ପ୍ରତିଦିନ ଚାଲିଲେ ସୁସ୍ଥ ରହିବ ଶରୀର, ସବୁଠୁ ପ୍ରଭାବଶାଳୀ ହେଉଛି ୧୦ ହଜାର ଷ୍ଟେପ୍ସ
ଭଲ ସ୍ୱାସ୍ଥ୍ୟ ପାଇଁ ପ୍ରତିଦିନ ଚାଲିବାକୁ ପରାମର୍ଶ ଦିଆଯାଇଥାଏ । ପ୍ରତିଦିନ ଚାଲିବା ଦ୍ଵାରା ଆପଣଙ୍କ ଶରୀର ଏବଂ ସ୍ୱାସ୍ଥ୍ୟ ଉପରେ ଅନେକ ସକାରାତ୍ମକ ପ୍ରଭାବ ପଡ଼ିପାରେ । ଆଜିକାଲି ମେଦବହୁଳତା କିମ୍ବା ଓଜନ ବୃଦ୍ଧି ଏକ ସାଧାରଣ ସମସ୍ୟା ହୋଇଗଲାଣି । ଅଧିକାଂଶ ଲୋକ ଏହାକୁ ନେଇ ଚିନ୍ତାରେ ରହୁଛନ୍ତି । ଏପରି ପରିସ୍ଥିତିରେ ଲୋକମାନେ ଓଜନ ହ୍ରାସ କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଆପଣାଉଛନ୍ତି । କିଛି ଲୋକ ଜିମ୍ ରେ ଘଣ୍ଟା ଘଣ୍ଟା ଝାଳ ବୁହାଇ ଓଜନ ହ୍ରାସ କରିବାକୁ ଯାଉଛନ୍ତି ।
ଆଉ କିଛି ଲୋକ ଡ୍ୟାନ୍ସ, ଜୁମ୍ବା, ପାଇଲେଟ୍ସ, ଏରୋବିକ୍ସ ଏବଂ ସାଇକେଲିଂ ଅଭ୍ୟାସ କରି ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଓଜନ ହ୍ରାସ କରିବା ପାଇଁ ଚାଲିବା ସବୁଠୁ ପ୍ରଭାବଶାଳୀ ହୋଇଥାଏ । ପ୍ରାୟତଃ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଆପଣ ଯଦି ୧୦,୦୦୦ ଷ୍ଟେପ୍ସ ଚାଲନ୍ତି କିମ୍ବା ୪୫ ମିନିଟ୍ ପର୍ଯ୍ୟନ୍ତ ଚାଲିବେ, ତେବେ ଆପଣଙ୍କୁ ବହୁତ ଫାଇଦା ମିଳିବ । କିନ୍ତୁ ଆପଣ ପ୍ରତିଦିନ ୪୫ ମିନିଟ୍ ଚାଲିବାର ଲାଭ କଣ ମିଳିବ ଜାଣିଛନ୍ତି କି? ଆମେ ଆପଣଙ୍କୁ ପ୍ରତିଦିନ ୪୫ ମିନିଟ୍ ଚାଲିବାର ଲାଭ ବିଷୟରେ କହିବାକୁ ଯାଉଛୁ ।

ଓଜନ ନିୟନ୍ତ୍ରଣ ଏବଂ ଫ୍ୟାଟ୍ ବର୍ଣ୍ଣ:
ପ୍ରତିଦିନ ୪୫ ମିନିଟ୍ ପର୍ଯ୍ୟନ୍ତ ସ୍ପିଡରେ ଚାଲିବା ଦ୍ବାରା ୧୫୦ ରୁ ୨୫୦ କ୍ୟାଲୋରି ବର୍ଣ୍ଣ କରିପାରିବେ । ଏହା ଓଜନ ହ୍ରାସ କରିବାରେ ଏବଂ ପେଟ ଚର୍ବି ହ୍ରାସ କରିବାରେ ସାହାଯ୍ୟ କରେ ।
ହୃଦୟ ସ୍ୱାସ୍ଥ୍ୟ :
୪୫ ମିନିଟ୍ ର ୱାକ୍ ଆପଣଙ୍କ ହୃଦୟକୁ ମଜବୁତ କରେ, ରକ୍ତଚାପ ଏବଂ କୋଲେଷ୍ଟ୍ରଲ୍ ସ୍ତର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ହୃଦରୋଗ ଏବଂ ଷ୍ଟ୍ରୋକର ଆଶଙ୍କା ମଧ୍ୟ ହ୍ରାସ ହୁଏ ।
ହାଡ଼ ଏବଂ ମାଂସପେଶୀକୁ ମଜବୁତ କରେ:
ନିୟମିତ ଚାଲିବା ଦ୍ବାରା ମାଂସପେଶୀ ମଜବୁତ ହୁଏ ଏବଂ ହାଡ଼ର ଘନତା ବୃଦ୍ଧି ହୁଏ, ଯାହା ଅଷ୍ଟିଓପୋରୋସିସ୍ ର ବିପଦକୁ ହ୍ରାସ କରେ । ପ୍ରତିଦିନ ଚାଲିବା ଦ୍ବାରା ମଧ୍ୟ ହାଡ଼ ମଜବୁତ ହୁଏ ।
ବ୍ଲଡ୍ ସୁଗାର କଣ୍ଟ୍ରୋଲ :
୪୫ ମିନିଟ୍ ଚାଲିବା ଦ୍ବାରା ବ୍ଲଡ୍ ସୁଗାର କଣ୍ଟ୍ରୋଲ ହେବାରେ ସାହାଯ୍ୟ ହୁଏ, ଟାଇପ୍ ୨ ଡାଇବେଟସର ବିପଦ ମଧ୍ୟ ହ୍ରାସ ହୁଏ ।
ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି :
ପ୍ରତିଦିନ ଚାଲିବା ଦ୍ବାରା ଗଣ୍ଠିର କଠିନତା ହ୍ରାସ ହୁଏ, ଯାହା ଦ୍ବାରା ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇ ପାରିବେ ଆପଣ ।
ଇମ୍ୟୁନୋ ସିଷ୍ଟମ :
ସକାଳ ସକାଳୁ ଚାଲିବା ଦ୍ବାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହୁଏ ।
ଚିନ୍ତାରୁ ମୁକ୍ତି :
ଚାଲିବା ଦ୍ୱାରା ଏଣ୍ଡୋର୍ଫିନ୍ ନାମକ ହରମୋନ୍ ବାହାରେ, ଯାହା ମନ ଭିତରେ ଥିବା ଚିନ୍ତା ହ୍ରାସ କରିବାରେ ସାହାଯ୍ୟ କରେ ।
ଚାଲିବା ଦ୍ୱାରା ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇପାରିବ । ଏହା ବ୍ୟତୀତ ଚାଲିବା ଅଭ୍ୟାସ ଅନ୍ତନଳୀ ସ୍ୱାସ୍ଥ୍ୟକୁ ଉନ୍ନତ କରିବାରେ ମଧ୍ୟ ସହାୟକ ହୋଇପାରେ । ଚାଲିବା କେବଳ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ପ୍ରମାଣିତ ହୋଇପାରେ ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications