ପ୍ରତ୍ୟେକ ଦିନ ପିଅନ୍ତୁ ଉଷୁମ ଲେମ୍ବୁ ପାଣି, ମିଳିବ ଏହି ଫାଇଦା
ଏବେ କେତେକଙ୍କଠାରେ ମେଦବହୁଳତା ସମସ୍ୟା ଦେଖାଯାଉଛି। ପରିବର୍ତ୍ତିିତ ଜୀବନ ଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଏହାର ମୁଖ୍ୟ କାରଣ। ତେବେ ଉଷୁମ ପାଣିରେ ଫାଳେ ଲେମ୍ବୁ ରସ ମିଶାଇ ଦିନରେ ୩-୪ଥର ପିଇଲେ ପେଟ ପାଖରେ ଥିବା ଚର୍ବି କମ୍ ହେବାରେ ଲାଗିଥାଏ।

ଖାଇସାରିବା ପରେ ଅଧଗ୍ଲାସେ ଉଷୁମ ପାଣିରେ ଫାଳେ ଲେମ୍ବ ରସ ମିଶାଇ ପିଇଲେ ଖାଦ୍ୟ ସହଜରେ ହଜମ ହେବା ସହିତ ମେଦବହୁଳତାରୁ ମୁକ୍ତି ମିଳିଥାଏ। ଏପରି ନିୟମିତ କଲେ କୋଲେଷ୍ଟରଲସ୍ତର ମଧ୍ୟ ନିୟନ୍ତ୍ରିତ ହୋଇଥାଏ। ଏହାଦ୍ୱାରା ରକ୍ତସଞ୍ଚାଳନ ସ୍ବାଭାବିକ ହେବା ସହିତ ହାର୍ଟ ଆଟାକ୍ ସମସ୍ୟା ଦୂର ହୋଇଥାଏ।












Click it and Unblock the Notifications