Weight Machine: ୱେଟ୍ ମେସିନ୍‌ରେ ଓଜନ ହେବା ସମୟରେ ଧ୍ୟାନ ଦିଅନ୍ତୁ

ଓଜନ କମାଇବା ସହଜ କଥା ନୁହେଁ। ଏଥିପାଇଁ କେତେ ଡାଏଟ୍ ପାଳନ, ବ୍ୟାୟାମର ଆବଶ୍ୟକତା ପଡ଼ିଥାଏ। ଏସବୁ ପରେ ୱେଟ ମେସିନ୍‌ରେ ଓଜନ ମାପିଲେ ଯଦି କମ୍ ଆସେ ତା' ହେଲେ ଖୁବ୍ ଖୁସି ଲାଗିଥାଏ। ତେବେ ଓଜନ ମାପିବା ସମୟରେ ମଧ୍ୟ କିଛି କଥା ପ୍ରତି ଧ୍ୟାନ ଦେବା ଜରୁରୀ।

ୱେଟ୍ ସ୍କେଲରେ ଛିଡ଼ା ହେବା ପୂର୍ବରୁ ସବୁବେଳେ ନିଜ ପାଖରେ ଏକ ଡାଏରୀ ଏବଂ କଲମ ରଖନ୍ତୁ। ଓଜନ ହୋଇସାରିବା ପରେ ସେଥିରେ କେତେ ଓଜନ ହେଲେ ତାହା ଲେଖନ୍ତୁ। ସପ୍ତାହରେ କିମ୍ବା ମାସରେ ଥରେ ଓଜନ ପରୀକ୍ଷା କରିବା ପରେ ପୂର୍ବର ଓଜନକୁ ତୁଳନା କରନ୍ତୁ। ବାରମ୍ବାର ଏପରି କଲେ ବ୍ୟାୟାମ ପ୍ରତି କିମ୍ବା ଡାଏଟ ପ୍ରତି ସଚେତନ ହେବାଲାଗି ଏହା ପ୍ରେରଣା ଯୋଗାଇବ।

ସବୁବେଳେ ସକାଳ ସମୟରେ ଓଜନ ହୁଅନ୍ତୁ। କାରଣ ସକାଳୁ ଉଠିବା ସମୟରେ ଆପଣଙ୍କର ପୂରା ଶରୀର ତାଜା ରହିଥାଏ। ରାତିସାରା ଶୋଇବା ଯୋଗୁଁ ଶରୀର ଆରାମଦାୟକ ସ୍ଥିତିରେ ଥାଏ। ଖାଦ୍ୟ ହଜମ କରିବାକୁ ତାକୁ ପୂରା ସମୟ ମିଳିଥାଏ। ଏପରିସ୍ଥଳେ ସକାଳେ ଓଜନ ହେଲେ ଠିକ୍ ଓଜନ ଜଣାପଡ଼ିଥାଏ।

Weight Machine

ଯଦି ଆପଣ ଓଜନ କମାଇବାର ପ୍ରକ୍ରିୟା ଆରମ୍ଭ କରିଥାନ୍ତି ତା' ହେଲେ ବାରମ୍ବାର ଓଜନ ଯାଞ୍ଚ କରିବା ଆପଣଙ୍କ ପାଇଁ ଖୁବ୍ ଆବଶ୍ୟକ। ତା' ବୋଲି ଆପଣ ଯେ ସବୁଦିନ ଓଜନ ଯାଞ୍ଚ କରିବେ ତାହା ଠିକ୍ ନୁହେଁ। ଫିଟନେସ୍ ବିଶେଷଜ୍ଞମାନଙ୍କ ଅନୁସାରେ ସପ୍ତାହରେ ଥରେ ଓଜନ ଯାଞ୍ଚ କଲେ ତାହା ଯଥେଷ୍ଟ। ସେହିପରି ଭିନ୍ନ ଭିନ୍ନ ମେସିନ୍‌ରେ ଓଜନ ନ ମାପି ନିର୍ଦ୍ଦିଷ୍ଟ ମେସିନ୍‌ରେ ଓଜନ ମାପନ୍ତୁ।
ଓଜନ ମାପିବା ସମୟରେ ଜିମ୍‌ର ଉପକରଣ ଯେପରିକି ଓଜନିଆ ଜୋତା, ଗ୍ଲୋଭସ, ପ୍ୟାଡ୍, ମୋଟା ଟାୱେଲ ପ୍ରଭୃତିକୁ ଖୋଲି ଦିଅନ୍ତୁ। ଏହାଦ୍ୱାରା ଓଜନ ୨-୩ କିଲୋ ଅଧିକ ଦେଖାଇଥାଏ।
ଓଜନ ମାପିବା ସମୟରେ ସିଧା ହୋଇ ଛିଡ଼ା ହେବା ଖୁବ୍ ଜରୁରୀ। ଏହାଦ୍ୱାରା ପ୍ରକୃତରେ ଶରୀରର ଓଜନ କେତେ ତାହା ଜଣାପଡ଼େ। ବଙ୍କା ହୋଇ ଛିଡ଼ା ହେଲେ ଓଜନ ଏପଟସେପଟ ହୋଇଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+