ସକାଳେ ଖାଲି ପାଦରେ ଚାଲନ୍ତୁ ମିଳିବ ଏହି ସବୁ ଫାଇଦା, ରହିବେ ସୁସ୍ଥ
ସକାଳୁ ଖାଳି ପାଦରେ ଘାସରେ ଚାଲିବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଭଲ ଏହା ତ ସମସ୍ତେ ଜାଣନ୍ତି। କିନ୍ତୁ ଏପରି କଲେ କି ପ୍ରକାର ସ୍ୱାସ୍ଥ୍ୟଗତ ଉନ୍ନତି ହୁଏ ତାହା କେବେ ଚିନ୍ତା କରିଛନ୍ତି? ଯଦି ନୁହେଁ, ତେବେ ଆସନ୍ତୁ ଜାଣିବା ସକାଳର କିଛି ସମୟ ଖାଲି ପାଦରେ ଘାସ ଉପରେ ଚାଲିଲେ ଆମେ ନିଜକୁ କେତେ ସୁସ୍ଥ ରଖିପାରିବା।

ହାଡ଼ ଶକ୍ତ କରେ: ପ୍ରଥମେ ଏହା ଆମ ଶରୀରର ହାଡ଼କୁ ଶକ୍ତ ରଖେ। ଏହାସହ ଆର୍ଥ୍ରାଇଟିସ୍ ପରି ସମସ୍ୟା ହେବାର ଆଶଙ୍କା କମ କରେ। ସକାଳୁ ଚାଲିବାଦ୍ୱାରା ଆମେ ସୂର୍ଯ୍ୟକିରଣରୁ ଭିଟାମିନ୍ 'ଡି' ମଧ୍ୟ ଉତ୍ତମ ରୂପେ ପାଇଥାଉ। ଯାହା ଆମ ଶରୀର ପାଇଁ ଖୁବ୍ ଜରୁରୀ।
ଶକ୍ତି ପ୍ରଦାନ କରେ: ସକାଳେ ଖାଲି ପାଦରେ ଘାସରେ ଚାଲିଲେ ଆମକୁ ଶକ୍ତି ମିଳେ। ବିଶେଷଜ୍ଞଙ୍କ କହିବାନୁଯାୟୀ, ଏପରି କରିବା ସମୟରେ ଆମ ଶରୀର ସକାଳର ସୂର୍ଯ୍ୟ କିରଣରୁ ଦରକାରୀ ଶକ୍ତି ଯାହା ଆମକୁ ଦିନ ସାରା ଫୂର୍ତ୍ତି ଓ ସତେଜ ରଖିବାରେ ସାହାଯ୍ୟ କରେ। ଶରୀର ମାଂସପେଶୀକୁ ଶକ୍ତ ଓ ଶିରାପ୍ରଶିରାକୁ ସୁସ୍ଥ ରଖେ।
ଆକ୍ୟୁପ୍ରେସର କାମ କରେ: ଖାଲି ପାଦରେ ଘାସରେ ଚାଲିବା ଦ୍ୱାରା ପାଦ ଭୂଇଁର ସ୍ପର୍ଶରେ ଆସେ। ଫଳରେ ପାଦରେ ଥିବା ପ୍ରେସର ପଏଣ୍ଟରେ ବାଜି ଏହା ଆକ୍ୟୁପ୍ରେସର ପରି କାମ କରେ। ଏପରି ହେବାଦ୍ୱାରା ଶରୀର ବିଭିନ୍ନ ଛୋଟ ଛୋଟ ରୋଗର ସମସ୍ୟା ଆଉ ରୁହେ ନାହିଁ।
ମସ୍ତିଷ୍କ କୁ ଶାନ୍ତ ରଖେ: ସକାଳର ଶାନ୍ତ ପରିବେଶ, ସତେଜ ପବନ ଓ ହାଲୁକା ସୂର୍ଯ୍ୟ କିରଣ ଉତ୍ତେଜିତ ମସ୍ତିଷ୍କକୁ ଶାନ୍ତ ରଖେ। ଦିନସାରା କାମ କରିବା ପାଇଁ ଅପୂର୍ବ ଶକ୍ତି ଯୋଗାଏ।












Click it and Unblock the Notifications