାଏ । ସେହିପରି କଦଳୀରେ ବି-6 ଏବଂ ଏମିନୋଏସିଡ ମଧ୍ୟ ଥାଏ ଯାହା ଆଣ୍ଟି ଅକ୍ସିଜେଣ୍ଟ । ଖରାଦିନରେ କଦଳୀ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ।












Click it and Unblock the Notifications