ଧନୀ ହେବାକୁ ଚାହୁଁଛନ୍ତି କି ?.. ଆପଣାନ୍ତୁ ଏହି ଉପାୟ

ଅଧିକାଂଶ ଲୋକ ଧନ ଉର୍ପାଜନ ପାଇଁ କଠିନ ପରିଶ୍ରମ କରିଥାନ୍ତି। କିନ୍ତୁ ଅଧିକ ପରିଶ୍ରମ କରିବା ସତ୍ତ୍ୱେ ସେମାନେ ଆଶାତୀତ ଉର୍ପାଜନ କରିପାରନ୍ତି ନାହିଁ । ଧନୀ ହେବାକୁ ଚାହୁଁଥିଲେ ଧନୀ ମଧ୍ୟ ହୋଇପାରନ୍ତି ନାହିଁ। ଯେମିତି ଥିଲେ ସେମିତ ହୋଇ ରହିଯାଇଥାନ୍ତି। ଯଦି ଏମିତି ସ୍ଥିତି ଲାଗି ରହିଛି, ତେବେ ଆପଣ ନିଜ ଘରର ବାସ୍ତୁକୁ ଯାଞ୍ଚ କରି ନିଅନ୍ତୁ । ଧୀରେ ଧୀରେ ଆପଣ ଜୀବନ ପରିବର୍ତ୍ତନ ହୋଇଯିବ।

ଆପଣଙ୍କ ଲକର୍‌କୁ ଉତ୍ତର ଦିଗରେ ରଖନ୍ତୁ। କାରଣ ଭଗବାନ କୁବେର ଉତ୍ତର ଦିଗରେ ରହିଥାନ୍ତି। ମନେ ରଖନ୍ତୁ ଆପଣଙ୍କ ଲକର୍‌ ଉପରେ ଆଲୁଅ ଯେପରି ନ ପଡେ। ଆଲୁଅ ପଡିଲେ ବ୍ୟବସାୟର କ୍ଷତି ହେବା ସହ ଆପଣଙ୍କ ଜୀବନରେ ବିଭିନ୍ନ ସମସ୍ୟା ଦେଖାଯାଇଥାଏ। ଘରର ଶିଡ଼ି ଉତ୍ତର-ପୂର୍ବ ଦିଗରେ କରନ୍ତୁ ନାହିଁ। ଫଳରେ ଆର୍ଥିକ ସମସ୍ୟା ଦେଖା ଯିବା ସହ ସ୍ୱାସ୍ଥ୍ୟହାନୀ ଘଟିଥାଏ।ଘରର ଝରକା ସଫା ସୁତରା ରଖିବା ଦରକାର। ଏହା କଲେ ଆପଣ ଉପରେ ଧନଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

money

ଘରର ମୁଖ୍ୟ ଦ୍ୱାରରେ ଲକ୍ଷ୍ମୀ ରହିଥାନ୍ତି। ଆପଣଙ୍କ ଘରର ମୁଖ୍ୟ ଦ୍ୱାରକୁ ସଜାନ୍ତୁ। ଆପଣଙ୍କ ଘରକୁ ଲକ୍ଷ୍ମୀ ଆସିବେ। ଘରର ଦକ୍ଷିଣ- ପଶ୍ଚିମ ଦିଗରେ ଗଛ ଲଗାନ୍ତୁ। ଫଳରେ ଧନ ସମ୍ପତ୍ତ ବୃଦ୍ଧି ହେବ। ଆପଣ ଯଦି ବ୍ୟବସାୟ କରୁଥିବେ, ତେବେ କୌଣସି ସମସ୍ୟା ଆସିବ ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+