For Quick Alerts
Turn On Notification  
For Daily Alerts
Oneindia App Download

ଚଳିତ ବର୍ଷ କେବେ ପଡୁଛି ବିଶ୍ୱକର୍ମା ପୂଜା, ଜାଣନ୍ତୁ ପୂଜା ବିଧି

Vishwakarma Puja 2022: ଜାଣନ୍ତୁ ଚଳିତ ବର୍ଷ କେବେ ପଡୁଛି ବିଶ୍ୱକର୍ମା ପୂଜା, ଜାଣନ୍ତୁ ପୂଜା ପଦ୍ଧତି

|

Vishwakarma Puja 2022: ଚଳିତ ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ଅର୍ଥାତ୍ ଶନିବାର ଦିନ ପୂରା ଦେଶରେ ବିଶ୍ୱକର୍ମା ଜୟନ୍ତୀ ପାଳନ କରାଯିବ । ଏହି ଦିନ ଶିଳ୍ପକାରମାନେ ଭଗବାନ ବିଶ୍ୱକର୍ମାଙ୍କ ପୂଜା କରିଥାନ୍ତି । ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କର କୂଳଦେବତା ହେଉଛନ୍ତି ବିଶ୍ୱକର୍ମା । ପ୍ରତ୍ୟକ ବର୍ଷ ଭାଦ୍ରବ ମାସ କନ୍ୟା ସଂକ୍ରାନ୍ତୀ ଦିନ ବିଶ୍ୱକର୍ମାଙ୍କ ପୂଜା କରାଯାଏ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ସେ ସୃଷ୍ଟି ସର୍ଜନା କରିଥିଲେ । ସେ ସକଳ ଶିଳ୍ପକଳାର ଜନକ । ପ୍ରାଚୀନ କାଳରେ ମନ୍ଦିର, ଦେବତାମାନଙ୍କର ପ୍ରସାଦ ଓ ଅସ୍ତ୍ରଶସ୍ତ୍ର ଇତ୍ୟାଦି ନିର୍ମାଣ କରିଥିଲେ ବିଶ୍ୱକର୍ମା ।

Vishwakarma Puja

ବିଶ୍ୱକର୍ମା ପୂଜାର ମହତ୍ୱ
ମାନ୍ୟତା ଅନୁସାରେ ଦୁନିଆର ପ୍ରଥମ ଇଞ୍ଜିନିୟର ଭଗବାନ ବିଶ୍ୱକର୍ମା । ବିଶେଷ କରି ଶିଳ୍ପ କାରଖାନା ମାନଙ୍କରେ ବିଶ୍ୱକର୍ମାଙ୍କର ପୂଜା କରାଯାଇଥାଏ । ପୂଜା କରିବା ଦ୍ୱାରା ବ୍ୟବସାୟ କ୍ଷେତ୍ରରେ ଲାଭ ମିଳିଥାଏ । ଧନ ସମ୍ପତ୍ତିର ଅଭାବ ମଧ୍ୟ ରହିନଥାଏ ।

ବିଶ୍ୱକର୍ମା ପୂଜା ପଦ୍ଧତି
ଧାର୍ମିକ ଗ୍ରନ୍ଥ ଅନୁସାରେ ଏହି ପବିତ୍ର ଦିନ ଭକ୍ତମାନେ ସକାଳୁ ଶୀଘ୍ର ଉଠି ସ୍ନାନ କରି, ସଫା ପୋଷାକ ପିନ୍ଧି ପୂଜା ସ୍ଥାନ ସଫା କରିବା ଉଚିତ୍ । ଏହାପରେ ବିଶ୍ୱକର୍ମାଙ୍କୁ ପୂଜାପାଠ ସ୍ଥାନରେ ବିଧି ଅନୁଯାୟୀ ଉପାସନା କରିବା ପାଇଁ ପ୍ରତିଜ୍ଞା ନିଅନ୍ତୁ । ହଳଦିଆ ରଙ୍ଗର କପଡାରେ ପୂଜା ଆସନ ପ୍ରତିଷ୍ଠା କରନ୍ତୁ । ଏବେ ଏଥିରେ ଭଗବାନ ବିଶ୍ୱକର୍ମାଙ୍କ ପ୍ରତିମା ସ୍ଥାପନ କରି ପୂଜା ଆରମ୍ଭ କରନ୍ତୁ ହଳଦିଆ କିମ୍ବା ଧଳା ରଙ୍ଗର ଫୁଲମାଳ ଭଗବାନଙ୍କୁ ଅର୍ପଣ କରନ୍ତୁ । ଦୀପ-ଧୂପ ଜଳାନ୍ତୁ । ସେହିପରି ବିଭିନ୍ନ ଯନ୍ତ୍ରପାତି ଏବଂ ମେସିନ୍‌ ପୂଜା କରିବା ପାଇଁ ଭୁଲନ୍ତୁ ନାହିଁ । ଶେଷରେ ପୁଷ୍ପାଞ୍ଜଳି ଅର୍ପଣ କରି ପୂଜା ଶେଷ କରନ୍ତୁ ।

Vishwakarma

ଶୁଭ ସମୟ
ଚଳିତ ବର୍ଷ କ୍ୟାଲେଣ୍ତର ଅନୁଯାୟୀ ବିଶ୍ୱକର୍ମାଙ୍କ ପୂଜା ପାଇଁ ସେପ୍ଟେମ୍ବର ୧୭ ତାରିଖରେ ତିନୋଟି ଶୁଭ ସମୟ ରହିଛି । ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରିବା ପାଇଁ ପ୍ରଥମ ମୂହୁର୍ତ୍ତ ହେଲା ସକାଳ ୭.୩୯ ରୁ ୦୯.୧୧ ପର୍ଯ୍ୟନ୍ତ । ଦ୍ୱିତୀୟ ମୂହୁର୍ତ୍ତ ହେଲା ଅପରାହ୍ନ ୦୧.୪୮ ରୁ ୦୩.୨୦ ପର୍ଯ୍ୟନ୍ତ ସେହିପରି ତୃତୀୟ ପୂଜା ସମୟ ହେଲା ଅପରାହ୍ନ ୦୩ରୁ ୨୦ରୁ ୦୪.୫୨ ପର୍ଯ୍ୟନ୍ତ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Vishwakarma Puja 2022
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X