Water in Plastic Bottle: ପ୍ଲାଷ୍ଟିକ୍ ବୋତଲରେ ପାଣି ରଖି ପିଉଛନ୍ତି କି ?
ଆମେ ସମସ୍ତେ ପ୍ରାୟ ପ୍ଲାଷ୍ଟିକ୍ ବୋତଲରେ ପାଣି ରଖି ପିଉଛନ୍ତି। ଅନେକ ତ ଏବେ ଆଉ ଗ୍ଲାସ୍ରେ ପାଣି ପିଇବାକୁ ପସନ୍ଦ କରୁ ନାହାନ୍ତି। ତେବେ ବଜାରରେ ମିଳୁଥିବା ପାଣି ଭର୍ତ୍ତି ପ୍ଲାଷ୍ଟିକ୍ ବୋତଲକୁ ଦୀର୍ଘ ଦିନ ଧରି ରଖି ସେଥିରେ ବାରମ୍ବାର ପାଣି ପିଇବା ସୁରକ୍ଷିତ ନୁହେଁ। ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଟଏଲେଟ୍ ସିଟ୍ରେ ଯେତିକି ଜୀବାଣୁ ଥାଆନ୍ତି, ତା'ଠାରୁ ଅଧିକ ଏହି ପ୍ଲାଷ୍ଟିକ ବୋତଲରେ ଥାଆନ୍ତି। Treadmill Reviews ପକ୍ଷରୁ ଏହି ଗବେଷଣା କରାଯାଇଥିଲା। ଗବେଷଣାରୁ ଜଣାପଡ଼ିଥିଲା ଯେ ପ୍ଲାଷ୍ଟିକ୍ ବୋତଲ ଯେତିକି ଜୀବାଣୁ ରହିଥାଆନ୍ତି, ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ଭୟଙ୍କର ରୋଗର କାରଣ ପାଲଟି ଥାଆନ୍ତି।

୧. ଏଥିପାଇଁ ସବୁଠୁ ଭଲ ଉପାୟ ହେଉଛି ପ୍ଲାଷ୍ଟିକ୍ ପାଣି ବୋତଲକୁ ପୁନର୍ବାର ବ୍ୟବହାର କରନ୍ତୁ ନାହିଁ। ଥରେ ବ୍ୟବହାର କରିବା ପରେ ଏହାକୁ ଫିଙ୍ଗି ଦିଅନ୍ତୁ।
୨. ଘରେ ବିପିଏ (BPA) ଫ୍ରୀ ପ୍ଲାଷ୍ଟିକ ବୋତଲ ରଖନ୍ତୁ। ବିପିଏ ହେଉଛି ଏକ ଇଣ୍ଡଷ୍ଟ୍ରିଆଲ୍ କେମିକାଲ ଯାହାକୁ କିଛି ନିର୍ଦ୍ଦିଷ୍ଟ ପ୍ଲାଷ୍ଟିକ୍ ତିଆରି କରିବାରେ ବ୍ୟବହାର କରାଯାଏ। ପଲିକାର୍ବୋନେଟ୍ ପ୍ଲାଷ୍ଟିକ୍ ଆଦିରେ ବିପିଏ ବ୍ୟବହାର କରାଯାଏ। ଏହି ପଲିକାର୍ବୋନେଟ୍ ପ୍ଲାଷ୍ଟିକ୍କୁ ଖାଦ୍ୟ ଓ ପାନୀୟ ପଦାର୍ଥ ରଖିବା ପାଇଁ ତିଆରି କରାଯାଉଥିବା ବୋତଲ ଓ ଡବାରେ ବ୍ୟବହାର କରାଯାଏ।
୩. କାଚ ଅବା ଷ୍ଟେନ୍ଲେସ୍ ଷ୍ଟିଲ୍ରେ ତିଆରି ବୋତଲରେ ପାଣି ପିଇବା ସବୁଠୁ ଭଲ।












Click it and Unblock the Notifications