ହୋଲିରେ ପିନ୍ଧନ୍ତୁ ଏପରି ଡ୍ରେସ୍, ରଙ୍ଗ ଖେଳିବା ସମୟରେ ଧ୍ୟାନରେ ରଖନ୍ତୁ ଏହି ଜିନିଷ
Holi 2025: ୧୪ ମାର୍ଚ୍ଚରେ ସାରା ଦେଶରେ ପାଳନ କରାଯିବ ହୋଲି । ଲୋକଙ୍କ ମଧ୍ୟରେ ହୋଲିକୁ ନେଇ ଏକ ଭିନ୍ନ କ୍ରେଜ୍ ରହିଛି । ତେବେ ଅନେକ ଲୋକ ହୋଲିରେ କ'ଣ ପିନ୍ଧିବେ କେଉଁ ରଙ୍ଗର ପୋଷାକ ପିନ୍ଧିବେ ସେନେଇ ଅନେକ ମନ ଦ୍ୱନ୍ଦ ସୃଷ୍ଟି ହୋଇଥାଏ ।
ହୋଲିରେ ପତଳା ଡ୍ରେସ ପିନ୍ଧିବା ଉଚିତ୍ । ଫ୍ୟାଶନ ସହ ହୋଲିରେ ଆରାମକୁ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଇଥାଏ ।
ଗୃହିଣୀମାନେ ଶାଢ଼ି ପିନ୍ଧିବା ପସନ୍ଦ କରନ୍ତି କିନ୍ତୁ ହୋଲି ଖେଳିବା ସମୟରେ ସେମାନେ ଏହାକୁ ପିନ୍ଧିବା ଉଚିତ୍ ନୁହେଁ। ମହିଳାମାନେ ସୁଟ୍ ପିନ୍ଧିବା ଉଚିତ। ଶାଢ଼ି ପିନ୍ଧି ହୋଲି ଖେଳିବା ଦ୍ୱାରା ଚାଲିବାରେ ସମସ୍ୟା ହୋଇଥାଏ । ଶାଢ଼ି ବଦଳରେ0 ସୁଟ୍, ଲମ୍ବା ସ୍କର୍ଟ କିମ୍ବା ଜିନ୍ସ-ଟପ୍ ମଧ୍ୟ ପିନ୍ଧି ପାରିବେ ।

ଫିଟିଂ ପୋଷାକ ହୋଲିରେ ପିନ୍ଧନ୍ତୁ ନାହିଁ। ପୋଷାକ ଶରୀରରେ ଲାଗି ରହିବା ଦ୍ୱାରା ଆଲର୍ଜି ସମସ୍ୟା ହୋଇପାରେ। ଏହା ବଦଳରେ, ଢିଲା ଟପ୍, ସାର୍ଟ କିମ୍ବା ସୁଟ୍ ପିନ୍ଧି ପାରିବ ।
ହୋଲି ଖେଳିବା ସମୟରେ ପୋଷାକ ଛିଣ୍ଡିଯିବା କିମ୍ବା ସିଲେଇ ଫିଟିବାର ଭୟ ରହିଥାଏ। ବହୁତ ପୁରୁଣା ପୋଷାକ ପିନ୍ଧିବା ଉଚିତ୍ ନୁହେଁ। ଫୁଲ୍ ଡ୍ରେସ ପିନ୍ଧିବା ପାଇଁ ଚେଷ୍ଟା କରନ୍ତୁ ଏପରି କରିବା ଦ୍ୱାରା ଶରୀରରେ ରଙ୍ଗ କମ୍ ଲାଗିଥାଏ ।












Click it and Unblock the Notifications